ନୂଆ ସମୟ ନୂଆ କଥା - ସମୁଦ୍ର ଡ୍ରାଗନ୍‌ର ଜୀବାଶ୍ମ

ନୂଆ ସମୟ ନୂଆ କଥା - ସମୁଦ୍ର ଡ୍ରାଗନ୍‌ର ଜୀବାଶ୍ମ

CBS News

ମିଡ୍‌ଲ୍ୟାଣ୍ଡ୍‌ରେ ୩୨ ଫୁଟର ଏକ ସମୁଦ୍ର ଡ୍ରାଗନ୍‌ର ଜୀବାଶ୍ମ ଆବିଷ୍କୃତ ହୋଇଛି। ଏଇଟି ବ୍ରିଟିଶ୍‌ ଜୀବାଶ୍ମ ବିଜ୍ଞାନ ଇତିହାସରେ ଅନ୍ୟତମ। ଇଚଥିୟୋସର ଏକ ଜୀବ, ଯାହା ୧୮୦ ନିୟୁତ ବର୍ଷ ପୂର୍ବେ ବିଚରଣ କରୁଥିଲା। ଗତ ବର୍ଷ ଫେବ୍ରୁଆରିରେ’ ରଟ୍‌ଲ୍ୟାଣ୍ଡ୍‌ ୱାଟର୍‌ରେ ଏକ ଲାଗୁନ୍‌ ଦ୍ବୀପର ନିୟମିତ ଜଳ ନିଷ୍କାସନ ସମୟରେ ଲିସେଷ୍ଟରଶାୟାର୍‌ରେ ଜୋ ଡେଭିସ୍‌ ଓ ରଟ୍‌ଲ୍ୟାଣ୍ଡ୍‌ ୱାଇଲ୍ଡ୍‌ଲାଇଫ୍‌ ଟ୍ରଷ୍ଟ୍‌ ଦ୍ବାରା ଏହାର ଅବଶେଷ ମିଳିଥିଲା। ତା’ର କେବଳ ଖପୁରିର ଓଜନ ହାରାହାରି ୧ଟନ୍‌ ଥିଲା। ବ୍ରିଟେନ୍‌ରେ ଏପର୍ଯ୍ୟନ୍ତ ଆବିଷ୍କୃତ ଏ ପ୍ରକାର ଜୀବାଶ୍ମ ମଧ୍ୟରେ ଏଇଟି ସର୍ବବୃହତ୍‌ ଜୀବାଶ୍ମ। ଜୋ ଡେଭିସ୍‌ କହିଛନ୍ତି, ଜଳ ନିଷ୍କାସନ ସମୟରେ କାଦୁଅ ଭିତରେ ପଥର ଭଳି କିଛି ବସ୍ତୁ ମୋ ନଜରରେ ପଡ଼ିଲା। ଇଚଥିୟୋସର୍‌ଙ୍କୁ ସେମାନଙ୍କ ବିଶାଳ ଦାନ୍ତ ଓ ଆଖି ପାଇଁ ସମୁଦ୍ର ଡ୍ରାଗନ୍‌ ବୋଲି କୁହାଯାଉଥିଲା। ବାସ୍ତବରେ ଏହା ଅଦ୍ଭୁତ ଆବିଷ୍କାର ବୋଲି ଏହି ପ୍ରଜାତି ଉପରେ ଅଧ୍ୟୟନ କରିଥିବା ଜୀବାଶ୍ମ ବିଜ୍ଞାନୀ ଡିନ୍‌ ଲୋମାକ୍ସ୍‌ କହିଛନ୍ତି। ଏହା ଏକ ସାମୁଦ୍ରିକ ସରୀସୃପ। ‌େଶଷ ଇଚଥିୟୋସର୍‌ ୯୦ ନିୟୁତ ବର୍ଷ ପୂର୍ବ ପର୍ଯ୍ୟନ୍ତ ବଞ୍ଚିଥିଲା।

ନେଲ୍‌ପଲିସ୍‌ର ଦାମ୍‌ ୧.୬ କୋଟି

publive-image News18

୨୦୧୮ ମସିହାରେ ଏଜାଚୁର ନାମକ ଏକ ଅଳଙ୍କାର କମ୍ପାନି ଦ୍ବାରା ନିର୍ମିତ ହୋଇଥିଲା ଏକ ବ୍ଲାକ୍‌ ନେଲ୍‌ପଲିସ୍‌, ଯାହା ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାର କାରଣ ହେଉଛି ଏହି ନେଲ୍‌ପଲିସ୍‌ର ମୂଲ୍ୟ କୋଟିରେ ଥିଲା। ବାସ୍ତବରେ ଏହା ଏକ ନିୟମିତ ନେଲ୍‌ପଲିସ୍‌ ନୁହେଁ, ଏହା ୨୬୭ କ୍ୟାରେଟ୍‌ ବ୍ଳାକ୍‌ ଡାଇମଣ୍ଡ୍‌ ନେଲ୍‌ପଲିସ୍‌। ଏଥିରେ ଚମକୁଥିବା ଧଳା ରଙ୍ଗର ବସ୍ତୁ ହେଉଛି ହୀରା। ଏହି ନେଲ୍‌ପଲିସ୍‌ର ମୂଲ୍ୟ ହେଉଛି ୧.୬ କୋଟି ଟଙ୍କା, ଯାହା ଅନେକ ଲୋକଙ୍କ ବାର୍ଷିକ ଦରମାଠାରୁ ବି ଅଧିକ। ଯଦି ଏହି ନେଲ୍‌ପଲିସ୍‌କୁ ମେନିକ୍ୟୁର କରିବାକୁ ଚାହଁୁଛନ୍ତି ଆପଣଙ୍କୁ ୧.୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବିଶ୍ବର ସବୁଠାରୁ ଦାମୀ ନେଲପଲିସ୍‌ରେ ପରିଣତ ହୋଇଛି। ଏହାପୂର୍ବରୁ ବ୍ରିଟିଶ୍‌ ଜୁଏଲର୍‌ ମଡେଲସ୍‌ ୯୮ ଲକ୍ଷ ଟଙ୍କା ମୂଲ୍ୟର ଏକ ଗୋଲ୍ଡ୍‌ ରଶ୍‌ ନେଲ୍‌ପଲିସ୍‌ ତିଆରି କରିଥିଲେ ଯାହା ସୁନାରେ ତିଆରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe