ନୂଆ ସମୟ ନୂଆ କଥା : ଯମଙ୍କ ମନ୍ଦିର

Advertisment
ନୂଆ ସମୟ ନୂଆ କଥା : ଯମଙ୍କ ମନ୍ଦିର

Aastik.in

ଭାରତବର୍ଷରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ଏଭଳି ଏକ ମନ୍ଦିର ଅଛି ଯେଉଁଠାକୁ ଲୋକମାନେ ଯିବାକୁ ଭୟ କରନ୍ତି। ଏହି ମନ୍ଦିରଟି ହେଉଛି ଧର୍ମରାଜ ଯମଙ୍କ ମନ୍ଦିର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଭରମୋରରେ ଅବସ୍ଥିତ। ଏହି ମନ୍ଦିରରେ ଏକ ଖାଲି କୋଠରି ମଧ୍ୟ ଅଛି, ଯେଉଁଠାରେ ଚିତ୍ରଗୁପ୍ତ ରୁହନ୍ତି ବୋଲି ବିଶ୍ବାସ କରାଯାଏ। ଯିଏକି ପ୍ରାଣୀର ପାପ, ପୁଣ୍ୟର ହିସାବ ନିକାଶ କରନ୍ତି।

ସେ ନିର୍ଣ୍ଣୟ କରନ୍ତି ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହେବ କି ନର୍କ। ଏଠାରେ ସୁନା, ରୁପା, ତମ୍ବା ଓ ଲୁହାରେ ନିର୍ମିତ ଚାରୋଟି ଅଦୃଶ୍ୟ ଦ୍ବାର ଅଛି। ଯମରାଜଙ୍କ ଆଦେଶ ଅନୁସାରେ, ଯମଦୂତ ଆତ୍ମାଙ୍କୁ ଏହି ଦ୍ବାର ଦେଇ ସ୍ବର୍ଗ କିମ୍ବା ନର୍କକୁ ନେଇଥାନ୍ତି।

ମୁଦ୍ରାର ଦାମ୍‌ ୨କୋଟି

publive-image NGC Forums

ସାଧାରଣତଃ ମୁଦ୍ରାର ମୂଲ୍ୟ ନୋଟ୍‌ ଅପେକ୍ଷା କମ୍‌ ହୋଇଥାଏ। କିନ୍ତୁ ଗୋଟିଏ ସାଧାରଣ ମୁଦ୍ରାର ମୂଲ୍ୟ ଏକ ଲକ୍ଷ କିମ୍ବା ଦୁଇ ଲକ୍ଷ ନୁହେଁ ବରଂ ଦୁଇ କୋଟି ଟଙ୍କା। ଏହି ମୁଦ୍ରାଟିକୁ କେହି ଜଣେ ଲୋକ କିଣିବେ ନାହିଁ, ଏହାକୁ ଏକାଧିକ ଲୋକ କିଣିବେ। ସବୁଠାରୁ ରୋଚକ କଥାଟି ହେଉଛି ଏହି ମୁଦ୍ରାଟି ସୁନା କିମ୍ବା ରୁପା ନୁହେଁ। ଏହା ତମ୍ବାରେ ତିଆରି। ଏହି ମୁଦ୍ରାର ବିଶେଷତ୍ବ ହେଉଛି, ଏଥିରେ ବ୍ରିଟିଶ୍‌ ଶାସକ ଏଡୱାର୍ଡ ଅଷ୍ଟମଙ୍କ ଚିତ୍ର ଖୋଦିତ ହୋଇଛି। ସେ ୧୧ ମାସ ପର୍ଯ୍ୟନ୍ତ ବ୍ରିଟେନ୍‌ରେ ଶାସନ କରିଥିଲେ। ୪୦୦୦ ଲୋକଙ୍କୁ ବିକ୍ରି କରାଯିବା ପାଇଁ ଏହି ମୁଦ୍ରାଟିକୁ ସମାନ ୪୦୦୦ ଭାଗରେ ବିଭକ୍ତ କରାଯିବ। ଏକ କ୍ଷୁଦ୍ର ଅଂଶର ଦାମ୍‌ ୫ ହଜାର ଟଙ୍କା ରହିବ। ଏଡ୍‌ୱାର୍ଡ ଅଷ୍ଟମ ଗାଦି ଛାଡ଼ିବା ପରେ ଏହି ମୁଦ୍ରା ଜନସାଧାରଣଙ୍କ ନିକଟକୁ ଆସିପାରିଲା ନାହିଁ। ଏହାପରେ ୧୯୭୮ ମସିହାରେ ମୁଦ୍ରାଟି୨୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ୨୦୧୯ ମସିହାରେ ଏହାର ଦାମ୍‌ ଏକ କୋଟି ୩୪ ଲକ୍ଷକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହାର ଦାମ୍‌ ୨ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe