ଖୋଲା ଝରକା - ଚକଲେଟ୍‌ର ସ୍ବାଦ

ଖୋଲା ଝରକା - ଚକଲେଟ୍‌ର ସ୍ବାଦ

Healthline

ଏକଦା ଚକଲେଟ୍‌ର ସ୍ବାଦ ମିଠା ପରିବର୍ତ୍ତେ ରାଗ ଥିଲା। ପ୍ରଥମେ ଆମେରିକା ଜଙ୍ଗଲରୁ କୋକୋ ଗଛର ଆବିଷ୍କାର କରାଯାଇଥିଲା। ଏହି ଗଛ ଫଳର ମଞ୍ଜିରୁ ଚକଲେଟ୍‌ ତିଆରି କରାଗଲା। ୧୫୨୮ ମସିହାରେ ସ୍ପେନ୍‌ର ରାଜା ମେକ୍ସିକୋ ଉପରେ କବ୍‌ଜା କରିଥିଲେ ଓ ଏହି ସମୟରେ ସେ ନିଜ ସହିତ ବହୁପରିମାଣର କୋକୋ ମଞ୍ଜି ଓ ଚକଲେଟ୍‌ ତିଆରି କରୁଥିବା ଯନ୍ତ୍ର ସ୍ପେନ୍‌କୁ ନେଇ ଯାଇଥିଲେ। ୧୬୧୫ ମସିହା ବେଳକୁ ଫ୍ରାନ୍ସ୍‌ ଏବଂ ୧୬୫୦ ମସିହାରେ ଇଂଲଣ୍ଡ୍‌ରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏହି ସମୟରେ ଲୋକମାନେ ଏହାକୁ ଏକ ପାନୀୟଭାବେ ବ୍ୟବହାର କରୁଥିଲେ ଓ ଏହାର ସ୍ବାଦ ରାଗୁଆ ଥିଲା। ଚକଲେଟ୍‌ରେ ଧୀରେ ଧୀରେ ଚିନି, କ୍ଷୀର ଆଦି ବ୍ୟବହାର କରାଗଲା। ଏହା ପରେ ଜଣେ ଡାକ୍ତର ସାର୍‌ ହେନ୍ସ ସ୍ଲୋନ୍‌ ଏହାକୁ ପାନୀୟ ପରିବର୍ତ୍ତେ ଖାଦ୍ୟ ଭାବରେ ପ୍ରସ୍ତୁତ କରିଥିଲେ। ସେତେବେଳେ କ୍ୟାଡ୍‌ବରୀ ଏହାର ନାମ ମିଲ୍କ ଚକଲେଟ୍‌ ରଖାଯାଇଥିଲା। ୧୮୮୪ ମସିହାରେ ଏକ ବ୍ରିଟିଶ୍ ଚକଲେଟ୍‌ କମ୍ପାନୀ କୋକୋରେ ବଟର, କ୍ଷୀର ଓ ଚିନି ମିଶାଇ ଏହାକୁ ଚକଲେଟ୍‌ର ରୂପ ଦେଇଥିଲେ।

କଥା-ଫରୁଆ: ‘‘ଭାତ ହାଣ୍ଡିରୁ ଗୋଟେ’’

ପୂର୍ବେ ମାଟିପାତ୍ରରେ ଭାତ ହେଉଥିଲା। ମାଟିପାତ୍ରକୁ କୁହାଯାଏ ହାଣ୍ଡି। ହାଣ୍ଡି ହିଁ ରାନ୍ଧଣା ଲାଗି ବ୍ୟାପକ ଭାବରେ ବ୍ୟବହୃତ ଏକ ସାମଗ୍ରୀ। ଆଜିକାଲି ଅବଶ୍ୟ ଅଧିକାଂଶ ଜାଗାରେ ପିତ୍ତଳ, ଷ୍ଟିଲ୍‌ ବା ଆଲୁମିନିୟମ ହାଣ୍ଡି ବ୍ୟବହାର କରାଗଲାଣି। ତଥାପି ମାଟି- ହାଣ୍ଡିର ଯେ ଆଦର ନାହିଁ ସେ କଥା କହିହେବ ନାହିଁ। ହାଣ୍ଡିରେ ଭାତ ରନ୍ଧା ହୁଏ। ରନ୍ଧନକାଳରେ ଭାତ ହେବା ପାଇଁ ଫୁଟୁଥିବା ପାଣିରେ ପଡ଼ିଥିବା ଚାଉଳ ଭାତ ହେଲା କି ନାହିଁ ବାରମ୍ବାର ପରୀକ୍ଷା କରିବାକୁ ପଡ଼େ। ଅତଏବ ଫୁଟୁଥିବା ଭାତରୁ ଗୋଟିଏ ଆଣି ଠିକ୍‌ ସିଝିଛି କି ନାହିଁ ଦେଖିବାକୁ ହୁଏ। ହାଣ୍ଡିରେ ତ ଅସଂଖ୍ୟ ଚାଉଳ ପଡ଼ିଥାଏ ହେଲେ ସେଥିରୁ ଗୋଟିଏ ମାତ୍ର ଚିପି ଦେଖିଲେ ଅନ୍ୟ ଚାଉଳ ଗୁଡ଼ିକର ଅବସ୍ଥା ଜାଣିହୁଏ। ସେଥିଲାଗି କୌଣସି ସମଷ୍ଟିଗତ କଥାରୁ ଗୋଟିଏ ମାତ୍ରକୁ ପରୀକ୍ଷା କରି କୁହାଯାଏ- ‘‘ଠିକ୍‌ ଅଛି, ଭାତ ହାଣ୍ଡିରୁ ଗୋଟେ ଚିପିଲେ ଯଥେଷ୍ଟ।’’

ଶବ୍ଦତୋଡ଼ା : ଚୋରିହାରି

publive-image Ilam Times

ଗାଆଁ ଗହଳରେ କହନ୍ତି- ‘‘ଆରେ ଏଇଠି ଏମିତି ଖୋଲାମେଲାରେ ମୂଲ୍ୟବାନ ଜିନିଷ ଥୋଇଚୁ କାହିଁକି? ଚୋରିହାରି ହେଲେ କିଏ ସେ କଥା ବୁଝିବ?’’ ଚୋରି ଏକ ବ୍ୟାପକ ଭାବରେ ବ୍ୟବହୃତ ଶବ୍ଦ। ଚୋରି ଅର୍ଥ କାହାର ଦ୍ରବ୍ୟ ତା’ର ଅଜାଣତରେ ଆଉ ଜଣେ କେହି ନେଇଯିବା। ଏହାକୁ ଏକ ଘୃଣ୍ୟ କାମ ରୂପେ ସମସ୍ତେ ଗ୍ରହଣ କରନ୍ତି। କେତେକ ଦେଶରେ ଏଭଳି କର୍ମ ପାଇଁ କଠିନ ଦଣ୍ଡର ବ୍ୟବସ୍ଥା ଅଛି। ତେବେ ବଡ଼ କଥା ହେଲା ଚୋରି ବୋଲି କହିଲେ କଥାଟି ତ ବୁଝି ହେଉଛି ମାତ୍ର କହିଲାବେଳେ ‘‘ଚୋରିହାରି’’ ବୋଲି କାହିଁକି କହନ୍ତି? କ’ଣ ଏହାର ତାତ୍ପର୍ଯ୍ୟ? ଅପହରଣ ବା ହରଣ ଶବ୍ଦରୁ ଆସିଛି ହରିବା। ଆମେ ଯେଉଁ ହରଣଚାଳ ବୋଲି ଶବ୍ଦ ବ୍ୟବହାର କରୁ ତାହା ମଧ୍ୟ ଏହି ହରଣ ଶବ୍ଦରୁ ବାହାରିଛି। କାହାର ଜିନିଷ ଅଜାଣତରେ ବା ଜାଣତରେ, ଏପରିକି ବଳାତ୍କାର କରି ନେଇଯିବାକୁ ‘’ହରଣ’’ ବୋଲି କୁହାଯାଏ। ସେଇଥିରୁ ଆସିଛି ‘‘ହାରି’’। ଅତଏବ ‘‘ଚୋରିହାରି’’ କହିଲେ, ସେଇ ଚୋରି ବା ହରଣକୁ ବୁଝାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe