ଆମ ଦୁନିଆ : ୮ହଜାର ବର୍ଷ ତଳର ମୋତି ଏବଂ ବିଶ୍ୱ ରେକର୍ଡଧାରୀ ମେଣ୍ଢା

ଆମ ଦୁନିଆ : ୮ହଜାର ବର୍ଷ ତଳର ମୋତି ଏବଂ ବିଶ୍ୱ ରେକର୍ଡଧାରୀ ମେଣ୍ଢା

bbc.com

ବହୁ ବର୍ଷ ତଳର କିଛି ଜିନିଷ ହାତରେ ବାଜିଗଲେ ବା ମିଳିଗଲେ ମନ ଖୁସି ହୋଇଯାଇଥାଏ। ଆଖିକୁ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ସେହିଭଳି ଏକ ଘଟଣା ଘଟିଛି ୟୁ.ଏ.ଇ.ରେ। ସେଠାରେ ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ କିଛି ଏଭଳି ଜିନିଷ ମିଳିଛି ଯାହା ବିଶ୍ୱାସ ଯୋଗ୍ୟ ନୁହେଁ। ଏଠାରେ ଭୂମି ଖନନ ସମୟରେ ୮୦୦୦ ବର୍ଷ ତଳର ପୁରୁଣା ମୋତି ମିଳିଛି। ଏକ ରିପୋର୍ଟ ଅନୁଯାୟୀ ଏହା ଦୁନିଆର ସବୁଠାରୁ ପୁରୁଣା ମୋତି ବୋଲି ଅନୁମାନ କରାଯାଇଛି। ଏହି ମୋତି ସ୍ଥାନୀୟ ମାରଓ୍ଵାହ ଦୀପରୁ ମିଳିଛି। ଏହାର ମୂଲ୍ୟ କେତେ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରାଚୀନ କାଳରେ ସାମୁଦ୍ରିକ ମୋତିର କାରବାର ଅଧିକ ଥିଲା । ଏହି ସମୟରେ ମେସୋପଟାମିଆ ସହିତ ମୋତି କାରବାର କରାଯାଉଥିଲା। ଖୋଳୁଥିବା ସମୟରେ ଏକ ରୁମ୍‌ ତଳୁ ଏହି ମୋତି ମିଳିଛି ବୋଲି କୁହାଯାଇଛିି।

publive-image Shortpedia

ବିଶ୍ୱ ରେକର୍ଡଧାରୀ ମେଣ୍ଢା
ସର୍ବାଧିକ ରେଶମ ପାଇଁ ଗିନିଜ୍‌ ବିଶ୍ୱ ରେକର୍ଡ୍‌ ଅଧିକାର କରିଥିବା ଅଷ୍ଟ୍ରେଲିଆ-ମେଣ୍ଢା କ୍ରିସ୍‌ର ମୃତ୍ୟୁ ହୋଇଛି। ୨୦୧୫ରେ ଅଷ୍ଟ୍ରେଲିଆସ୍ଥିତ କାନ୍‌ବେରା ବାହାରେ ଏକୁଟିଆ ବୁଲୁଥିବା ସମୟରେ ଏହି ସର୍ବାଧିକ ଲୋମଯୁକ୍ତ ମେଣ୍ଢା ବିଶ୍ୱସ୍ତରରେ ମୁଖ୍ୟ ଖବର ପାଲଟିଥିଲା। ମେଣ୍ଢା ଶରୀରରୁ ସମସ୍ତ ରେଶମ ବାହାର କରି ତା’ ଜୀବନ ବଞ୍ଚାଇବା ପାଇଁ ଜଣେ ରେଶମ କଟାଳିଙ୍କୁ ନିୟୋଜିତ କରାଯାଇଥିଲା। କ୍ରିସ୍‌ ଶରୀରରୁ ଥରକେ ୪୧.୧ କିଲୋଗ୍ରାମ୍‌ ଓଜନର ରେଶମ ବାହାର କରି ଉଭୟ ମେଣ୍ଢା ଓ ଉକ୍ତ କଟାଳି ବିଶ୍ୱ ରେକର୍ଡରେ ସାମିଲ ହୋଇଥିଲେ। ସମସ୍ତ ଲୋମ କାନ୍‌ବେରାସ୍ଥିତ ଜାତୀୟ ସଂଗ୍ରହାଳୟକୁ ଦାନ କରାଯାଇଥିଲା। ଏଥି ସହ କ୍ରିସ୍‌କୁ ପଡ଼ୋଶୀ ନ୍ୟୁ ସାଉଥ୍‌ େଓ୍ଵଲ୍‌ସ୍‌ ରାଜ୍ୟର ଫାର୍ମ ଲିଟିଲ୍‌ ଓକ୍‌ ସାଞ୍ଚୁଆରିରେ ପୁଣି ଥରେ ରଖାଗଲା। ମୃତ୍ୟୁ ବେଳକୁ ତା’କୁ ୧୦ ବର୍ଷ ବୟସ ହୋଇଥିଲା। ମେଣ୍ଡା ସାଧାରଣତଃ ୧୦ରୁ ୧୨ ବର୍ଷ ବଞ୍ଚିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe