Buy Paintings Online India
ବାର ବର୍ଷ ତଳର କଥା। ସେତେବେଳେ ସଂଜୟ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା। ବିକାଶ ସାର ତା’କୁ ସାଇକେଲରେ ବସେଇ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାଗୁଡ଼ିକରେ ଅଂଶ ଗ୍ରହଣ କରିବାକୁ ନେଇ ଯାଉଥିଲେ। ସେଠାରେ ସେ ପ୍ରତିଯୋଗୀମାନଙ୍କୁ ଦେଖି ନୂଆ କିଛି କରି ଦେଖାଇବା ପାଇଁ ଉତ୍ସାହିତ ହେଉଥିଲା। ସେତେବେଳେ ତା’ ଗାଁରେ ନଳକୂପ ନ ଥିବାରୁ ପିଲାଠୁ ବୁଢାଯାଏଁ ସମସ୍ତଙ୍କ ଏକା ସାହା ଭରସା ଥିଲା ଗାଁର ଏକମାତ୍ର କୋଠପୋଖରୀ। ଗାଁର ସ୍ତ୍ରୀଲୋକମାନେ ଏଇ ପୋଖରୀରୁ ପାଣିନେଇ ରୋଷେଇବାସ କରୁଥିଲେ। କାରଣ କୁଅ ପାଣିରେ ଚାଉଳ ସିଝୁ ନଥିଲା। ସେଇ ପୋଖରୀରେ ସମସ୍ତେ ଗାଧୋଇବାସହ ଗୋରୁ ଗାଈଙ୍କୁ ମଧ୍ୟ ଗାଧୋଇ ଦେଉଥିଲେ।
ଏସବୁ ଦେଖି ସଂଜୟ, ସାର୍ଙ୍କୁ ପଚାରିବାରୁ ସାର୍ କହୁଥିଲେ- ଗାଁରେ ନଳକୂପର ଆବଶ୍ୟକତା ରହିଛି ଓ କଲିକତି ଦଳରେ ଭର୍ତି ହୋଇଥିବା ପୋଖରୀକୁ ସଫା କରି ଚୂନ ପକାଇ ବିଶୋଧନ କରିବା ପାଇଁ ବିଡିଓଙ୍କ ପାଖକୁ ଗାଁ ଲୋକେ ଦରଖାସ୍ତ ଦେଲେ ସମସ୍ୟା ସମାଧାନର ବାଟ ବାହାରି ପାରନ୍ତା। ସଂଜୟ ଏ ବିଷୟରେ ଗାଁରେ ବାରମ୍ବାର କହୁଥିଲେ ବି କେହି ତା’ କଥା ଶୁଣି ନଥିଲେ। ସେ ନିଜେ କିଛି ସାଙ୍ଗମାନଙ୍କୁ ଏକାଠି କରି ଦଶ କିଲୋମିଟର ବାଟ ଚାଲି ଚାଲି ବିଡିଓଙ୍କୁ ଦରଖାସ୍ତ ଦେଇ ଗାଁର ସମସ୍ୟା ଜଣେଇଥିଲା। ବିଡିଓ ଛୋଟ ପିଲାଟିର ଦରଖାସ୍ତ ଗ୍ରହଣ କରି ଗାଁରେ ନଳକୂପ ବସାଇବାର ବ୍ୟବସ୍ଥା କରିବା ସହ ଗାଁ ପୋଖରୀକୁ ସଫା ଓ ବିଶୋଧିତ କରିବାର ବ୍ୟବସ୍ଥା କରିଥିଲେ। ଫଳରେ ଲୋକେ ଝାଡାବାନ୍ତି ରୋଗରୁ ରକ୍ଷା ପାଇଥିଲେ।
ଦିନେ ତା’ ବିଦ୍ୟାଳୟକୁ ସ୍କୁଲ୍ ଇନିସ୍ପେକ୍ଟର୍ ଆସିଥିଲେ। ପିଲାମାନେ ବଡ଼ ହୋଇ କ’ଣ ହେବ ବୋଲି ପଚାରିଥିଲେ ? ସଂଜୟ କହିଥିଲା ବିଡିଓ ହେବି। କାରଣ ପଚାରିବାରୁ ସେ ଗାଁ ସମସ୍ୟା ସବୁ ଗାଇ ଚାଲିଥିଲା। ସଂଜୟ ଯୋଗୁଁ ଗାଁରେ କିପରି ନଳକୂପ ବସିଥିଲା ସେସବୁ କଥା ବିକାଶ ସାର୍, ଇନିସ୍ପେକ୍ଟରଙ୍କୁ କହିଥିଲେ। ଏସବୁ ଶୁଣି ଇନିସପେକ୍ଟର୍ ବହୁତ ଖୁସି ହୋଇ ସମସ୍ତ ପିଲାଙ୍କୁ ଭଲ ମଣିଷ ହେବାର ବାଟ ବତାଇ ଥିଲେ।
ଦଶମ ଶ୍ରେଣୀ
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ
Follow Us