ନୂଆ ସମୟ ନୂଆ କଥା: ଲିନିଂ ଟାୱାର୍‌ ଅଫ୍‌ ପିସା

ନୂଆ ସମୟ ନୂଆ କଥା: ଲିନିଂ ଟାୱାର୍‌ ଅଫ୍‌ ପିସା

Live Science

ପ୍ରାୟ ୪ ଡିଗ୍ରୀ ଢଳି ରହିଥିବା ଇଟାଲୀର ଲିନିଂ ଟାୱାର ଅଫ୍‌ ପିସା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ରହିଆସିଛି। ଏହା ହେଉଛି ପିସା କ୍ୟାଥେଡ୍ରାଲ୍‌ର ବେଲ୍‌ ଟାୱାର୍‌। ୫୫.୮୬ ମିଟର (୧୮୩ ଫୁଟ୍‌ ୩ ଇଞ୍ଚ) ଉଚ୍ଚତାବିଶିଷ୍ଟ ଏହି ଟାୱାର୍‌ର ନିର୍ମାଣ ଦ୍ବାଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ହିଁ ନରମ ମାଟି ଲାଗି ଏହା ଢଳିବା ଆରମ୍ଭ କରିଥିଲା। ଆଉ ନିର୍ମାଣ ସରିବା ବା ଚତୁର୍ଦ୍ଦଶ ଶତାବ୍ଦୀବେଳକୁ ଟାୱାରର ଭାର ସମ୍ଭାଳି ନ ପାରି ଏହାର ମୂଳଦୁଆର ସ୍ଥିତି ଅଧିକ ବିଗିଡ଼ିବାକୁ ଲାଗିଲା। ୧୯୯୦ରେ ତ ଏହା ୫.୫ ଡିଗ୍ରୀ ଢଳିଯାଇଥିଲା। ପରେ ଏଥିରେ କିଛି ମରାମତି କାଯ୍ୟ କରି ଢଳିବା କମାଇ ୩.୯୭ ଡିଗ୍ରୀ ପର୍ଯ୍ୟନ୍ତ କରାଗଲା। ଏହି ଅଦ୍ଭୁତ ସ୍ଥାପତ୍ୟର ନକଲ ମଧ୍ୟ ହୋଇଛି ଯାହା କି ଲିନିଂ ଟାୱାର୍‌ ଅଫ୍‌ ନାଇଲ୍ସ୍‌ ନାମରେ ପରିଚିତ।

ରଙ୍ଗ ବଦଳିବା ପାଇଁ ଚିପ୍‌

publive-image Ripples Nigeria

ଜୀବଜଗତର ସୃଷ୍ଟି ଏକ ଛୋଟ ଜୀବାଣୁରୁ ଆରମ୍ଭ ହୋଇଛି। ପ୍ରାକୃତିକ ଉପାୟରେ ମଣିଷର ରଙ୍ଗ, ରୂପ ଭବିଷ୍ୟତରେ କୃତ୍ରିମ ଉପାୟରେ ବଦଳିଯିବ କି ବୋଲି ମନରେ ପ୍ରଶ୍ନ ଉଠେ। ଏ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଜୀବବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପରୀକ୍ଷା କରାଯାଇଛି। କିଛି ବର୍ଷ ଗବେଷଣା କରିବା ପରେ ଏଲୋନ୍‌ ମସ୍କ ଏପରି ଏକ ଚିପ୍‌ ପ୍ରସ୍ତୁତ କରିଛନ୍ତି, ଯାହା ଭବିଷ୍ୟତରେ ମଣିଷ ନିଜର ରଙ୍ଗ, ରୂପ ଓ ବୁଝିବା ଶକ୍ତି କିପରି ହେବ ତାହା ସ୍ଥିର କରିବ। ତେଣୁ ଏଭଳି ଚିନ୍ତାଧାରାକୁ ନେଇ ଏକ କୃତ୍ରିମ ଜୀବ ପ୍ରସ୍ତୁତ ପାଇଁ ସେ ଲାଗି ପଡ଼ିଛନ୍ତି। ଏକ ପରିକଳ୍ପିତ ମନୁଷ୍ୟର ଶରୀର ଭିତରେ ଅନେକ ପ୍ରକାର ମେସିନ୍‌ ଓ ମସ୍ତିଷ୍କରେ ଏକ ଚିପ୍‌ ରହିବ। ଏହି ମେସିନ୍‌ ଓ ଚିପ୍‌ ଦ୍ବାରା ମଣିଷର ମାନସିକ ଓ ଶାରୀରିକ ଦକ୍ଷତା ବର୍ତ୍ତମାନ ଅପେକ୍ଷା ଢେର ଗୁଣ ବଢ଼ିଯିବ ବୋଲି ଆଶା କରିଛନ୍ତି। ଅନ୍ୟପକ୍ଷରେ ନ୍ୟୁରୋଲିଙ୍କ୍‌ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଏକ ହାଇଟେକ୍‌ ଚିପ୍‌ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଏହି ଚିପ୍‌ ମନୁଷ୍ୟ ମସ୍ତିଷ୍କର ସ୍ନାୟୁ ନେଟ୍‌ୱର୍କ ସହିତ ସିଧାସଳଖ ସଂଯୁକ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe