Istanbul Tour Studio
ପୃଥିବୀରେ ଅନେକ ଅଜବ ସଂଗ୍ରହାଳୟ ଅଛି। ସେମିତି ଏକ ସଂଗ୍ରହାଳୟ ଅଛି ସୁଇଜରଲାଣ୍ଡ୍ରେ। ଏହି ସଂଗ୍ରହାଳୟକୁ ଚକୋଲେଟ୍ ପ୍ରେମୀଙ୍କ ସ୍ବର୍ଗ ବୋଲି କୁହାଯାଇଥାଏ। ୬୫୦୦୦ ବର୍ଗ ଫୁଟ୍ ଅଞ୍ଚଳରେ ଏହି ସଂଗ୍ରହାଳୟ ରହିଛି ଯାହାର ନାମ ଲିଣ୍ଟ୍ ହୋମ୍ ଅଫ୍ ଚକୋଲେଟ୍। ଏହା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ସବୁ ଜିନିଷ ଚକୋଲେଟ୍ରେ ତିଆରି ହୋଇଥିବା ଦେଖିପାରିବେ। ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଥିବା ପୃଥିବୀର ସବୁଠାରୁ ବଡ଼ ଚକୋଲେଟ୍ ଫାଉଣ୍ଟେନ୍ ଯାହାକି ୩୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ। ଏହି ଫାଉଣ୍ଟେନ୍ରୁ ତରଳ ଚକୋଲେଟ୍ ଅନବରତ ପ୍ରବାହିତ ହୋଇଥାଏ। ଏଠାରେ ପୃଥିବୀର ସବୁଠାରୁ ବଡ଼ ଚକୋଲେଟ୍ ଦୋକାନ ବି ଅଛି। ଏଠାରେ ପର୍ଯ୍ୟଟକଙ୍କୁ ନିଜ ହାତରେ ଚକୋଲେଟ୍ ତିଆରି କରିବାର ସୁଯୋଗ ଦିଆଯାଇଥାଏ।
ମସ୍ତିଷ୍କ ସଂଗ୍ରହାଳୟ
LBBବେଙ୍ଗାଲୁରୁ ସହରରେ ରହିଛି ମସ୍ତିଷ୍କ ସଂଗ୍ରହାଳୟ। ପଢ଼ିବାକୁ ନାଆଁଟି ଅଜବ ଲାଗିଲେ ମଧ୍ୟ ସତ। ଏପରି ମ୍ୟୁଜିୟମ୍ ରହିଛି ଯେଉଁଠି ୩୦୦ରୁ ଉର୍ଦ୍ଧ୍ବ ମଣିଷଙ୍କର ମସ୍ତିଷ୍କ ସୁରକ୍ଷିତ ଅବସ୍ଥାରେ ରହିଛି। ଏହି ମସ୍ତିଷ୍କଗୁଡ଼ିକୁ ମାଇନସ୍ ୮୬ ଡିଗ୍ରୀ େସଲ୍ସିୟସ୍ ତାପମାତ୍ରାରେ ରଖାଯାଇଛି। ଯାହାଫଳରେ ଏହା କେବେ ଖରାପ ହେବ ନାହିଁ। ମ୍ୟୁଜିୟମ୍ ନିର୍ମାଣ ପଛରେ ରହିଛି ଆଉ ଏକ କାରଣ। ଶରୀର ବିଜ୍ଞାନ ଉପରେ ସଚେତନତା ବିସ୍ତାର କରିବା ପାଇଁ ଏହା ତିଆରି କରାଯାଇଛି।
Follow Us