ନୂଆ ସମୟ ନୂଆ କଥା - ସ୍ମାର୍ଟ ଲେନ୍ସ୍‌

ନୂଆ ସମୟ ନୂଆ କଥା - ସ୍ମାର୍ଟ ଲେନ୍ସ୍‌

YouTube

ସାଧାରଣତଃ ଚଷମାର ବିକଳ୍ପ ଭାବେ କଣ୍ଟାକ୍ଟ୍‌ ଲେନ୍ସ୍‌ ବ୍ୟବହୃତ ହୋଇଥାଏ। କେତେକ ସ୍ଥଳରେ ଝିଅମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ବ୍ୟବହାର କରନ୍ତି। ତେବେ ଏଭଳି ଏକ ଲେନ୍ସ୍‌ ବାହାରିଛି ଯାହା ମଧୁମେହ ଓ ହୃତ୍‌ପିଣ୍ଡର ରୋଗ ଉପରେ ଧ୍ୟାନ ଦେବ। ଏହି ଲେନ୍ସ୍‌ ଲୁହ ସାହାଯ୍ୟରେ ବ୍ଲଡ୍‌ ସୁଗାର ଚେକ କରିବା ସହିତ ରୋଗୀଙ୍କୁ ସଚେତନ ମଧ୍ୟ କରିବ। ଏହାକୁ ବ୍ରିଟେନ୍‌, ଚୀନ୍‌ ଓ ଆମେରିକାର ଏକ୍ସପର୍ଟମାନେ ମିଶି କରି ପ୍ରସ୍ତୁତ କରିଛନ୍ତି। ଏହି ଲେନ୍ସ୍‌ ଦୃଷ୍ଟି ଶକ୍ତି ବଢ଼ାଇବା ସହିତ ସ୍ବାସ୍ଥ୍ୟ ଉପରେ ମଧ୍ୟ ନଜର ରଖିବ।

ଏହା ଲୁହରୁ ବ୍ଲଡ୍‌ ସୁଗାର ଲେବଲ ଚେକ କରିବା ସହିତ ଡାଟାକୁ ଓୟାରଲେସ୍‌ ମାଧ୍ୟମରେ କମ୍ପ୍ୟୁଟରକୁ ପ୍ରେରିତ କରିଥାଏ। ଏହି ଡାଟାରୁ ଶରୀରରେ ଥିବା ରୋଗ ସମ୍ବନ୍ଧରେ ଜଣାପଡ଼ିଥାଏ। ଏହା ଅନ୍ୟ ଲେନ୍ସ୍‌ ତୁଳନାରେ ପତଳା। ଦୁଇଟି ଲେନ୍ସ୍‌ ମଧ୍ୟରେ ଗୋଟିଏ ସେନ୍ସର୍‌ ଓ ସର୍କିଟ ଖଞ୍ଜା ଯାଇଛି। ଯାହା ସଂପର୍ଶରେ ଆଖିର ଲୁହ ଆସିବା ଫଳରେ ବିଶେଷଜ୍ଞଙ୍କୁ ନୂଆ ତଥ୍ୟ ମିଳିଥାଏ। ଗବେଷକଙ୍କ ମତ ଅନୁସାରେ ଯଦି କୌଣସି ଜିନିଷକ୍ୁ ବଡ଼ କରି ଦେଖିବାକୁ ହୋଇଥାଏ ତେବେ ଲେନ୍ସ୍‌ ପିନ୍ଧିଥିବା ଲୋକଙ୍କୁ ପତା ପକାଇବାକୁ ହେବ। ପତା ପକାଇବା କ୍ଷଣି ହିଁ ଜିନିଷଟି ବଡ଼ ହୋଇ ଦେଖାଯିବ। ଲେନ୍ସ୍‌ଟି ଏତେ ସବୁ କଥା କଲେ ମଧ୍ୟ ଆଖିକୁ ଆରାମ ଦେଇଥାଏ।

ଚାରିକୋଣିଆ ଗଛର ଉପତ୍ୟକା

publive-image Atlas Obscura

ପାନାମା କେନାଲ ଜୋନ୍‌ଠାରୁ କିଛି ମାଇଲ୍‌ ଦୂରରେ ଅଛି ସ୍କୋୟାର୍‌ ଟ୍ରି ଭ୍ୟାଲି। ଏଲ୍‌ ଭାଲେ ଡି ଆଣ୍ଟୋନ୍‌ ନାମକ ଆଗ୍ନେୟଗିରିର ପାଉଁଶରେ ଗଢ଼ି ଉଠିଥିବା ଏହି ଭ୍ୟାଲି ଦେଖିବାକୁ ଯେତିକି ସୁନ୍ଦର ସେତିକି ଆଶ୍ଚର୍ଯ୍ୟଜନକ ବି। ଏହା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜି ଆସିଛି। ଆଉ ଏହାର କାରଣ ହେଉଛି ଏଠାରେ ଦେଖାଯାଉଥିବା ଚାରିକୋଣିଆ ଗଣ୍ଡି ଥିବା କପା ଗଛ ପ୍ରଜାତିର ହଜାର ହଜାର ସଂଖ୍ୟାର ଗଛ। ଏହି ଚାରିକୋଣିଆ ଗଣ୍ଡି ପର୍ଯ୍ୟଟକଙ୍କ ସହ ବୈଜ୍ଞାନିକଙ୍କୁ ବି ଚକିତ କରିଥାଏ। ତେବେ ଏଭଳି ଗଛ ହେବା ପଛର କାରଣ କେହି ଖୋଜି ପାଇ ପାରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe