ନୂଆ ସମୟ ନୂଆ କଥା: ଝୁଲନ୍ତା ସୁଇମିଂ ପୁଲ୍‌

Advertisment
ନୂଆ ସମୟ ନୂଆ କଥା: ଝୁଲନ୍ତା ସୁଇମିଂ ପୁଲ୍‌

Stylepark

ଦକ୍ଷିଣ ନର୍‌ୱେର ୨ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ହୋଟେଲ୍‌ ନିର୍ମାଣ ହେବାକୁ ଯାଉଛି। ତୁର୍କିର ଆର୍କିଟେକ୍‌ଚରାଲ୍‌ ଡିଜାଇନ୍‌ ଷ୍ଟୁଡିଓ ‘ହାୟରି ଅତାକ୍‌’ ଏହି ହୋଟେଲ୍‌ ଡିଜାଇନ୍‌ କରୁଛି। ଏଇଟି ଚାରି ମହଲାବିଶିଷ୍ଟ। ପ୍ରଥମ ମହଲାରେ ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ଏକ ବଡ଼ ସ୍ଥଳୀ ସହିତ ଝୁଲନ୍ତା ସୁଇମିଂ ପୁଲ୍‌ ରହିବ। ପୁଲ୍‌ଟି ସମ୍ପୂର୍ଣ୍ଣ କାଚରେ ତିଆରି ହେବ। ୨ ହଜାର ଫୁଟ ଉଚ୍ଚର ଏହି ପାହାଡ଼ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଜଣେ ବ୍ୟବସାୟୀ ଏହାର ଶିଖରରେ ହୋଟେଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ତୁର୍କି ଡିଜାଇନିଂ ଷ୍ଟୁଡିଓ ଅନୁସାରେ, ଯଦି ଏଠାରେ ଝୁଲନ୍ତା ସୁଇମିଂ ପୁଲ୍‌ ନିର୍ମାଣ ହୁଏ, ତେବେ ତାହା ବିଶ୍ବର ଉଚ୍ଚତମ ସୁଇମିଂ ପୁଲ୍‌ ହେବ। ଏହା ପୂର୍ବରୁ ଲଣ୍ଡନ୍‌ର ଏକ ୫୫ ମହଲାବିଶିଷ୍ଟ ଅଟ୍ଟାଳିକା ଉପରେ ଝୁଲନ୍ତା ସୁଇମିଂ ପୁଲ୍‌ ରହିଛି। ସେହି ପୁଲ୍‌ରେ ଥାଇ ଜଣେ ବ୍ୟକ୍ତି ଲଣ୍ଡନ୍‌ ସହରର ୩୬୦ ଡିଗ୍ରୀ ଦୃଶ୍ୟ ଦେଖିପାରିବେ।

ଇନ୍ଦ୍ରଧନୁ ଅଜଗର

publive-image Zee News

ଅଜଗରର ରଙ୍ଗ ଇନ୍ଦ୍ରଧନୁ ପରି। ଆମେରିକାର କାଲିଫର୍ଣ୍ଣିଆ ସରୀସୃପ ଚିଡ଼ିଆଖାନାର ପ୍ରତିଷ୍ଠାତା ଜେ ବ୍ରେବର ଏଭଳି ଏକ ବିରଳ ଅଜଗର ସାପକୁ ସମସ୍ତଙ୍କ ସାମନାକୁ ଆଣିଛନ୍ତି। ଏହାର ଭିଡ଼ିଓ ସେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ଯାହା ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅନେକ ଏହାକୁ ଇନ୍ଦ୍ରଧନୁ ଅଜଗର ବୋଲି କହୁଛନ୍ତି। ଅବଶ୍ୟ ଏହାକୁ ସେ ମେ’ ମାସରେ ଇନଷ୍ଟାଗ୍ରାମ୍‌ରେ ସେୟାର୍‌ କରିଥିଲେ। ଆଉ ଏବେ ତାହା ଇନ୍‌ଷ୍ଟା ରିଲ୍‌ରେ ବେଶ୍‌ ଭାଇରାଲ ହେଉଛି। ଏବେ ସୁଦ୍ଧା ଏହି ଇନ୍ଦ୍ରଧନୁ ରଙ୍ଗ ଅଜଗର ସାପକୁ ୨୦ ନିୟୁତ ଲୋକ ଦେଖିସାରିଥିବା ବେଳେ ୯୯୮ ହଜାରରୁ ଅଧିକ ଲାଇକ୍‌ ମିଳିଛି। ଭିଡ଼ିଓରୁ ଦେଖିବାକୁ ମିଳୁଛି ସେ ଏହାକୁ ହାତରେ ଧରିଛନ୍ତି। ସେ ଜଣେ ସାପ ପ୍ରେମୀ। ସାପଗୁଡ଼ିକୁ ତାଙ୍କ ସନ୍ତାନଙ୍କ ଭଳି ପାଳିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe