ଆମ ଦୁନିଆ : ପିମ୍ପୁଡ଼ି କରିବ ଅସ୍ତ୍ରୋପଚାର ଏବଂ ଗନ୍ଧ ବାରିପାରୁଥିବା ରୋବୋ

Advertisment
ଆମ ଦୁନିଆ : ପିମ୍ପୁଡ଼ି କରିବ ଅସ୍ତ୍ରୋପଚାର ଏବଂ ଗନ୍ଧ ବାରିପାରୁଥିବା ରୋବୋ

genomicon

ଆମେରିକାସ୍ଥିତ ଜର୍ଜିୟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକମାନେ ପିମ୍ପୁଡ଼ି ଆକାରବିଶିଷ୍ଟ ଏକ ରୋବୋ ତିଆରି କରିଛନ୍ତି। ଅସ୍ତ୍ରୋପଚାରରେ ଏହା ସହାୟକ ହେବ ବୋଲି ସେମାନେ କହନ୍ତି। ଏହି ରୋବୋରେ ପେଜୋଇଲେକ୍ଟ୍ରିକ୍‌ ଆକ୍ୟୁଟର୍‌ ବ୍ୟବହାର କରାଯାଇଛି। ଏହା ଏକ କମ୍ପନ ସୃଷ୍ଟିକାରୀ ଉପକରଣ। ଏହାର କମ୍ପନ ଦ୍ୱାରା ରୋବୋ ସକ୍ରିୟ ହୋଇ ନିଜ କାର୍ଯ୍ୟ ଆରମ୍ଭ କରେ। ଏହି ଥ୍ରୀ ଡି ରୋବୋର ଲମ୍ବ ୨ ମିଲିମିିଟର। ମାଇକ୍ରୋମାକ୍ସିସ୍‌ ଆଣ୍ଡ୍‌ ମାଇକ୍ରୋ ଇଞ୍ଜିନିୟରିଂ ପତ୍ରିକା ଅନୁସାରେ ଏହି ରୋବୋ ୧ ସେକେଣ୍ଡ୍‌ ମଧ୍ୟରେ ୮ ମିଲିମିିଟର ପରିମିତ ସ୍ଥାନକୁ ମାପି ନିଜ କାର୍ଯ୍ୟ କରିଥାଏ। ଅଲଟ୍ରାସାଉଣ୍ଡ୍‌ ଓ ଭାଇବ୍ରେସନ୍‌ ମାଧ୍ୟମରେ ରୋବୋକୁ ନିୟନ୍ତ୍ରଣ କରିହେବ। ଆକାର ଛୋଟ ହୋଇଥିବାରୁ ଶରୀରର ଯେ କୌଣସି ଅଙ୍ଗ ମଧ୍ୟରେ ଏହାକୁ ସହଜରେ ପ୍ରବେଶ କରାଇ ହେବ।

publive-image

ଗନ୍ଧ ବାରିପାରୁଥିବା ରୋବୋ
ବୈଜ୍ଞାନିକମାନେ ଏମିତି ଏକ ରୋବୋ ତିଆରି କରିଛନ୍ତି ଯାହା କି ମାଟିରୁ ଆସୁଥିବା କୌଣସି ପ୍ରକାର ଗନ୍ଧ ଜାଣିପାରିବ। ଗନ୍ଧର ଚିହ୍ନଟକାରୀ ବାର୍‌କୋର୍ଡ ଭଳି ମାଟିରେ ଲେଖା ହୋଇଥିବା ସନ୍ଦେଶକୁ ମଧ୍ୟ ଏହି ରୋବୋ ପଢ଼ିପାରିବ। ପୂର୍ବ ଦୁଇ ଦଶକରୁ ଅନୁସନ୍ଧାନକର୍ତ୍ତା ଏଭଳି ରୋବୋ ବିକଶିତ କରିବା ପାଇଁ ଚେଷ୍ଟା କରୁଥିଲେ। ଯେମିତି କି ଏହା ସନ୍ଧାନୀ କୁକୁରର ଗନ୍ଧ ଶୁଂଘିବା କ୍ଷମତାର ପ୍ରତିଦ୍ୱନ୍ଦୀ ହୋଇପାରିବ। ଅନେକ ରୋବୋ ଖାଲି ପବନରେ ଗନ୍ଧକୁ ଜାଣିପାରିବେ। ସେ ଭଳି ବିଶ୍ଲେଷଣରେ ଏଭଳି ରୋବୋଗୁଡ଼ିକ ବହୁତ ଧୀର ହୁଅନ୍ତି। ଜାପାନର କ୍ୟୁସୁ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକର୍ତ୍ତା ଅଧିକ ସ୍ପିଡ୍‌ର ଏକ ଗ୍ୟାସ୍‌ ସେଣ୍ଟର୍‌ ସହ ରୋବୋ ବିକଶିତ କରିବାକୁ ଚାହାଁନ୍ତି ଯାହା କି ଜୋର୍‌ରେ ମାଟିରୁ ଆସୁଥିବା ଅଦୃଶ୍ୟ ଗନ୍ଧକୁ ଖୋଜି ପାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe