ନୂଆ ସମୟ ନୂଆ କଥା: ଗଛର ମିତ୍ର

ନୂଆ ସମୟ ନୂଆ କଥା: ଗଛର ମିତ୍ର

Plunkett's Pest Control

ଅପକାରୀ କୀଟମାନଙ୍କ ଦାଉରୁ ନିଜକୁ ବଞ୍ଚାଇବାକୁ ଗଛବୃଚ୍ଛମାନଙ୍କର ଥାଏ ମୁନିଆ କଣ୍ଟା, ମୋଟା ଓ ପିତା ଲାଗୁଥିବା ବକ୍କଳ। କିନ୍ତୁ ଅନେକ ଗଛଲତାମାନଙ୍କର ଏ ସବୁ ନଥାଏ। କେତେକ ମକ୍କା ଓ କପା‌ ଜାତୀୟ ଗଛକୁ କୀଟ ଆକ୍ରମଣ କଲେ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି। ସେମାନେ ନିଜ ଦେହରୁ ପବନରେ ମିଳେଇ ଯାଉଥିବା ତରଳ ରାସାୟନିକ ପଦାର୍ଥ ବା ବାସ୍ନା ବାହାର କରନ୍ତି। ଏଇ ବାସ୍ନା ବାରି ଗଛ ପାଖରେ ପହଞ୍ଚି ଯାଆନ୍ତି ପତଙ୍ଗମାନେ। ସେମାନେ ଗଛରେ ଲାଗିଥିବା ଅପକାରୀ କୀଟମାନଙ୍ଗକୁ ଖାଇ ଦିଅନ୍ତି। କାହିଁ କୋଉ କାଳରୁ ଗଛବୃଚ୍ଛ ଏଇ ରାସାୟନିକ ପଦାର୍ଥରେ ସେମାନଙ୍କର ସାହାଯ୍ୟକାରୀ ପତଙ୍ଗମାନଙ୍କ ପାଖକୁ ସୂଚନା ପଠାଇ ଆସୁଛନ୍ତି। ବୈଜ୍ଞାନିକମାନେ ଏହା ଜାଣିଲା ପରେ ଏ ବିଷୟରେ ଏବେ ଅନୁସନ୍ଧାନ କରୁଛନ୍ତି।

ଶରୀର ପାଇଁ ଫଳପ୍ରଦ ଜଳ ବ୍ୟାୟାମ୍

publive-image Diamond Creek Outdoor Pool

ବର୍ତ୍ତମାନ ସହରରେ ବହୁତ୍‌ ଜିମ୍ ଖୋଲିଲାଣି। ଫିଟ୍‌ନେସ୍‌ ଉତ୍ସାହୀ ଲୋକ ଖୁସିରେ ଅଗଣିତ କାରଣରୁ ଜଳ ବ୍ୟାୟାମ ଚୟନ କରୁଛନ୍ତି। ଏହାର ଅନେକ ଫାଇଦା ମଧ୍ୟ ରହିଛି। ଶରୀରର ଉତ୍ତାପକୁ ରୋକିବା, ଅଧିକ କ୍ୟାଲୋରି ନଷ୍ଟ କରିବା ଭଳି ଫାଇଦା ଏଥିରୁ ଚଞ୍ଚଳ ମିଳିବ। ଏହି ଜଳଭିତ୍ତିକ ବ୍ୟାୟାମ ଶରୀରକୁ ଫିଟ୍‌ ଓ ସୁସ୍ଥ ରଖିବ। ଜଳ ବ୍ୟାୟାମ ଅନେକ ମାନସିକ ଅବସାଦକୁ ମଧ୍ୟ ଦୂର କରିପାରିବେ। ଏଥିରୁ ଓଜନ ବି ହ୍ରାସ ହୋଇଥାଏ। ପିଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳେ। ବୈଜ୍ଞାନିକମାନେ କିଛି ଲୋକଙ୍କୁ ନେଇ ଏହି ବ୍ୟାୟାମ ଉପରେ ଗବେଷଣା କରିଥିଲେ । ସେଥିରୁ ୯୪ ପ୍ରତିଶତ ଲୋକ ୩ ମାସ ମଧ୍ୟରେ ବିଭିନ୍ନ ରୋଗଠାରୁ ଉପଶମ ପାଇପାରିଥିଲେ। ସେଥିପାଇଁ ଦୈନିକ ଜୀବନରେ ଏହି ବ୍ୟାୟାମର ଗୁରୁତ୍ବ ଅଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe