ଖୋଲା ଝରକା: ଘଣ୍ଟାରେ ୧୨ଟା ବାଜେନି

ଖୋଲା ଝରକା: ଘଣ୍ଟାରେ ୧୨ଟା ବାଜେନି

Dailyhunt

ଦିନକୁ ୨୪ ଘଣ୍ଟା ହିସାବରେ ସବୁ ଘଣ୍ଟାରେ ୧୨ ପର୍ଯ୍ୟନ୍ତ ଅଙ୍କ ଥାଏ। କିନ୍ତୁ ଏମିତି ଏକ ଅଜବ ଘଣ୍ଟା ଅଛି ଯାହାର ନାହିଁ ୧୨ ଅଙ୍କ। ଏହି ଘଣ୍ଟାରେ କେବଳ ୧୧ ଅଙ୍କ ପର୍ଯ୍ୟନ୍ତ ରହିଛି। ଘଣ୍ଟାଟି ସୁଇଜରଲାଣ୍ଡ୍‌ର ସୋଲୋଥର୍ନ ସହରରେ ଅଛି। ଏହି ସହରର ଟାଉନ୍‌ ସ୍କୋୟାର୍‌ରେ ଘଣ୍ଟାଟି ଅଛି, ଯାହାର ମାତ୍ର ୧୧ ପର୍ଯ୍ୟନ୍ତ ଅଙ୍କ ରହିଛି। ଏହି ଘଣ୍ଟାଗୁଡ଼ିକରେ ୧୨ଟା ବାଜି ନଥାଏ। ଏହି ସହର ଲୋକଙ୍କର ୧୧ ଅଙ୍କ ପ୍ରତି ବହୁତ ଭଲ ପାଇବା ରହିଛି। ତେଣୁ ଏଠାରେ ପ୍ରାୟ ସବୁ ଜିନିଷ ୧୧ ଡିଜାଇନ୍‌ ଭଳି ହୋଇଥାଏ।

ଏଠାରେ ଥିବା ଚର୍ଚ୍ଚ ଓ ଚାପେଲର ସଂଖ୍ୟା ବି ୧୧-୧୧ ଅଟେ। ଏହା ଛଡ଼ା ଏଠାକାର ସଂଗ୍ରହାଳୟ, ଐତିହାସିକ ଟାୱାର୍‌ ବି ୧୧ ଟି ଅଛି। ଏଠାକାର ସେଣ୍ଟ୍‌ ଉର୍ସୁସ୍‌ର ମୁଖ୍ୟ ଚର୍ଚ୍ଚରେ ୧୧ ନମ୍ବରର ମହତ୍ତ୍ବ ଦେଖିବାକୁ ମିଳିଥାଏ। ଏହି ଚର୍ଚ୍ଚ ୧୧ ବର୍ଷରେ ନିର୍ମାଣ ହୋଇଥିଲା। ଏଠାରେ ତିନୋଟି ଶିଡ଼ିର ସେଟ୍‌ ରହିଛି ଆଉ ପ୍ରତି ସେଟ୍‌ରେ ୧୧ଟି ପାହାଚ ଅଛି। ଏହା ଛଡ଼ା ଏଠାରେ ୧୧ଟି କବାଟ ଓ ୧୧ଟି ଘଣ୍ଟି ଅଛି। ଏମାନେ୧୧ ତମ ଜନ୍ମଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ବିଶ୍ବାସ କରାଯାଏ ଯେ ବହୁବର୍ଷ ପୂର୍ବେ ଲୋକେ ପରିଶ୍ରମ କରି ବି ଖୁସି ରହିପାରୁନଥିଲେ। ଦିନେ ପାହାଡ଼ରୁ କିଛି ଏଲ୍ଫ ୍‌ଆସି ଲୋକଙ୍କ ଆତ୍ମବିଶ୍ବାସ ବଢ଼ାଇଲେ। ଜର୍ମାନ୍‌ ଭାଷାରେ ଏଲ୍ଫ୍‌ର ଅର୍ଥ ହେଉଛି ୧୧। ସେବେଠାରୁ ଏଠାକାର ଲୋକେ ୧୧ ନମ୍ବରକୁ ଭଲପାଇ ଆସୁଛନ୍ତି।

କଥା-ଫରୁଆ: ଗୋରୁ ମୁଣ୍ଡ ଥାପି କପା ତୋଳିବା

ଚାଷୀ ନିଜଜମିରେ ଫସଲକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାଏ। ସେଥିରୁ ଗୋଟିଏ ହେଉଛି ପାଳଭୂତ। ମାନେ ପାଳନଡ଼ାରେ ତିଆରି କରି ଫସଲ କିଆରି ମଝିରେ ଏକ ଆକୃତି ଠିଆ କରାଇବା। ଯାହା କି ଏକ ମଣିଷର ଭ୍ରମ ସୃଷ୍ଟି କରିଥାଏ। ସେହିପରି କେହି କେହି ଅନ୍ୟକୁ ଡରାଇବା ପାଇଁ ଗୋଟିଏ ଖୁଣ୍ଟପୋତି ତା’ ଉପରେ ଗାଈ ବା ବଳଦର କଙ୍କାଳ-ମୁଣ୍ଡଟିଏ ଥୋଇ ଦିଅନ୍ତି। ତାହା ଅଜବ ଦିଶେ ଫଳରେ ଜୀବଜନ୍ତୁ ହୁରୁଡ଼ି ଯାଆନ୍ତି। ଦେଖାଯାଇଛି ଯେ ଆଗରୁ ଅନେକ ଚାଷୀ ଏହିଭଳି ଉପାୟ ଅବଲମ୍ବନ କରୁଥିଲେ। ଏଠାରେ ଗୋରୁମୁଣ୍ଡକୁ ଜଗେଇ ଚାଷୀ ତା’ର ଅସଲ ସ୍ବାର୍ଥ ସାଧନ କରିଥାଏ। ଅତଏବ ଅନ୍ୟକୁ ଆଗରେ ରଖି କେହି ନିଜର ସ୍ବାର୍ଥସାଧନ କଲେ ସେ କ୍ଷେତ୍ରରେ ଏ ଉକ୍ତିର ପ୍ରୟୋଗ କରାଯାଏ।

ଶବ୍ଦତୋଡ଼ା: ଘରଦୁଆର

publive-image Forbes

ଆମ ଓଡ଼ିଆ ଭାଷାରେ ‘ଘରଦୁଆର’ ଶବ୍ଦର ବ୍ୟବହାର ବ୍ୟାପକ। ଜଣେ ଯେତେବେଳେ କହନ୍ତି ମତେ ଘରଦୁଆର ସବୁକଥା ବୁଝିବାକୁ ପଡ଼ୁଛି ଆମେ ସେତେବେଳେ ଜାଣିଯାଉ ସେ ପ୍ରକୃତରେ କ’ଣ କହିବାକୁ ଚାହଁୁଛନ୍ତି। ଘରଦୁଆର କଥା ମାନେ ଏଠାରେ ଘର ଚଳେଇବା ବିଷୟରେ ସେ କହୁଛନ୍ତି। ଘର କହିଲେ ବାସସ୍ଥାନ ଓ ଦୁଆର କହିଲେ ସେଥିରେ ଲାଗିଥିବା ବନ୍ଧଯୁକ୍ତ କବାଟ। କେହି ହୁଏ ତ କହିପାରନ୍ତି ଝରକା ବି ତ ଘରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ କିନ୍ତୁ ଏଠାରେ ଝରକା ଶବ୍ଦର ଉଲ୍ଲେଖ ନାହିଁ କାହିଁକି? ତା’ର କାରଣ ଆଗରୁ ପୁରୁଣା ଘରମାନଙ୍କରେ ଝରକା ହିଁ ନ ଥିଲା କହିଲେ ଚଳେ। ଘର ଗୋଟିଏ ଚାରିକାନ୍ଥ ଥିବା ବା ଗୋଟିଏ ଗୋଲାକାର ଆବଦ୍ଧ କୋଠରି ଓ ‌େସଥିରେ ଲାଗିଥିବା ଦ୍ବାରକୁ ହିଁ ବୁଝାଉଥିଲା। ତେଣୁ ସେଇଥିରୁ କାଳକ୍ରମେ ଲୋକମୁହଁରେ ସାଂସାରିକ ଚଳଣି‌େର ଘର- ବିଷୟକୁ ‘‘ଘରଦୁଆର’ ‌ବୋଲି କୁହାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe