ନୂଆ ସମୟ ନୂଆ କଥା - ୨୦ ସେକେଣ୍ଡରେ ଜଣାପଡ଼ିବ ହୃଦ୍‌ରୋଗ

ନୂଆ ସମୟ ନୂଆ କଥା - ୨୦ ସେକେଣ୍ଡରେ ଜଣାପଡ଼ିବ ହୃଦ୍‌ରୋଗ

NIHR Imperial BRC

ଆମେରିକାରେ ପ୍ରତିବର୍ଷ ୧୨ ଲକ୍ଷରୁ ଅଧିକ ଲୋକ ହୃଦ୍‌ରୋଗ ଭୋଗୁଥିବା କାରଣରୁ ମ୍ୟାଗ୍ନେଟିକ୍‌ ରେଜୋନେଂସ ଇମେଜିଙ୍ଗ ବା ଏମ୍‌ଆର୍‌ଆଇ ସ୍କାନ୍‌ କରୁଛନ୍ତି। ଏହି ଏମ୍‌ଆର୍‌ଆଇ କରିବା ପାଇଁ ୪୫ରୁ ୫୦ ମିନିଟ୍‌ ପର୍ଯ୍ୟନ୍ତ ସମୟ ଲାଗିଥାଏ, ହେଲେ ବ୍ରିଟିଶ୍‌ ବୈଜ୍ଞାନିକମାନେ ଏହି ସମୟକୁ ବହୁ ଗୁଣ କମ୍‌ କରିବାରେ ସଫଳ ହୋଇଛନ୍ତି। ବ୍ରିଟେନ୍‌ ହାର୍ଟ ଫାଉଣ୍ଡେସନ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଉପଯୋଗ କରି ଏମ୍‌ଆର୍‌ଆଇ ମେସିନ୍‌ ଡିଜାଇନ୍‌ କରିଛନ୍ତି। ଏହାର ସହଯୋଗରେ ମାତ୍ର ୨୦ ସେକେଣ୍ଡରେ ଯେ କୌଣସି ହୃଦ୍‌ରୋଗର ସନ୍ଧାନ କରାଯାଇପାରିବ। ଏହାର ବିଶେଷତ୍ବ ହେଉଛି, ଏହି ଟେକ୍ନୋଲୋଜି ଜରିଆରେ ସାଧାରଣ ଚେକଅପ୍‌ ତୁଳନାରେ ୧୩ ମିନିଟ୍‌ ପର୍ଯ୍ୟନ୍ତ ସମୟ ସଞ୍ଚୟ ହେବ। ଏହି ଟେକ୍ନୋଲୋଜି ବର୍ତ୍ତମାନ ଲଣ୍ଡନ ବିଶ୍ବବିଦ୍ୟାଳୟର ହସ୍ପିଟାଲ୍‌ରେ ବ୍ୟବହୃତ ହେଉଛି।

ବିଶ୍ବର ସବୁଠାରୁ ବଡ଼ ଷ୍ଟ୍ରବେରୀ

publive-image

ଅନେକ ସମୟରେ ଏମିତି କିଛି ଫଳ କିମ୍ବା ପନିପରିବା ଆମ ଦୃଷ୍ଟିକୁ ଆସିଥାଏ, ଯାହାର ଆକାର ଓ ଓଜନ ସାଧାରଣଠାରୁ ବହୁତ ଅଧିକ କିମ୍ବା ବହୁତ କମ୍‌ ହୋଇଥାଏ। ଇସ୍ରାଏଲ୍‌ର ଗୋଟିଏ ଷ୍ଟ୍ରବେରୀ ବିଶ୍ବ ରେକର୍ଡ କରିଛି। ଷ୍ଟ୍ରବେରୀ ସାଧାରଣ ଭାବେ ଛୋଟ ଓ ଲାଲ୍‌ ରଙ୍ଗର ହୋଇଥାଏ। କିନ୍ତୁ ଇସ୍ରାଏଲ୍‌ର ଜଣେ କୃଷକ ଏରିୟଲ୍‌ ଚାହିଙ୍କ କ୍ଷେତରେ ଏମିତି ଏକ ଷ୍ଟ୍ରବେରୀ ହୋଇଛି, ଯାହା ଏବେ ସମ୍ପୂର୍ଣ୍ଣ ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି। ଏହି ଷ୍ଟ୍ରବେରୀର ଆକାର ଓ ଓଜନ ସାଧାରଣଠାରୁ ଅପେକ୍ଷାକୃତ ବେଶ୍‌ ବଡ଼। ଇଲାନ୍‌ ପ୍ରଜାତିର ଏହି ଷ୍ଟ୍ରବେରୀର ଓଜନ ୨୮୯ ଗ୍ରାମ୍‌ ହେବ। ତେଣୁ ଏହାକୁ ଗିନିଜ୍‌ ବିଶ୍ବ ରେକର୍ଡରେ ସାମିଲ୍ କରାଯାଇଛି। ଗିନିଜ୍‌ ୱାଲର୍ଡ ରେକର୍ଡର ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଏହାର ଏକ ଭିଡିଓକୁ ସେୟାର୍‌ କରାଯାଇଛି। ଏହାପୂର୍ବରୁ ୨୦୧୫ରେ ଜାପାନ୍‌ର ଫୁକୁଓକାଠାରେ ମିଳିଥିବା ସବୁଠାରୁ ବଡ଼ ଷ୍ଟ୍ରବେରୀ ରେକର୍ଡକୁ ଭାଙ୍ଗିବାରେ ଏହା ସକ୍ଷମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe