ନୂଆ ସମୟ ନୂଆ କଥା: ଭାଇରସ୍‌କୁ ପ୍ରତିହତ କରିବ ବ୍ୟାକ୍ଟେରିଆ

ନୂଆ ସମୟ ନୂଆ କଥା: ଭାଇରସ୍‌କୁ ପ୍ରତିହତ କରିବ ବ୍ୟାକ୍ଟେରିଆ

Institute for Molecular Bioscience - The University of Queensland

ଅନେକ ସମୟରେ ଆମେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍‌ଜନିତ ରୋଗ ଦ୍ବାରା ଆକ୍ରାନ୍ତ ହୋଇଥାଉ। ହେଲେ ଭାଇରସ୍‌କୁ ପ୍ରତିହତ କରିବାକୁ ଡର୍‌ହାମ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ବାରା ଏକ ପ୍ରକାର ବ୍ୟାକ୍ଟେରିଆ ନିକଟରେ ଉଦ୍ଭାବିତ ହୋଇଛି। କେବଳ ସେତିକି ନୁହେଁ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହା ଅନେକାଂଶରେ ସହାୟକ ହୋଇଥାଏ। ଉକ୍ତ ନୂତନ ପ୍ରଣାଳୀ ‘ବ୍ରୁକ୍ସ’କୁ ପ୍ରୟୋଗ କରିବା ସମୟରେ ବାୟୋଟେକ୍ନୋଲୋଜିର ଜିନ୍‌ ଏଡିଟିଂ ନାମକ ଏକ ମାଧ୍ୟମଦ୍ବାରା ଆମ ଶରୀରରେ ଥିବା ଡିଏନ୍‌ଏକୁ ଶକ୍ତ କରାଯାଏ। ଫଳରେ ଏଥିରେ ଥିବା ବ୍ୟାକ୍ଟେରିଆମାନେ ମଧ୍ୟ ଶକ୍ତ ହୋଇଉଠନ୍ତି। ସେହି ସମୟରେ ନୂଆ ବ୍ୟାକ୍ଟେରିଆ ଏବଂ ଭାଇରସ୍‌ ସଂକ୍ରମଣକୁ ଏପରି ବ୍ୟାକ୍ଟେରିଆ ପ୍ରତିହତ କରିବାରେ ସକ୍ଷମ ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉ‌େଲ୍ଲଖ କରାଯାଇଛି।

ମରୁଭୂମିରେ ମୁଭି ଥିଏଟର

publive-image Unusual Places

ପ୍ରାଚୀନ କାଳରୁ ମଣିଷ ଏମିତି କିଛି କାରିଗରୀ ନିର୍ମାଣ କରି ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଥାଏ। ସେଥିମଧ୍ୟରୁ କିଛି ରହସ୍ୟମୟ ଲାଗେ। ଏକ ଥିଏଟର ଅଛି ଯାହା ମିଶରର ସିନାଇ ଦ୍ବୀପର ଦକ୍ଷିଣରେ ଥିବା ମରୁଭୂମି ମଝିରେ ତିଆରି କରାଯାଇଥିଲା। ଏହା ଏକ ଖୋଲା ମୁଭି ଥିଏଟର୍‌। ଏହାର ଖାସ୍‌ କଥା ହେଉଛି ଏହାକୁ ତିଆରି କରାଯାଇଛି ସତ, ହେଲେ ଏଥିରେ କେବେ କୌଣସି ମୁଭି ପ୍ରଦର୍ଶିତ ହୋଇନାହିଁ। କେବଳ ଏହାକୁ ତିଆରି କରାଯାଇ ଛାଡ଼ିଦିଅ‌ାଯାଇଛି। ଏଠି ଆଜି ବି ଦର୍ଶକଙ୍କ ପାଇଁ ଥିବା ଚେୟାର ଧାଡ଼ି ଧାଡ଼ି ହୋଇ ଥିବାର ଦେଖିବାକୁ ମିଳେ। କୁହାଯାଏ ଏହାକୁ ଫ୍ରାନ୍ସ‌୍‌ର ଜଣେ ବ୍ୟକ୍ତି ତିଆରି କରିଥିଲେ। ତାଙ୍କ ପାଖରେ ପ୍ରଚୁର ଧନ ଥିଲା ଯାହାକୁ ସେ ବରବାଦ୍‌ କରିବାକୁ ଚାହଁୁଥିଲେ। ତାଙ୍କ ସାଙ୍ଗମାନଙ୍କ ସହ ମିଶି ଚେୟାର୍‌, ମୁଭି ପରଦା ଆଣି ସବୁ ଲଗାଇ ଶୁଭାରମ୍ଭ କରିବାର ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ପସନ୍ଦ କଲେ ନାହିଁ। ଏବଂ ସବୁ ଜିନିଷକୁ ଭାଙ୍ଗିରୁଜି ଦେଲେ। ସେବେଠାରୁ ଏହା ବନ୍ଦ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe