ନୂଆ ସମୟ ନୂଆ କଥା: ପରିବର୍ତ୍ତନକାରୀ ବସ୍‌

Advertisment
ନୂଆ ସମୟ ନୂଆ କଥା: ପରିବର୍ତ୍ତନକାରୀ ବସ୍‌

Kaspersky

ଜାପା‌ନ୍‌ରେ ଏକ ବସ୍‌ ଉନ୍ମୋଚିତ ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏହି ବସ୍‌ ରାସ୍ତାରେ ତ ଚାଲିପାରେ ତା’ସହ ରେଳ ଟ୍ରାକ୍‌ ଉପରେ ଟ୍ରେନ୍‌ ପରି ମଧ୍ୟ ଚାଲିପାରେ। ଜାପାନ୍‌ର କାଇଓରେ ଏହି ବସ୍‌-ଟ୍ରେନ୍‌ର ହାଇବ୍ରିଡ୍‌ ପ୍ରଦର୍ଶିତ ହୋଇଥିଲା। ନିଜର ରବର ଟାୟର ସହାୟତାରେ ରାସ୍ତା ଉପରେ ଚାଲିପାରିବା ସହ ଏଥିରେ ଥିବା ଟ୍ରେନ୍‌ ମୋଡ୍‌କୁ ଗଲେ ଲୁହାର ଚକ ଆପେ ବାହାରିଅାସେ ଓ ରବର ଚକ ଉପରକୁ ଉଠିଯାଏ। ଫଳରେ ଏହା ରେଳ ଟ୍ରାକ୍‌ରେ ବି ଚାଲିପାରେ। ଏହି ବସ୍‌ଟି ତା’ର ପରିବର୍ତ୍ତନ ପାଇଁ ମାତ୍ର ୫ସେକେଣ୍ଡ୍‌ ସମୟ ନେଇଥାଏ। ଏହା ଡିଜେଲ୍‌ରେ ଚାଲିବ ଓ ବିଭିନ୍ନ ରଙ୍ଗରେ ଉପଲବ୍ଧ ହେବ। ଏକାଥରେ ୨୧ ଜଣ ଯାତ୍ରୀଙ୍କୁ ନେଇ ଘଣ୍ଟା ପ୍ରତି ୬୦ କି.ମି ବେଗରେ ଏହି ଗାଡ଼ିଟି ଯାଇଥାଏ। ଏହି ବସ୍‌ ଚାଲିବା ଫଳରେ ଲୋକଙ୍କ ଅନେକ ସମସ୍ୟା ଦୂର ହେବ ବୋଲି କମ୍ପାନି ଆଶା କରିଛି।

ସୁନ୍ଦରୀ ମଶା

publive-image Featured Creature

ମଶା ହେଉଛି ମଣିଷର ବଡ଼ ଶତ୍ରୁ। କିନ୍ତୁ ଏମିତି ଗୋଟେ ପ୍ରଜାତିର ମଶା ଅଛି ଯାହାକି ଦେଖିବାକୁ ଖୁବ୍‌ ସୁନ୍ଦର। ଆଉ ସବୁଠାରୁ ସୁନ୍ଦରୀ ମଶାର ମାନ୍ୟତା ବି ପାଇଛି। ଏହି ମଶାର ନାଁ ‘ସାବେଥେସ୍‌ ସ୍ୟାନ୍ୟୁଅସ୍‌’। ଏହାର ରଙ୍ଗ ଓ ରୂପ ଏପରି ହୋଇଥାଏ ଯେ ତା’କୁ ମାରିବାକୁ ହାତ ଯାଏନାହିଁ। ଦକ୍ଷିଣ ଆମେରିକାର ଉଷ୍ମ ଜଙ୍ଗଲରେ ଦେଖାଯାଉଥିବା ଏ ମଶା ନିଜର ସୌନ୍ଦର୍ଯ୍ୟ ପାଇଁ ପରିଚିତି ପାଇଛି। ସାଧାରଣତଃ ମଶାମାନଙ୍କ ରଙ୍ଗ କଳା, ମାଟିଆ ଓ ଧୂସର ହୋଇଥାଏ। କିନ୍ତୁ ଏହାର ରଙ୍ଗ ନୀଳ। ତା’ର ଗୋଡ଼ରେ ଛୋଟ ଛୋଟ ପର ବି ଥାଏ। ଏହା ଚଞ୍ଚଳ ପ୍ରକୃତିର। ମଶାଟିର ଫଟୋ ଉଠାଇବା ବା ଧରିବା ଏତେ ସହଜ ହୋଇନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe