ନୂଆ ସମୟ ନୂଆ କଥା - ସେନ୍‌ସରରୁ ଜାଣିହେବ ସ୍ବାସ୍ଥ୍ୟାବସ୍ଥା

ନୂଆ ସମୟ ନୂଆ କଥା - ସେନ୍‌ସରରୁ ଜାଣିହେବ ସ୍ବାସ୍ଥ୍ୟାବସ୍ଥା

Alcimed

ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ଏଣିକି ସହଜରେ ଜାଣିହେବ। ନିକଟରେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ବିଶେଷଜ୍ଞମାନେ ଏକ କ୍ଷୁଦ୍ର ସେନ୍‌ସର ପ୍ରସ୍ତୁତ କରିଛନ୍ତି। ଏହାଦ୍ବାରା ଜଣେ ବ୍ୟକ୍ତିର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସହଜରେ ସୂଚନା ମିଳିପାରିବ। ଏହି ନୂଆ ସେନ୍‌ସରକୁ ‘ନ୍ୟୁରାଲ ଡଷ୍ଟ୍‌’ ନାମରେ ନାମିତ କରାଯାଇଛି। ଏହାର ଲମ୍ବ ହେଉଛି ମାତ୍ର ୩ ମିମି ଏବଂ ଉଚ୍ଚତା ମାତ୍ର ୧ ମିମି। ଏକ ରୋବୋଟିକ୍‌ ଡିଭାଇସ୍‌ ଦ୍ବାରା ଏହି ସେନ୍‌ସରକୁ ନିୟନ୍ତ୍ରଣ କରାଯାଇଥାଏ। ଏଥିରେ କୌଣସି ତାର କିମ୍ବା ବ୍ୟାଟେରି ସଂଯୋଗ କରାଯାଇନାହିଁ। କୌଣସି ବ୍ୟକ୍ତିଙ୍କ ଶରୀରରେ ଏହାକୁ ଲଗାଇ ଦେବା ପରେ ତାହା ଉକ୍ତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ତେବେ ଏହାକୁ କିପରି ଆହୁରି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କରାଯାଇପାରିବ ସେ ନେଇ ଗବେଷଣା ଚାଲୁରହିଛି।

୧୪୦ ବର୍ଷ ପରେ ସନ୍ଧାନ

publive-image All About Birds

ବିଭିନ୍ନ ସମୟରେ ବୈଜ୍ଞାନିକଙ୍କୁ ଏଭଳି ପ୍ରଜାତିର ସନ୍ଧାନ ମିଳିଥାଏ, ଯାହା ବିଲୁପ୍ତ ହୋଇସାରିଛି। ସେହି ତାଲିକାରେ ଆଉ ଏକ ପ୍ରାଣୀ ସାମିଲ ହୋଇଛି। ବର୍ତ୍ତମାନ ଏକ ପକ୍ଷୀର ସୂଚନା ମିଳିଛି, ଯାହା ୧୪୦ ବର୍ଷ ତଳେ ବିଲୁପ୍ତ ହୋଇସାରିଥିଲା। ନିକଟରେ ବୈଜ୍ଞାନିକଙ୍କୁ ପପ୍‌ଆ ନ୍ୟୁ ଗିନିର ଜଙ୍ଗଳରେ ବିରଳ ପକ୍ଷୀ ବ୍ଲାକ୍‌ ନ୍ୟାପଡ୍‌ ଫିଜାଣ୍ଟ୍ ପିଜନର ସନ୍ଧାନ ମିଳିଛି। ଗବେଷକଙ୍କୁ ପକ୍ଷୀର ପାଦ ଚିହ୍ନ ମିଳିଛି। କୁକୁଡ଼ା ଆକାରର ଏହି ପକ୍ଷୀ ଅନେକ ବର୍ଷ ଧରି ଦେଖିବାକୁ ମିଳିନଥିଲା। ଏହା ପାଖାପାଖି ୧୮୮୨ ଖ୍ରୀଷ୍ଟାବ୍ଦରୁ ଦେଖିବାକୁ ମିଳିନଥିବା ଜଣା ପଡ଼ିଛି। ତେବେ ରିଉଇଲ୍ଡି ବାର୍ଡଲାଇଫ୍‌ ଓ ଆମେରିକାନ ବାର୍ଡ କଞ୍ଜରଭେନ୍ସି ପକ୍ଷରୁ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି, ଯେଉଁଥିରେ ପାଖାପାଖି ୧୫୦ଟି ବିଲୁପ୍ତ ପ୍ରଜାତିଙ୍କୁ ଖୋଜିବାର ଯୋଜନା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe