ଆମ ଦୁନିଆ : ଓଲମ୍‌ ଡ୍ରାଗନ୍‌ ଏବଂ ଆଓଲ୍‌ କାଫେ

Advertisment
ଆମ ଦୁନିଆ : ଓଲମ୍‌ ଡ୍ରାଗନ୍‌ ଏବଂ ଆଓଲ୍‌ କାଫେ

ଓଲମ୍‌ ଡ୍ରାଗନ୍‌ ନାଁ ଶୁଣିଲେ ଏକ ବଡ଼ ଜୀବ ହୋଇଥିବ ବୋଲି ସମସ୍ତେ ଭାବିବେ। କିନ୍ତୁ ପ୍ରକୃତରେ ଏହା ଦେଖିବାକୁ ଛୋଟ। ଡ୍ରାଗନ୍‌ଭଳି ଦେଖାଯାଉଥିବା ଏହି ଜୀବ ବାସ୍ତବରେ ଝିଟିପିଟି ଜାତିର। ଓଲମ ଡ୍ରାଗନ୍‌ଙ୍କ ମୁଣ୍ଡ ଓ ହାତ ଦେଖିବା ପାଇଁ ଝିଟିପିଟି ଭଳି। ଏମାନେ ପାଣି ଭିତରେ ଖାଦ୍ୟ ଖାଇବା ସହିତ ଶୋଇବାକୁ ଭଲ ପାଇଥାନ୍ତି। ଏହାଛଡ଼ା ଏମାନେ ପାଣି ଭିତରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି। ଅନ୍ୟ ସମୟରେ ପାହାଡ଼ ତଳିରେ ବିଚରଣ କରୁଥିବା ଦେଖାଯାଆନ୍ତି। ଏମାନଙ୍କ ଶରୀର ଷୋହଳ ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ। ୟୁରୋପୀୟ ଦେଶମାନଙ୍କରେ ଓଲମ୍‌ ଡ୍ରାଗନ୍‌ ବେଶୀ ଦେଖାଯାଆନ୍ତି। ଏମାନଙ୍କ ଚର୍ମର ରଙ୍ଗ ମଣିଷ ରଙ୍ଗ ପରି କିନ୍ତୁ କେତେକ ସ୍ଥାନରେ ହଳଦିଆ ରଙ୍ଗର ଓଲମ ମଧ୍ୟ ଦେଖାଯାଆନ୍ତି। ପାଣି ଭିତରେ ଥିବା ଗେଣ୍ଡା, ଶାମୁକା ଆଦିଙ୍କୁ ଖାଇଥାନ୍ତି। ଏହି ଜୀବ ୧୦ ବର୍ଷ ପର୍ଯ୍ୟନ୍ତ ନ ଖାଇ ବଞ୍ଚିପାରନ୍ତି। ଗବେଷକଙ୍କ ମତରେ ପତଳା ଶରୀର ଓ ଶରୀରରେ ଥିବା ଏକ ବିଶେଷ ପୋଷଣ ସକାଶେ ଏମାନେ ଖାଦ୍ୟ ନ ଖାଇ ବଞ୍ଚିପାରନ୍ତି। ଓଲମ୍‌ ଡ୍ରାଗନ୍‌ମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ। ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ଏମାନଙ୍କର ଆୟୁଷ।

publive-image

ଆଓଲ୍‌ କାଫେ
ବିଭିନ୍ନ ସହରରେ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ ଓ ରେସ୍ତୋରାଁ କାଫେ ରହିଛି। ଏଗୁଡ଼ିକୁ ବହୁତ ଆକର୍ଷଣୀୟ ଶୈଳୀରେ ସଜା ଯାଇଥାଏ। କିନ୍ତୁ ଏମିତି କାଫେ ବିଷୟରେ କେହି ଶୁଣି ନଥିବେ ଯେଉଁଠି ମଣିଷ ସହିତ ପେଚା ବସି ଚା’ ପିଏ। ଜାପାନ୍‌ର ଟୋକିଓ ସହରରେ ‘ଆଓଲ କାଫେ’ ରହିଛି। ଏଠାରେ ମଣିଷ ସହିତ ପେଚା ମଧ୍ୟ ଚା’ ପିଏ। ଟୋକିଓର ଏହି କାଫେରେ ସବୁବେଳେ ଭିଡ଼ ଲାଗିଥାଏ। କାଫେକୁ କେବଳ ଲୋକ ନୁହନ୍ତି ପକ୍ଷୀମାନେ ମଧ୍ୟ ଯାଇପାରିବେ। ଯଦି ଆପଣଙ୍କ ପାଖରେ ପକ୍ଷୀ ନାହାନ୍ତି ତେବେ ସ୍ଥାନୀୟ ଅଞ୍ଚଳରୁ ପକ୍ଷୀ କିଣି ଭିତରକୁ ଯାଇପାରିବେ। ଏଠାରେ ବିଭିନ୍ନ ପ୍ରକାରର ପେଚା ଦେଖିବାକୁ ମିଳିଥାଏ। ତେଣୁ ଏହି ଜାଗା ଅନେକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe