Elite Readers
ଗୋଟିଏ ଗଛରେ ଗୋଟିଏ ପ୍ରକାର ଫଳ ଫଳୁଥିବାର ସମସ୍ତେ ଦେଖିଥିବେ ଓ ଜାଣିଥିବେ ମଧ୍ୟ। କିନ୍ତୁ ଗୋଟିଏ ଗଛରେ ୪୦ ପ୍ରକାରର ଫଳ କେବେ ଦେଖିଛନ୍ତି? ଦେଖିବା ତ ଦୂର କଥା ଜାଣି ବିି ନ ଥିବେ। ଏପରି ଏକ ସ୍ଥାନ ଅଛି ଯେଉଁଠି ଗୋଟିଏ ଗଛରେ ୪୦ ପ୍ରକାରର ଫଳ ଫଳୁଛି। ତେବେ ଆମେ ପିଲାଦିନୁ ବିଶ୍ୱାସ କରୁଥିବା ଗୋଟିଏ ଗଛ ଗୋଟିଏ ଫଳ କଥାଟିକୁ ଏହା ମିଛ ପ୍ରମାଣିତ କରୁଛି। ଆମେରିକାର ଜଣେ ପ୍ରଫେସର ଏପରି ଏକ ଗଛ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଏହି ଗଛଟିକୁ ‘ଟ୍ରି ଅଫ୍ ୪୦’ ନାଁରେ ନାମକରଣ କରିଛନ୍ତି। ଏହି ଗଛରେ ଆପଣ ଅନେକ ପ୍ରକାରର ଫଳ ପାଇବେ। ଗଛର ଦାମ୍ ପ୍ରାୟ ୧୯ ଲକ୍ଷ ପାଖାପାଖି। ପ୍ରଫେସର ଜଣକ ଏହି ଗଛକୁ ବିକଶିତ କରିବା ପାଇଁ ବିଜ୍ଞାନର ସାହାଯ୍ୟ ନେଇଛନ୍ତି। ଏହି ଗଛକୁ ବଢ଼ାଇବା ପାଇଁ ୨୦୦୮ରୁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ। କୃଷି ବିଭାଗର ଏକ ବଗିଚାକୁ ଦେଖି ତାଙ୍କର ଏହି ବିଚାର ଆସିଥିଲା। ପ୍ରାୟ ୨୦୦ ପ୍ରଜାତିର ଗଛ ଥିବା ବଗିଚାଟି ବନ୍ଦ ହେବାକୁ ଯାଉଥିଲା। ତେଣୁ ପ୍ରଫେସର ଜଣଙ୍କ ବଗିଚାକୁ ଲିଜ୍ରେ ନେଇଥିଲେ। ଏହାପରେ ସେ ଗ୍ରାଫ୍ଟିଂ ଓ ବୈଜ୍ଞାନିକ ପଦ୍ଧତିର ସହାୟତାରେ ନିଆରା ଗଛଟିକୁ ପ୍ରସ୍ତୁତ କରିଥିଲେ।
Amazon.inଶିଶୁର ବ୍ୟାକରଣ ଜ୍ଞାନ
ଶିଶୁର ବ୍ୟାକରଣରେ ଅସୁବିଧା ତା’ର ଜନ୍ମଗତ ନୁହେଁ। ବୟସ ବଢ଼ିବା ସହ ସେ ଏହାକୁ ଶିଖିଥାଏ ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛିି। ପ୍ରାରମ୍ଭିକ ଅବସ୍ଥାରେ ଭାଷା ବିକାଶରେ ବ୍ୟାକରଣ ବୁଝିବାରେ ପିଲାଙ୍କ ଦକ୍ଷତାକୁ ନେଇ ବହୁଦିନ ଧରି ଗବେଷକମାନେ ଦ୍ୱନ୍ଦ୍ୱରେ ଥିଲେ। ଏହି ଦକ୍ଷତା ଜନ୍ମଜାତ କି ଶିକ୍ଷାଦ୍ୱାରା ପ୍ରାପ୍ତ, ତାହା ସ୍ଥିର କରିପାରୁ ନଥିଲେ। କିନ୍ତୁ ପିଲାର କହିବା ଶୈଳୀ ସମ୍ପର୍କିତ ଏହି ଗବେଷଣା ଅନୁସାରେ, ଶିଶୁ ଧୀରେ ଧୀରେ ବ୍ୟାକରଣଗତ ଜ୍ଞାନ ଆହରଣ କରିଥାଏ। ୨୪ ମାସ ଅର୍ଥାତ୍ ଦୁଇ ବର୍ଷ ବୟସରେ ଏହି ଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ପରିଲକ୍ଷିତ ହୋଇଥାଏ। ଭାଷା ଅର୍ଜନ ଓ ବ୍ୟବହାର ଦକ୍ଷତାରେ ମଣିଷ ଓ ଅନ୍ୟ ଜୀବଙ୍କ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି। ଏହା ବୈଜ୍ଞାନିକଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ବୋଲି ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ସାଇକୋଲୋଜି ପ୍ରଫେସର୍ ମାଇକେଲ୍ ଫ୍ରାଙ୍କ୍ କହିଛନ୍ତି। କେଉଁ ତତ୍ତ୍ୱ ଆମକୁ ଅନ୍ୟ ଜୀବଠୁ ଭିନ୍ନ କରିଛି, ତାହା ଜାଣିବାରେ ପିଲାଙ୍କ ଭାଷାଜ୍ଞାନ ଅଧ୍ୟୟନ ଏକ ପ୍ରମୁଖ ଦିଗ ବୋଲି ସେ କହିଛନ୍ତି।
Follow Us