ନୂଆ ସମୟ ନୂଆ କଥା: ଇନ୍ଦ୍ରଧନୁ ପାହାଡ଼

ନୂଆ ସମୟ ନୂଆ କଥା: ଇନ୍ଦ୍ରଧନୁ ପାହାଡ଼

Forbes

ଇନ୍ଦ୍ରଧନୁର ରଙ୍ଗରେ ପାହାଡ଼ସବୁ ରଙ୍ଗବେରଙ୍ଗ ହୋଇ ଖୁବ୍‌ ସୁନ୍ଦର ଦିଶନ୍ତି। ହଳଦିଆ, କମଳା, ନୀଳ ଓ ଧଳା ରଙ୍ଗର ଏଇ ପ୍ରାକୃତିକ ଦୃଶ୍ୟ ଗୋଟିଏ ପଥୁରିଆ ଅଞ୍ଚଳର। ଚୀନ୍‌ର ଗାନ୍‌ସୁ ପ୍ରଦେଶସ୍ଥିତ ସାଙ୍ଘାଇର ୬୦୦ ମାଇଲ୍‌ ପଶ୍ଚିମରେ ଅବସ୍ଥିତ ଶହ ଶହ ମିଟର ଉଚ୍ଚର ଏଇ ପର୍ବତମାଳା। ପ୍ରାୟ ୨୪ କୋଟି ବର୍ଷ ତଳୁ ରଙ୍ଗିନ୍‌ ବଉଳା ପଥର ଏକାଠି ଚାପିହୋଇ ଇନ୍ଦ୍ରଧନୁ ପରି ପଟାଳିଆ ଶିଖର ହୋଇ ଗଢ଼ି ଉଠିଛି। ଅସରାଏ ବର୍ଷା ପରେ ଏହି ରଙ୍ଗିନ୍‌ ପାହାଡ଼ ଖୁବ୍‌ ସୁନ୍ଦର ଦେଖାଯାଏ।

ନିଆରା ଟଏଲେଟ୍‌

publive-image Luxurylaunches

ଦୁବାଇରେ ତିଆରି ହୋଇଛି ଏମିତି ଏକ ଟଏଲେଟ୍‌, ଯାହାକୁ ଦେଖିଲେ ଆଖି ଝଲସିଯିବ। ଏହା ସୁନା ଓ ହୀରାରେ ତିଆରି ହୋଇଛି। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। କାରଣ ସେଥିରେ ଖଚିତ ହୋଇଛି ୪୦,୮୧୫ଟି ହୀରା, ଯାହା ୩୩୪ କ୍ୟାରେଟ୍‌ର ଅଟେ। ଏହି ଟଏଲେଟ୍‌ର ମୂଲ୍ୟ ଶହେକୋଟି ଅଠେଇଶି ଲକ୍ଷ ଟଙ୍କା।। ତେଣୁ ଏହା ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସବୁଠାରୁ ଅଧିକ ଦାମୀ ଟଏଲେଟ୍‌ ସିଟ୍‌ ଭାବେ ସ୍ଥ‌ାନ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe