ନୂଆ ସମୟ ନୂଆ କଥା : ୧୮୦ କି.ମି ବିସ୍ତୀର୍ଣ୍ଣ ଘାସ

ନୂଆ ସମୟ ନୂଆ କଥା : ୧୮୦ କି.ମି ବିସ୍ତୀର୍ଣ୍ଣ ଘାସ

European Commission - European Union

ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳିଥାଏ। ଏମାନଙ୍କର ପ୍ରକାର ସହିତ ଆକାର ସବୁ ଭିନ୍ନ ହୋଇଥାଏ। ତେବେ ବୈଜ୍ଞାନିକଙ୍କୁ ଅଷ୍ଟ୍ରେଲିଆରେ ସାର୍କ ୱେ ପାଣି ଭିତରେ ଏକ ଅଦ୍ଭୁତ ଧରଣର ଗଛ ମିଳିଛି। ଏହି ଗଛର ଜେନେଟିକ୍‌ ଟେଷ୍ଟ୍‌ କରିବା ପରେ ଏକ ଅଜବ ତଥ୍ୟ ସାମନାକୁ ଆସିଛି। ପ୍ରାୟ ୧୮୦ କି.ମିରେ ବିସ୍ତାରିତ ଏହି ଗଛଟି ଗୋଟିଏ ମଞ୍ଜିରୁ ଉଠିଛି। ସେହିଭଳି ଏହି ଗଛଟି ପ୍ରାୟ ୪୫୦୦ ବର୍ଷ ପୁରୁଣା ଅଟେ। ଏହା ଏକ ପ୍ରକାରର ସମୁଦ୍ରଘାସ। ପଶ୍ଚିମ ଅ‌େଷ୍ଟ୍ରଲିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ଏହି ଆବିଷ୍କାର କରିଛନ୍ତି। ଗବେଷକମାନେ କେତେପ୍ରକାରର ଘାସ ମିଶି ଗୋଟିଏ ସମୁଦ୍ରଘାସର ମଇଦାନ ପ୍ରସ୍ତୁତ କରନ୍ତି ବୋଲି ଜାଣିବା ପାଇଁ ଏହି ଗବେଷଣା କରିଥିଲେ। ହେଲେ ଗବେଷଣାରୁ ଜଣାପଡ଼ିଥିଲା କି ଏହା ଗୋଟିଏ ଘାସ ଗଛ, ଯାହା ବର୍ତ୍ତମାନ ପୃଥିବୀର ସବୁଠାରୁ ବଡ଼ ତଥା ବିସ୍ତୀର୍ଣ୍ଣ ଘାସ। ଏହି ଜଙ୍ଗଲଟି ବଢ଼ିବା ପାଇଁ ୪୫୦୦ ବର୍ଷ ନେଇଥିବ ବୋଲି ଜଣାପଡ଼ିଛି। କାରଣ ଏହା ପ୍ରତିବର୍ଷ ପାଖାପାଖି ୩୫ ସେମି ବଢ଼ିଥାଏ ।

ପାହାଡ଼ ଉପରେ ଗରମ ପାଣି

publive-image Tripoto

କିଛି ଅଞ୍ଚଳରେ ଗରମ ପାଣିର ପୋଖରୀ ହେଉ ଅବା କୂଅ ଦେଖିବାକୁ ମିଳେ। ସେହିପରି ଲଦାଖର ସିଆଚିନ୍‌ ଗ୍ଲେସିଅର୍‌ ପାଖରେ ପନାସିକ ନାମରେ ଏକ ଛୋଟ ଗାଁ ରହିଛି, ଯାହା ଲେହଠାରୁ ୧୫୦ ମିଟର ଦୂରରେ ଅବସ୍ଥିତ। ଏହି ଗାଁଟି ସମୁଦ୍ର ତଳଠାରୁ ୧୦,୪୪୨ ଫୁଟ୍‌ ଉଚ୍ଚରେ ଅଛି। ଏଠାରେ ଗୋଟିଏ ସ୍ଥାନରୁ ଗରମ ପାଣି ବାହାରିଥାଏ। ଏହି ଗରମ ପାଣି ବହୁତ ଅଧିକ ଗରମ ଥାଏ। ଏତେ ଗରମ ଯେ ପାଣିକୁ ଥଣ୍ଡା କରାଯିବା ପରେ ବ୍ୟବହାର କରିହୁଏ। ତେବେ ଏତେ ଥଣ୍ଡାରେ ଗରମ ପାଣି ମିଳିବା ଏକ ରହସ୍ୟ ଭଳି ମନେ ହୁଏ। ପୃଥିବୀର ବିଭିନ୍ନ ସ୍ଥାନରେ ଭୌଗୋଳିକ ଗତିବିଧି କାରଣରୁ ଗରମ ପାଣି ନିର୍ଗତ ହୋଇଥାଏ। ପୃଥିବୀର ଅଭ୍ୟନ୍ତରରେ ମ୍ୟାଗମା ବା ଏକ ପ୍ରକାରର ସ୍ବତନ୍ତ୍ର ଧରଣର ତରଳ ଚଟାଣ ରହିଥାଏ। ଏହି ଚଟାଣକୁ ବିଭିନ୍ନ ପ୍ରକାରର ସ୍ତର ସୁରକ୍ଷିତ ରଖିଥାଏ। ଅନେକ ସମୟରେ ଏହି ସ୍ତରରେ ବିଭିନ୍ନ କାରଣରୁ ଫାଟ ସୃଷ୍ଟି ହୋଇଥାଏ, ଯାହା ଫଳରେ ଏହା ବାହାରକୁ ଆସିବା ଆରମ୍ଭ କରିଥାଏ। ଏହି ତରଳ ଅନ୍ୟ ଚଟାଣ ସଂସ୍ପର୍ଶରେ ଆସିବା ଫଳରେ ସେମାନେ ଗରମ ହେବା ଆରମ୍ଭ କରିଥାଆନ୍ତି ଯେଉଁ କାରଣରୁ ବାହାରେ ଥିବା ପାଣି ମଧ୍ୟ ଗରମ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe