ଆମ ଦୁନିଆ : ଉଚ୍ଚ ଲିଫ୍ଟ୍‌ ଏବଂ କର୍କଟ ଚିହ୍ନଟ କରିବ ପ୍ୟାଚ୍‌

Advertisment
ଆମ ଦୁନିଆ : ଉଚ୍ଚ ଲିଫ୍ଟ୍‌ ଏବଂ କର୍କଟ ଚିହ୍ନଟ କରିବ ପ୍ୟାଚ୍‌

Trip China Guide

ଆଜିକାଲି ଯେ କୌଣସି ସପିଂ ମଲ୍‌ ହେଉ ବା ଆପାର୍ଟମେଣ୍ଟ୍‌ରେ ପାହାଚ ସହିତ ଲିଫ୍ଟ୍‌ ବ୍ୟବସ୍ଥା କରାଯାଇଛି। ମାତ୍ର ଏଭଳି ଏକ ଲିଫ୍ଟ୍‌ ରହିଛି ଯାହାକୁ ବିଶ୍ୱର ସବୁଠୁ ଉଚ୍ଚ ଲିଫ୍ଟ୍‌ ବୋଲି କୁହାଯାଉଛି। ଚୀନ୍‌ ପାର୍ବତ୍ୟାଞ୍ଚଳର ହୁନାନ୍‌ ପ୍ରାନ୍ତ ବାଇଲଙ୍ଗ୍‌ ଏଲିଭେଟର୍‌ରେ ସବୁଠୁ ଉଚ୍ଚ ଆଉଟ୍‌ଡୋର୍‌ ଲିଫ୍ଟ୍‌ ରହିଛି। ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକଙ୍କ ସମାଗମ ହେଉଛି। ଲିଫ୍ଟ୍‌ର ସବୁଠୁ ଉଚ୍ଚକୁ ଯାଇ ଆପଣ ପ୍ରକୃତିର ମନୋରମ ପରିବେଶକୁ ଉପଭୋଗ କରିପାରିବେ। ଏହି ଲିଫ୍ଟ୍‌ର ଉଚ୍ଚତା ୩୨୬ମିଟରରୁ ଅଧିକ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ଏକ ହଜାର ଫୁଟ୍‌ରୁ ଅଧିକ ଉଚ୍ଚତାରେ ଥିବା ଏହି ପାହାଡ଼ ଉପରକୁ କେବଳ ୧ ମିନିଟ୍‌ ୩୨ ସେକେଣ୍ଡ୍‌ରେ ପହଞ୍ଚିଯାଇ ପାରିବେ।

publive-image Mobygeek

କର୍କଟ ଚିହ୍ନଟ କରିବ ପ୍ୟାଚ୍‌
ସ୍ୱିଡେନ୍‌ର ମାଲ୍‌ମୋ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ପ୍ଲାଷ୍ଟର୍‌ ପ୍ରସ୍ତୁତ କରିଛନ୍ତି ଯାହାକୁ ଶରୀରରେ ଥିବା କଳାଯାଇ ଉପରେ ରଖି ଡାକ୍ତର ଜାଣିପାରିବେ ତାହା କ୍ୟାନ୍ସରକାରକ କି ନୁହେଁ। ଉପକରଣଟି ବର୍ତ୍ତମାନ ନିର୍ମାଣଧୀନ ଅଛି। ଟ୍ୟୁମର୍‌ କାରଣରୁ ବାହାରିଥିବା ଅଣୁକୁ ଏହା ଚିହ୍ନଟ କରିବ। ପ୍ଲାଷ୍ଟର୍‌ ଭଳି ଏହି ପ୍ୟାଚ୍‌ ମାତ୍ର କେଇ ମିନିଟ୍‌ରେ କ୍ୟାନ୍ସରକାରକ ଚିହ୍ନକୁ ବିଶ୍ଲେଷଣ କରିପାରିବ। ଏହି ପଦ୍ଧତି କାର୍ଯ୍ୟକାରୀ ହେବା ପରେ ବାୟୋପ୍‌ସି ଆବଶ୍ୟକ ହେବ ନାହିଁ। ପାରମ୍ପରିକ ପଦ୍ଧତିରେ ରୋଗୀ ରକ୍ତସ୍ରାବର ସମ୍ମୁଖୀନ ହୁଅନ୍ତି। ଫଳାଫଳ ପାଇଁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା ମଧ୍ୟ କରନ୍ତିି। ଏହି ନୂଆ ପ୍ରକ୍ରିୟାରେ ବୈଜ୍ଞାନିକମାନେ ଏବେ ବି କ୍ଷୁଦ୍ର ଚିହ୍ନ ଅନେ୍ଵଷଣରେ ଅଛନ୍ତି, ଯାହା ଭିତରେ ତ୍ୱଚା କର୍କଟ ରହିଥାଏ। ଏବେସୁଦ୍ଧା ସେମାନେ କିଛି ଚିହ୍ନଟ ମଧ୍ୟ କରିଛନ୍ତି। ତଥାପି ସଦ୍ୟ ବିକଶିତ ପ୍ୟାଚ୍‌ଟି ଟ୍ୟୁମର୍‌ ନିର୍ଭୁଲ୍‌ ଅଣୁ ଚିହ୍ନଟ କରିପାରେ ବୋଲି ଠୋସ୍‌ ପ୍ରମାଣ ବୈଜ୍ଞାନିକମାନେ ଖୋଜୁଛନ୍ତି। ଏହାର ଫଳାଫଳ ୨୦୨୧ ବେଳକୁ ମିଳିବ ବୋଲି ସେମାନେ ଅନୁମାନ କରୁଛନ୍ତି। ଏହା ପରେ କର୍କଟ ରୋଗୀଙ୍କଠାରେ ଟ୍ୟୁମର୍‌ ଚିହ୍ନଟ କ୍ଷେତ୍ରରେ ଏହାକୁ ପ୍ରୟୋଗ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe