ନୂଆ ସମୟ ନୂଆ କଥା : ମସ୍ତିଷ୍କ ସଂଗ୍ରହାଳୟ ଏବଂ ୬.୫ ଫୁଟ୍‌ ଲମ୍ବା ଡାଇନୋସର୍‌ ଜଙ୍ଘ ହାଡ଼

ନୂଆ ସମୟ ନୂଆ କଥା : ମସ୍ତିଷ୍କ ସଂଗ୍ରହାଳୟ ଏବଂ ୬.୫ ଫୁଟ୍‌ ଲମ୍ବା ଡାଇନୋସର୍‌ ଜଙ୍ଘ ହାଡ଼

WhatsHOT

ବାଙ୍ଗାଲୁରୁ ସହରରେ ରହିଛି ମସ୍ତିଷ୍କ ସଂଗ୍ରହାଳୟ। ପଢ଼ିବାକୁ ନାଆଁଟି ଅଜବ ଲାଗିଲେ ମଧ୍ୟ ସତ। ଏପରି ମ୍ୟୁଜିୟମ୍‌ ରହିଛି ଯେଉଁଠି ୩୦୦ରୁ ଉର୍ଦ୍ଧ୍ବ ମଣି‌ଷଙ୍କର ମସ୍ତିଷ୍କ ସୁରକ୍ଷିତ ଅବସ୍ଥାରେ ରହିଛି। ଏହି ମସ୍ତିଷ୍କଗୁଡ଼ିକୁ ମାଇନସ୍‌ ୮୬ ଡିଗ୍ରୀ ‌େସଲ୍‌ସିୟସ୍‌ ତାପମାତ୍ରାରେ ରଖାଯାଇଛି। ଯାହାଫଳରେ ଏହା କେବେ ଖରାପ ହେବ ନାହିଁ। ମ୍ୟୁଜିୟମ୍‌ ନିର୍ମାଣ ପଛରେ ରହିଛି ଆଉ ଏକ କାରଣ। ଶରୀର ବିଜ୍ଞାନ ଉପରେ ସଚେତନତା ବିସ୍ତାର କରିବା ପାଇଁ ଏହା ତିଆରି କରାଯାଇଛି।

publive-image Al Jazeera

୬.୫ ଫୁଟ୍‌ ଲମ୍ବା ଡାଇନୋସର୍‌ ଜଙ୍ଘ ହାଡ଼
ଦକ୍ଷିଣ-ପୂର୍ବ ଫ୍ରାନ୍ସ୍‌ର ଏକ ଖନନସ୍ଥଳୀରୁ ପ୍ରତ୍ନତତ୍ତ୍ବବିତ୍‌ମାନେ ୧୪ କୋଟି ବର୍ଷ ତଳର ବିଶାଳକାୟ ଡାଇନୋସର୍‌ ହାଡ଼ ଆବିଷ୍କାର କରିଛନ୍ତି। ଏହାର ଲମ୍ବ ୬.୫ ଫୁଟ ଓ ଓଜନ ୧,୧୦୦ ପାଉଣ୍ଡ। ଏହା ଡାଇନୋସର୍‌ର ଜଙ୍ଘ ହାଡ଼। ସଦ୍ୟ ଆବିଷ୍କୃତ ହାଡ଼ଟି ମୋଟା ପରସ୍ତ ମାଟିଦ୍ବାରା ଅବୃତ୍ତ ହୋଇ ରହିଥିଲା। ଏହି ଡାଇନୋସର୍‌ ସରୋପଡ଼୍‌ ପ୍ରଜାତିର ଓ ତୃଣ‌େଭାଜୀ। ଲମ୍ବା ବେକ ଓ ଲାଞ୍ଜଯୁକ୍ତ ଏ ଜୀବ ଜୁରାସିକ୍‌ ଯୁଗ ଶେଷ ସମୟ ଅର୍ଥାତ୍‌ ୧୪ କୋଟି ବର୍ଷ ତଳେ ଏଠାରେ ବିଚରଣ କରୁଥିଲା। ଓଜନ ପ୍ରାୟ ୪୦ରୁ ୫୦ ଟନ୍‌। ଏହା ଏକ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର ବୋଲି ପ୍ୟାରିସ୍‌ର ନ୍ୟାସ୍‌ନାଲ୍‌ ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ର ପ୍ରତ୍ନତତ୍ତ୍ବବିତ୍‌ ରୋନାନ୍‌ ଆଲେନ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe