ନୂଆ ସମୟ ନୂଆ କଥା: କଙ୍କାଳ ହ୍ରଦ

Advertisment
ନୂଆ ସମୟ ନୂଆ କଥା: କଙ୍କାଳ ହ୍ରଦ

California Wanderland

ସମୁଦ୍ର ପତନଠାରୁ ୧୬୦୦୦ ଫୁଟ୍‌ ଉଚ୍ଚ ବରଫରେ ଢାଙ୍କି ହୋଇ ରହିଛି ରୁପ୍‌କୁଣ୍ଡ୍‌ ହ୍ରଦ। ଏହା ଉତ୍ତରାଖଣ୍ଡର ଚାମୋଲିଠାରେ ଅବସ୍ଥିତ। ଜାଗାଟି କଙ୍କାଳ ହ୍ରଦ ନାମରେ ମଧ୍ୟ ପରିଚିତ। କାରଣ ଏଠାରେ ଶହେରୁ ଅଧିକ ମଣିଷଙ୍କ ହାଡ଼ ବା କଙ୍କାଳ ଦେଖିବାକୁ ମିଳେ। ଗ୍ରୀଷ୍ମଦିନରେ ବରଫ ତରଳିବାରୁ ଲୁଚି ରହିଥିବା କଙ୍କାଳଗୁଡ଼ିକ ଦେଖିବାକୁ ମିଳିଥିଲା।

ବହୁତ ବର୍ଷ ତଳରେ କିଛି ଜାପାନୀ ‌ସୈନିକ ଭାରତକୁ ବୁଲିବାକୁ ଆସିଥିଲେ ଏବଂ କୌଣସି କାରଣରୁ ‌େସମାନଙ୍କ ମୃତ୍ୟୁ ଘଟିଥିଲା। ପରେ ବ୍ରିଟିଶ୍‌ ସରକାର ତାହା ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେବା ପରେ ଜଣାପଡ଼ିଥିଲା କି ତାହା ହଜାର ବର୍ଷ ତଳର କଙ୍କାଳ। କଙ୍କାଳଗୁଡ଼ିକ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିପାରିନାହିଁ। ଯେତେବେଳେ ଗ୍ରୀଷ୍ମଦିନରେ ବରଫ ତରଳିଯାଏ ସେହି କଙ୍କାଳଗୁଡ଼ିକ ରୁପ୍‌କୁଣ୍ଡ୍‌ ହ୍ରଦରେ ଭାସିବାର ଦେଖିବାକୁ ମିଳେ। ଖାସ୍‌ ଏଇଥିପାଇଁ ଏହା କଙ୍କାଳ ହ୍ରଦ ନାମରେ ପରିଚତ ‌େହାଇଛି।

ଏକତାର ପ୍ରତୀକ ଗୋଟିଏ ବ୍ରିଜ୍‌

publive-image Archilovers

ଭେନିସ୍‌ ସହର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ। ଜଳମଗ୍ନ ଏହି ସହର ପର୍ଯ୍ୟଟକଙ୍କୁ ଆକୃଷ୍ଟ ବି କରିଥାଏ। ଏଠାକାର ସ୍ଥାପତ୍ୟ ଆକର୍ଷଣର ଏବେ କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ଲୋରେଞ୍ଜୋ କୁଇନ୍‌ଙ୍କ ଦ୍ବାରା ନିର୍ମିତ ଐତିହାସିକ ଆର୍ସେନେଲ୍‌ରେ ଥିବା ଛଅ ଯୋଡ଼ି ବିରାଟକାୟ ହାତ ପରସ୍ପରକୁ ଛୁଇଁ ରହିଥିବା ଏକ ବ୍ରିଜ୍‌। ବ୍ରିଜ୍‌ଟି ସାଧାରଣ ବ୍ରିଜ୍‌ଠାରୁ ସମ୍ପୂର୍ଣ୍ଣ ଅଲଗା। ପ୍ରାୟ ୫୦ ଫୁଟ୍‌ ଉଚ୍ଚ ଓ ୬୫ ଫୁଟ୍‌ ଓସାର ବିଶିଷ୍ଟ ଏହି ବ୍ରିଜ୍‌ ଏବେ ଏକତାର ନିଦର୍ଶନ ପାଲଟିଛି। ତା’ ସହ ସେ ପାଞ୍ଚ ଯୋଡ଼ା ହାତକୁ ୫ଟି ମହାଦେଶ ଓ ଅନ୍ୟ ଏକ ଯୋଡ଼ା ହାତକୁ ଏମାନଙ୍କ ଭିତରେ ଥିବା ଭଲ ପାଇବା ଓ ଏକତାର ସଙ୍କେତକୁ ବୁଝାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe