ନୂଆ ସମୟ ନୂଆ କଥା - ବର୍ଷା ହେଉ ନଥିବା ଗାଁ

ନୂଆ ସମୟ ନୂଆ କଥା - ବର୍ଷା ହେଉ ନଥିବା ଗାଁ

The Press Stories

କିଛି ଦେଶରେ ଅଧିକ ବର୍ଷା ହୋଇଥାଏ, ତ ଆଉ କିଛି ଦେଶରେ ବର୍ଷାର ପରିମାଣ କମ୍‌ ଥାଏ। ମାତ୍ର ବିଶ୍ବରେ ଏମିତି ଏକ ଗାଁ ରହିଛି, ଯେଉଁଠି ଆଦୌ ବର୍ଷା ହୁଏ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେଠାକାର ଲୋକେ ବର୍ଷା କେବେ ବି ଦେଖିନାହାନ୍ତି। ଏହି ଗାଁର ନାମ ହେଉଛି ଅଲ-ହୁତେବ୍‌, ଯାହା କି ୟମନ୍‌ର ରାଜଧାନୀ ସାନାର ପଶ୍ଚିମରେ ଥିବା ହରଜ କ୍ଷେତ୍ରରେ ଅଛି। ଅନେକ ସମୟରେ ପର୍ଯ୍ୟଟକମାନେ ଆସି ଏଠାକାର ନିଆରା ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଏଠାରେ ପର୍ବତ ଶିଖରରେ ଅନେକ ଘର ରହିଛି, ଯାହା କି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଅଲ୍‌-ହୁତେବ୍‌ ନାମକ ଏହି ଗ୍ରାମଟି ଭୂପୃଷ୍ଠରୁ ୩,୨୦୦ ମିଟର୍‌ ଉଚ୍ଚରେ ଅବସ୍ଥିତ। ଏଠାକାର ପରିବେଶ ଖୁବ୍‌ ଗରମ। ଶୀତଦିନରେ ମଧ୍ୟ ସୂର୍ଯ୍ୟ କିରଣ ପଡ଼ିବା କ୍ଷଣି ଏଠାରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ। ଅଲ୍‌-ହୁତେବ୍‌ ଗ୍ରାମର ବିଶେଷତା ହେଉଛି ଯେ ଏଠାରେ କେବେ ମଧ୍ୟ ବର୍ଷା ହୋଇ ନଥାଏ। ଏହା ଏତେ ଉଚ୍ଚରେ ରହିଛି ଯେ, ଗାଁର ନିମ୍ନ ଭାଗରେ ବାଦଲ ସୃଷ୍ଟି ହୋଇଥାଏ ଓ ବର୍ଷା ହୁଏ।

ଆଙ୍ଗୁଳି ଝାଳରୁ ଚାର୍ଜ

publive-image The Electricity Hub

ଆମେରିକୀୟ ବୈଜ୍ଞାନିକମାନେ ଏକ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ସାହାଯ୍ୟରେ ଝାଳରୁ ଫୋନ୍‌ ଚାର୍ଜ ହେବ। ଏହାକୁ ଆଙ୍ଗୁଳିରେ ପିନ୍ଧିବା ଆବଶ୍ୟକ। ଏଥିରୁ ସ୍ମାଟଫୋନ୍‌ ଚାର୍ଜ ହେବ। କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଗବେଷକମାନେ ଏହି ଉପକରଣ ପ୍ରସ୍ତୁତ କରିଛନ୍ତି। ଏଥିରେ ଇଲେକ୍ଟ୍ରିକାଲ କଣ୍ଡକ୍ଟର୍‌ ଲାଗିଛି। ଏଥିରେ କାର୍ବନ୍‌ ଫୋମ୍‌ ପ୍ର‌େୟାଗ କରାଯାଇଛି ଯାହା ଆଙ୍ଗୁଳିର ‌ଝାଳକୁ ଶୋଷିନିଏ। ଇଲେ‌କ୍‌ଟ୍ରଡ୍‌ରେ ଥିବା ଏନ୍‌ଜାଇମ୍‌ ଝାଳ କଣିକା ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଆରମ୍ଭ କରେ। ଏଥିରୁ ବିଜୁଳି ଉତ୍ପନ୍ନ ହୁଏ। ଗବେଷକ ଲୁ ୟିନ୍‌ କହିଛନ୍ତି, ଉପକରଣର ଆକାର ୧ ବର୍ଗ ସେମି.। ଏହାକୁ ଆଙ୍ଗୁଳି‌ରେ ପିନ୍ଧିଲେ ମଧ୍ୟ ଜଣାପଡ଼ିବ ନାହିଁ। ଯେତେବେଳେ ହେଉ କି ଯେତେସମୟ ଏହାକୁ ପିନ୍ଧାଯାଇ ପାରିବ। ଗୋଟିଏ ସ୍ମାର୍ଟଫୋନ୍‌ ଚାର୍ଜ କରିବା ପାଇଁ ବ୍ୟକ୍ତିଙ୍କୁ ୩ ସପ୍ତାହ ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିବ। ଆଗକୁ ଏହାର ଦକ୍ଷତା ବଢ଼ାଯିବ। ଯଦି ସବୁ ଆଙ୍ଗୁଳିରେ ଏହାକୁ ପିନ୍ଧାଯାଏ ତେବେ ୧୦ ଗୁଣା ଅଧିକ ଶକ୍ତି ଗଚ୍ଛିତ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe