Zee News
କଲୋମ୍ବିଅା, ଭେନେଜୁଏଲା ଓ ଇକ୍ୱେଡରରେ ପାହାଡ଼ ଉପରେ ଏକ ପ୍ରକାର ଫୁଲ ଫୁଟିଥାଏ ଯାହାର ମଧ୍ୟ ଭାଗରେ କପଡ଼ାରେ ଗୁଡ଼ାଇ ହୋଇ ଏକ ନବଜାତ ଶିଶୁ ଶୋଇଥିବା ପରି ଦେଖାଯାଏ। ଫୁଲଟିର ନାମ ଅଙ୍ଗୁଲୋଆ ୟୁନିଫ୍ଲୋରା। ଫୁଟିବା ପରେ ଏହା ବହୁତ ସୁନ୍ଦର ଦିଶିଥାଏ। ଏହି ଫୁଲର ସନ୍ଧାନ ଚିଲି ଓ ପେରୁରେ ହୋଇଥିଲା। ଏହାକୁ ୱାଟେନିଷ୍ଟ୍ ଆଣ୍ଟୋନିଓ, ପେଭୋନ୍ ଡିମେନେଡ୍ ଓ ପିପୋଲିଟୋ ରୁଇଜ୍ ସନ୍ଧାନ କରିଛନ୍ତି। ୧୭୭୭ରୁ ୧୭୮୮ ପର୍ଯ୍ୟନ୍ତ ଏହି ଫୁଲର ସନ୍ଧାନ ଚାଲିଥିଲା। ଲୋକମାନେ ଏ ଫୁଲକୁ ଟ୍ୟୁଲିପ୍ ଅର୍କିଡ୍ ମଧ୍ୟ କହିଥାନ୍ତି। ଏହାର ଲମ୍ବ ୧୮ରୁ ୨୪ ଇଞ୍ଚ ମଧ୍ୟରେ ରହିଥାଏ। ଗଛ ତୁଳନାରେ ଫୁଲ ବହୁତ ବଡ଼ ହୋଇଥାଏ। ଏହା ଧଳା ଓ ଘିଅ ରଙ୍ଗର। ବାସ୍ନା ବି ପ୍ରଖର। ସାଧାରଣତଃ ବସନ୍ତ ଋତୁରେ ଏହା ଫୁଟିଥାଏ।
ଦୁଇଦେଶର ଗୋଟିଏ ଦ୍ବୀପ
Pinterestଦୁନିଆରେ ଛୋଟବଡ଼ ଅନେକ ଦ୍ବୀପ ରହିଛି। ଏଭଳି ଏକ ଦ୍ବୀପ ବିଷୟରେ ଜଣାପଡ଼ିଛି ଯାହା କେତେ ସମୟ ବ୍ୟବଧାନରେ ନିଜର ଦେଶ ବଦଳାଉଛି। ଏ ଦ୍ବୀପ ପ୍ରତି ୬ ମାସରେ ନିଜର ଠିକଣା ବଦଳାଇଥାଏ। ଏହି ଦ୍ବୀପର ନାମ ହେଉଛି ଫିଜେଣ୍ଟ୍ ଦ୍ବୀପ। ସେହିଭଳି ସୂଚନା ଅନୁସାରେ ପ୍ରତି ୬ ମାସ ଧରି ଦୁଇ ଦେଶ ଦ୍ବୀପ ଉପରେ କବଜା କରନ୍ତି। ଦ୍ବୀପଟି ଫ୍ରାନ୍ସ୍ ଓ ସ୍ପେନ୍ ମଧ୍ୟରେ ରହିଛି। ତେେବ ଏହାର ଶାସନ ଭାର ନେଇ ଦୁଇଦେଶ ମଧ୍ୟରେ ୩୫୦ ବର୍ଷ ପୂର୍ବରୁ ଚୁକ୍ତି ରହିଛି। ୨୦୦ ମିଟର ଲମ୍ବା ୪୦ ମିଟର ଚଉଡ଼ାରେ ଏହି ଦ୍ବୀପ ଅଗଷ୍ଟ ମାସରୁ ଜାନୁଆରି ମାସ ପର୍ଯ୍ୟନ୍ତ ଫ୍ରାନ୍ସ୍ ଅଧୀନରେ ରହିଥିବାବେଳେ ଫେବ୍ରୁଆରିରୁ ଜୁଲାଇ ପର୍ଯ୍ୟନ୍ତ ସ୍ପେନ୍ ଅଧୀନରେ ରହିଥାଏ।
Follow Us