ଆମ ଦୁନିଆ : ପୃଥିବୀର ନିର୍ଜନତମ ସ୍ଥାନ ଏବଂ ନାପ୍‌ ପଡସ୍‌

ଆମ ଦୁନିଆ : ପୃଥିବୀର ନିର୍ଜନତମ ସ୍ଥାନ ଏବଂ ନାପ୍‌ ପଡସ୍‌

YouTube

ଗବେଷକମାନେ ପୃଥିବୀରେ ଏକ ଜଳଭାଗ ଠାବ କରିଛନ୍ତି, ଯେଉଁଠି କୌଣସି ପ୍ରକାର ଜୀବଜଗତର ସଙ୍କେତ ନାହିଁ। ବସବାସର ସୀମା ସମ୍ପର୍କରେ ସେମାନେ ଅଧିକ ତଥ୍ୟ ଦେଇପାରି‌େବ ବୋଲି ଆଶାବାଦୀ। ନେଚର ଇକୋଲୋଜି ଆଣ୍ଡ୍‌ ଇଭୋଲ୍ୟୁସନ୍‌ ନାମକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ଇଥିଓପିୟାର ଡଲୋଲ ଭୂତାପଜ କ୍ଷେତ୍ରର ଉତ୍ତପ୍ତ, ଲୁଣିଆ ଓ ଉଚ୍ଚମାତ୍ରାର ଅମ୍ଳ ପୋଖରୀରେ କୌଣସି ପ୍ରକାର ସୂକ୍ଷ୍ମ ଜୀବର ଉପସ୍ଥିତି ନାହିଁ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ସ୍ପାନିଶ୍‌ ଫାଉଣ୍ଡେସନ୍‌ ଫର୍‌ ସାଇନ୍ସ୍‌ ଆଣ୍ଡ୍‌ ଟେ‌କ୍ନୋଲୋଜିର ଗବେଷକଙ୍କ ଅନୁସାରେ, ଏହା ନିରନ୍ତର ବିଷାକ୍ତ ଗ୍ୟାସ୍‌ ଉତ୍ପନ୍ନ କରୁଛି ଓ ତୀବ୍ର ଜଳତାପୀୟ ଗତିବିଧି ମଧ୍ୟରେ ଏହାର ପାଣି ଫୁଟୁଛି। ଗବେଷକଙ୍କ ଅନୁସାରେ, ଏହା ଆମ ଗ୍ରହର ଅନ୍ୟତମ ଉଷ୍ମ ପରିବେଶ ଯାହା ଶୀତଦିନେ ଦୈନିକ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ। ସେଥିପାଇଁ ଏହାକୁ ସେମାନେ ନିର୍ଜନତମ ସ୍ଥାନ ବୋଲି କହିଛନ୍ତି।

publive-image CTV News

ନାପ୍‌ ପଡସ୍‌
ବ୍ୟସ୍ତ ବହୁଳ ଜୀବନରେ ଶାନ୍ତିରେ ଶୋଇବା ପାଇଁ କାହା ପାଖରେ ପର୍ଯ୍ୟାପ୍ତ ସମୟ ନଥାଏ। ନିଦ୍ରା ପୂରଣ ନହେବା ଯୋଗୁଁ ଅବସାଦ ସହିତ ଅନିଦ୍ରା ଭଳି ରୋଗ ହୋଇଥାଏ। ଏହାକୁ ଧ୍ୟାନରେ ରଖି ନ୍ୟୁୟର୍କର ଏକ କମ୍ପାନି ‘ନାପ୍‌ ପଡସ୍‌’ ନାମକ ଏକ ଚୌକି ତିଆରି କରିଛନ୍ତି। ଯେଉଁଥିରେ ବିଶ୍ରାମ କରାଯାଇପାରିବ। ଏଠାରେ ୨୦ ମିନିଟ୍‌ ଶୋଇବା ପାଇଁ ଅର୍ଥ ଦେବାକୁ ପଡ଼ିଥାଏ। କମ୍ପାନି ରିପୋର୍ଟ ଅନୁସାରେ, ନାପ୍‌ ପଡସ୍‌ରେ ୪୫ ମିନିଟ୍‌ ବିଶ୍ରାମ ନେବା ପାଇଁ ୨୫ ଡଲାର ଦେବାକୁ ପଡ଼ିଥାଏ। ୪୫ ମିନିଟ୍‌ର ନିଦ ଆପଣଙ୍କ ଦିନସାରା ଥକ୍କାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ ଏହାର ଇଣ୍ଟେରିୟର୍‌ ମଧ୍ୟ ଖୁବ୍‌ ଆରାମ ଦାୟକ। ନରମ ଗଦି ଓ ତକିଆ, ନାପ୍‌ ପଡସ୍‌ରେ ପଡ଼ିଥାଏ। ଏଥିରେ ଶୋଉଥିବା ବ୍ୟକ୍ତିଙ୍କ ମୁହଁରେ ଆଲୋକ ପଡ଼ିବା ପାଇଁ ମୁଣ୍ଡ ପଟେ ଏକ ଛତା ଭଳି ଗୋଲାକାର ଢାଙ୍କୁଣି ରହିଥାଏ। ଏଠାରେ ଏକ ଇଅର୍‌ଫୋନ୍‌ ମଧ୍ୟ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe