ନୂଆ ସମୟ ନୂଆ କଥା - ପଶୁପକ୍ଷୀଙ୍କ ଆକାର କମୁଛି

Advertisment
ନୂଆ ସମୟ ନୂଆ କଥା - ପଶୁପକ୍ଷୀଙ୍କ ଆକାର କମୁଛି

BirdWatching

ଜଳବାୟୁ ପରିବର୍ତ୍ତନ ପଶୁପକ୍ଷୀଙ୍କ ଶରୀରର ଆକାରକୁ ଏବେ ସଙ୍କୁଚିତ କରୁଛି। ୧୯୭୬ ଓ ୧୯୯୯ ମଧ୍ୟରେ ଦୀର୍ଘ ବର୍ଷ ଧରି ଗବେଷକମାନେ ସଂଗ୍ରହ କରିଥିବା ତଥ୍ୟରୁ ଏହା ପ୍ରମାଣିତ ହୋଇଛି। କେପ୍‌ ଟାଉନ୍‌ ୟୁନିଭର୍ସିଟିର ଗବେଷକମାନେ ଦକ୍ଷିଣ ଆଫ୍ରିକାର ୱେଷ୍ଟ୍‌ଭିଲ୍ଲେସ୍ଥିତ ପାଲମିଟ୍‌ ନଦୀ ଆଖପାଖରେ ଦେଖାଯାଉଥିବା ମାଉ‌େଣ୍ଟନ୍‌ ୱାଗ୍‌ଟେଲ୍‌ସ (ଏକ ପ୍ରକାର ପକ୍ଷୀ)ର ଓଜନ ପରିବର୍ତ୍ତନ ଉପରେ ଅଧ୍ୟୟନ କରିଥିଲେ। ପୃଥିବୀ ଓ ତା’ର ପାରିପାର୍ଶ୍ବିକ ସ୍ଥିତି ଉପରେ ଜଳବାୟୁ ପରିବର୍ତ୍ତନର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି। ବିଗତ ଶହେ ବର୍ଷରେ ବିଶ୍ବ ତାପମାତ୍ରା ପ୍ରାୟ ଏକ ଡିଗ୍ରି ସେଲ୍‌ସିୟସ୍‌ ବୃଦ୍ଧି ପାଇଛି। ମାଉ‌େଣ୍ଟନ୍‌ ୱାଗ୍‌ଟେଲ୍‌ସର ଶେଷ ରେକର୍ଡରୁ ଜଣାପଡ଼ିଲା ଯେ ବିଗତ ଦିନର ବିଶ୍ବ ତାପନ ସମୟରେ ଉଭୟ ଜଳଚର ଓ ଭୂମିରେ ବିଚରଣ କରୁଥିବା ପଶୁପକ୍ଷୀ ଅପେକ୍ଷାକୃତ ଛୋଟ ହୋଇଛନ୍ତି। କ୍ଷୁଦ୍ରତମ ପଶୁପକ୍ଷୀଙ୍କ ତୁଳନାରେ ବୃହତ୍‌ ପଶୁପକ୍ଷୀ ଥଣ୍ଡା ଜଳବାୟୁ ସହ୍ୟ କରିପାରନ୍ତି। ତେଣୁ ଉଷ୍ମ ଜଳବାୟୁ କ୍ଷୁଦ୍ର ଜନ୍ତୁଙ୍କ ପାଇଁ ଅଧିକ ଅନୁକୁଳ ବୋଲି କେପ୍‌ ଟାଉନ୍ ୟୁନିଭର୍ସିଟିର ପ୍ରଫେସର ରେସ୍‌ ଅଲ୍‌ଟୱେଗ୍‌ କହିଛନ୍ତି।

ଶହେ ଭାଷା କହିପାରୁଥିବା ରୋବୋଟ୍‌

publive-image Quora

ଇରାନ୍‌ର ତେହେରାନ୍‌ ବିଶ୍ବବିଦ୍ୟାଳୟ ଏଭଳି ଏକ ରୋବୋଟ୍‌ ତିଆରି କରିଛି ଯାହା ଶହେଟି ଭିନ୍ନ ଭିନ୍ନ ଭାଷା ବୁଝିପାରିବା ସହ ଅନୁବାଦ ବି କରିପାରୁଛି। କେବଳ ଏତିକି ନୁହେଁ ଏହା ମୁହଁ ଚିହ୍ନିବା ସହ ଫୁଟ୍‌ବଲ୍‌କୁ କିକ୍‌ ମାରିପାରେ। ଆଇଆର୍‌ଆଇବି ଟିଭି ରିପୋର୍ଟ ଅନୁସାରେ, ବିଶ୍ବବିଦ୍ୟାଳୟର ଏକ ଟିମ୍‌ ଚାରି ବର୍ଷ ଧରି ଏହି ରୋବୋଟ୍‌କୁ ତିଆରି କରିଥିଲେ। ଏହାର ନାଁ ‘ସୁରେନା’। ରିପୋର୍ଟ ଅନୁସାରେ ଏହି ରୋବୋଟ୍‌ ଯେ କୌଣସି ଜିନିଷକୁ ଉଠାଇପାରିବ। ଖାଲି ସେତିକି ନୁହେଁ, ଲୋକମାନଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇପାରିବ। ସୂତ୍ର ଅନୁସାରେ, ୧୭୦ ସେଣ୍ଟିମିଟର୍‌ ଲମ୍ବ ଏବଂ ୭୦ କିଲୋଗ୍ରାମ୍‌ ଓଜନର ସୁରେନା ଘଣ୍ଟା ପ୍ରତି ୭ କିଲୋମିଟର୍‌ ଗତିରେ ଚାଲିବାକୁ ସକ୍ଷମ ଏବଂ ଆବଡ଼ା-ଖାବଡ଼ା ଜାଗାରେ ଆଗପଛ ତଥା ବାମ-ଡାହାଣକୁ ମୁହଁ ବୁଲାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe