ନୂଆ ସମୟ ନୂଆ କଥା - ନିଜେ ଧରିବେ ମାଛ

ନୂଆ ସମୟ ନୂଆ କଥା - ନିଜେ ଧରିବେ ମାଛ

Pinterest

ସାଧାରଣତଃ ଯେ କୌଣସି ରେସ୍ତୋରାଁ କିମ୍ବା କାଫେକୁ ଗଲେ, ସେଠାରେ ବସିବା ପରେ ଗ୍ରାହକ ଖାଦ୍ୟ ପାଇଁ ଅର୍ଡର ଦେଇଥାନ୍ତି। ତେ‌ବେ ଜାପାନ୍‌ର ଓସାକାସ୍ଥିତ ‘ଜାଓ ରେସ୍ତୋରାଁ’ରେ ଖାଦ୍ୟ ଅର୍ଡର ଦେବା ପ୍ରକ୍ରିୟା ଏକଦମ୍‌ ଭିନ୍ନ। ଏଠାରେ ସି-ଫୁଡ୍‌ ଅର୍ଡର ଦେଲେ, ରେସ୍ତୋରାଁ ପରିସରରେ ଥିବା ଏକ ବଡ଼ କୁଣ୍ଡରୁ ଖୋଦ୍‌ ଗ୍ରାହକଙ୍କୁ ମାଛ ଧରିବାକୁ ହୋଇଥାଏ। ମାଛ ଧରିବାରେ ସଫଳ ହେଲେ ଗ୍ରାହକଙ୍କର ମାଛ ସହ ଫଟୋ ଉଠାଯାଏ। ତା’ସହ ରେସ୍ତୋରାଁ ପକ୍ଷରୁ ଏକ ବଡ଼ ଘୋଷଣା ବି କରାଯାଏ। ମାଛକୁ ରେସ୍ତୋରାଁର ରୋଷେୟାଙ୍କ ପାଖକୁ ପଠାଯିବା ସହ ସେ ଗ୍ରାହକଙ୍କର ମନପସନ୍ଦର ଖାଦ୍ୟ ପ୍ରସ୍ତୁତ ହୁଏ। ଏହା ଉପରେ ରିହାତି ବି ମିଳିଥାଏ। ଏହି ବ୍ୟବସ୍ଥାରେ ଗ୍ରାହକ ତାଜା ଓ ସ୍ବାଦିଷ୍ଟ ମାଛ ଖାଇପାରନ୍ତି।

ବ୍ଲାଙ୍କେଟ୍‌ ଅକ୍ଟୋପସ୍‌

publive-image CNN

ପ୍ରକୃତିର ଗର୍ଭରେ ଏପରି ଅନେକ ରହସ୍ୟମୟୀ ଏବଂ ଦୁର୍ଲଭ ଜିନିଷ ଲୁଚି ରହିଛି, ଯାହାକୁ ଦେଖି ମନୁଷ୍ୟମାନେ ଆଚମ୍ବିତ ହୋଇଥାଆନ୍ତି। ଅ‌ଷ୍ଟ୍ରେଲିଆରେ ଏପରି ଏକ ବିରଳ ଅକ୍ଟୋପସ୍‌ ଦେଖିବାକୁ ମିଳିଛି। ଚଳିତ ମାସର ପ୍ରାରମ୍ଭରେ ବିଶ୍ବର ଜଣାଶୁଣା ସାମୁଦ୍ରିକ ଜୀବବିଜ୍ଞାନୀ ଜେସିଣ୍ଟା ଶାକଲଟନ୍‌ ଏହି ବିରଳ ଅକ୍ଟୋପସ୍‌କୁ ଦେଖିବାକୁ ପାଇଥିଲେ ଓ ଏହାର ଏକ ଭିଡ଼ିଓ ମଧ୍ୟ କରିଥିଲେ। ଅଷ୍ଟ୍ରେଲିଆର ଗ୍ରେଟ୍‌ ବାରିୟର ରିଫ୍‌ରେ ଲେଡି ଇଲିୟଟ୍‌ ଦ୍ବୀପ କୂଳରେ ଏହା ଦେଖିବାକୁ ମିଳିଥିଲା। ଏହାର ଶରୀର‌େର ଅନେକ ରଙ୍ଗର ମିଶ୍ରଣ ଦେଖିବାକୁ ମିଳେ। ଶେଷଥର ପାଇଁ ୨୦୦୨ରେ ଏହା ଲୋକଲୋଚନକୁ ଆସିଥିଲା। ଏହାର ଲମ୍ବ ୬ ଫୁଟ୍‌ ପର୍ଯ୍ୟନ୍ତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe