NBC News
ବାୟୁ ପ୍ରଦୂଷଣ ଜୀବନ ପାଇଁ ଅନ୍ୟତମ ବଡ଼ ଘାତକ ପାଲଟିଯାଇଛି। ରାଜଧାନୀ ଦିଲ୍ଲୀରେ ତ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଯାଇଛି ଯେ ସେଠାରେ ସ୍ବାଭାବିକ ଜୀବନଯାପନ ବ୍ୟାହତ ହୋଇଛି। ତେବେ କେବଳ ଦିଲ୍ଲୀ କି ଭାରତ ନୁହେଁ ପୃଥିବୀର ବହୁ ଦେଶ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ସର୍ବାଧିକ ଜନବହୁଳ ଦେଶ ଚୀନ୍ ମଧ୍ୟ ଏହି ସମସ୍ୟାରୁ ମୁକ୍ତ ନୁହେଁ। କିନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଚୀନ୍ ଯେଉଁ ବାୟୁ ବିଶୋଧକ ଲଗାଇଛି ତାହା ବିଶ୍ବରେ ସବୁଠାରୁ ବୃହତ୍। ଏହା ୩୩୦ ଫୁଟ ଉଚ୍ଚ ଏକ ବିଶାଳ ଟାୱାର୍। ଯେତେବେଳେ ଏହାର ଫ୍ୟାନ୍ ଚାଲିଥାଏ ସେତେବେଳେ ପୂରା ସହରର ବାୟୁମଣ୍ଡଳକୁ ଏହା ବିଶୁଦ୍ଧ କରି ଦେଇଥାଏ। ଚୀନ୍ର ଝିଆନ୍ ସହରରେ ଏହା ଅବସ୍ଥିତ। ଏହି ପ୍ୟୁରିଫାୟାର୍ ବିଶ୍ବର ସବୁଠାରୁ ଶୁଦ୍ଧ ପବନ ଛାଡ଼ୁଥିବା ଯନ୍ତ୍ର।
ଡକ୍ ବୋଟ୍ ବସ୍
Flickrଏହି ବସ୍ ଦେଖିବାକୁ ବହୁତ ଅଜବ। ସାମ୍ନାଭାଗ ବତକର ଥଣ୍ଟ ପରି, ପୁଣି ତଳଭାଗ କିଛିଟା ଡଙ୍ଗା ପରି ଦେଖିବାକୁ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହାକୁ ତିଆରି କରାଯାଇଥିଲା। ଏହି ବସ୍ ଭୂମି ଉପରେ ରାସ୍ତାରେ ଯାଇପାରିବା ସହ ଗଭୀର ଜଳ ଉପରେ ଡଙ୍ଗା ପରି ଭାସି ଭାସି ମଧ୍ୟ ଯାଇପାରେ। ଦ୍ବିତୀୟ ବିଶ୍ବଯୁଦ୍ଧବେଳେ ସୈନିକଙ୍କୁୂ ସ୍ଥାନାନ୍ତର କରିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା। ଏବେ ଏଥିରେ ଅନେକ କିଛି ପରିବର୍ତ୍ତନ ଆସିଗଲାଣି। ନୂଆ ପଦ୍ଧତିର ବ୍ୟବହାରରେ ଏହା ଅଧିକ କାର୍ଯ୍ୟକ୍ଷମ ହୋଇପାରିଛି। ନ୍ୟୁୟର୍କ, ଲିଭରପୁଲ,୍ ଲଣ୍ଡନ୍, ବୋଷ୍ଟନ୍ ଭଳି ତଟୀୟ ଅଞ୍ଚଳରେ ଏହାର ବହୁଳ ବ୍ୟବହାର ହେଉଛି।
Follow Us