ଆମ ଦୁନିଆ : ମଣିଷ ଖପୁରିରେ କଳାକୃତି ଓ ଥର୍ନି ଡ୍ରାଗନ୍‌

Advertisment
ଆମ ଦୁନିଆ : ମଣିଷ ଖପୁରିରେ କଳାକୃତି ଓ ଥର୍ନି ଡ୍ରାଗନ୍‌

National Geographic

ଭାରତରେ ମଣିଷ ଖପୁରି କିମ୍ବା ହାଡ଼ ଘରେ ରଖିବାକୁ ଅଶୁଭ ବୋଲି ଧରାଯାଏ। ତାହା ସହିତ ଅମଙ୍ଗଳ ଓ ଭୟ ଲାଗିଥାଏ। କିନ୍ତୁ ବ୍ରିଟେନ୍‌ ବାସିନ୍ଦା କଙ୍କାଳ ଓ ଖପୁରିକୁ ସଉକ ଭାବେ ନିଜ ଘରେ ସଜେଇ ରଖନ୍ତି। କଳାକାରମାନେ ମଧ୍ୟ ଏହି ଖପୁରିକୁ ନେଇ କଳାକୃତି ଆରମ୍ଭ କରି ଦେଇଛନ୍ତି। ଭୟଙ୍କର ଓ ଅପରିଷ୍କାର ଖପୁରିକୁ ନେଇ ସେମାନେ ସୁନ୍ଦର ସୁନ୍ଦର କଳାକୃତି ମାଧ୍ୟମରେ ଲୋକଙ୍କ ମନ କିଣୁଛନ୍ତି। ଏକ ରିପୋର୍ଟ ଅନୁସାରେ, ବ୍ରିଟେନ୍‌ର ଇନ୍‌ଷ୍ଟାଗ୍ରାମ୍‌ରେ ସମ୍ପ୍ରତି ମଣିଷ ଖପୁରିର ଚାହିଦା ବେଶ୍‌ ଦେଖିବାକୁ ମିଳୁଛି। ଗ୍ରାହକ ସିଧାସଳଖ ଇନ୍‌ଷ୍ଟାଗ୍ରାମ୍‌ରୁ ଏଗୁଡ଼ିକୁ ସପିଂ କରୁଥିବାର ମଧ୍ୟ ଦେଖାଯାଉଛି। ପ୍ରାୟ ତିନି ବର୍ଷ ପୂର୍ବେ ଖପୁରି ନିର୍ମିତ କଳାକୃତିର ବ୍ୟବସାୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାର ଚାହିଦା ବଢ଼ିବାରେ ଲାଗିଛି। ବ୍ରିଟେନ୍‌ରେ ଗୋଟିଏ ଖପୁରି ପ୍ରାୟ ୪୦ ରୁ ୭୦ ଲକ୍ଷ ଟଙ୍କାରେ ମଧ୍ୟରେ ବିକ୍ରି ହେଉଛି।

publive-image Fact Animal

ଥର୍ନି ଡ୍ରାଗନ୍‌
ନାଁ ଶୁଣିଲେ ମନରେ ଆଗ ଆସିବ ଯେ ବହୁତ ବଡ଼ ଜୀବଟିଏ ହୋଇଥିବ। କିନ୍ତୁ ଏହା ଏଣ୍ଡୁଅ ପ୍ରଜାତିର। ଦେହସାରା କଣ୍ଟାଭର୍ତ୍ତି। ଏଣ୍ଡୁଅର ନାଁ ‘‘ଥର୍ନି ଡ୍ରାଗନ୍‌’’। ‘‘ଥର୍ନି ଡେଭିଲ୍‌’’ ବା ‘‘ଥର୍ନି ଲିଜାର୍ଡ଼’’ ମଧ୍ୟ କୁହାଯାଏ। ଅଷ୍ଟ୍ରେଲିଆରେ ଏହା ବେଶି ପରିମାଣରେ ଦେଖାଯାଆନ୍ତି। ସ୍ଥାନୀୟ ଲୋକେ ତା’କୁ ମରୁଭୂମିର ରାକ୍ଷସ କୁହନ୍ତି। ଏହାର ଶରୀରରେ ଥିବା ମୁନିଆ କଣ୍ଟା ଶିକାରୀ କବଳରୁ ତାକୁ ରକ୍ଷା କରିଥାଏ। କେନ୍ଦ୍ର ଅଷ୍ଟ୍ରେଲିଆର ମରୁଭୂମିରେ ଏମାନେ ଦେଖାଯାଆନ୍ତି। ଥର୍ନି ଡ୍ରାଗନ୍‌ ଏଣ୍ଡୁଅର ଦୁଇଟି ମୁଣ୍ଡ ଅଛି। ଗୋଟିଏ ଅସଲି, ଅନ୍ୟଟି ନକଲି। ଶତ୍ରୁର ଉପସ୍ଥିତି ଜାଣିଲେ, ନିଜର ଅସଲି ମୁଣ୍ଡକୁ ଆଗ ଦୁଇଟି ଗୋଡ଼ ତଳେ ଲୁଚାଇ ଦେଇ ନକଲି ମୁଣ୍ଡଟିକୁ ସେ ଟେକି ଦେଇଥାଏ। ଥର୍ନି ଡ୍ରାଗନ୍‌ର ଲମ୍ବ ପ୍ରାୟ ୨୦ ସେଣ୍ଟିମିଟର। ପ୍ରିୟ ଖାଦ୍ୟ ଜନ୍ଦା ଓ ପିମ୍ପୁଡ଼ି। ଥରକେ ହଜାରରୁ ଅଧିକ ଜନ୍ଦା ନିଜ ଜିଭରେ ଉଠାଇ ଏମାନେ ଖାଇପାରନ୍ତି। କିଛି ଲୋକ ଏହି ଜାତିର ଏଣ୍ଡୁଅଙ୍କୁ ନିଜ ଘରେ କାଚ ବାକ୍ସରେ ସଜାଇ ରଖିବାକୁ ପସନ୍ଦ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe