ନୂଆ ସମୟ, ନୂଆ କଥା: କୁଇନ୍‌ ଅଫ୍‌ ଦ ଆଣ୍ଡିଜ୍‌

ନୂଆ ସମୟ, ନୂଆ କଥା: କୁଇନ୍‌ ଅଫ୍‌ ଦ ଆଣ୍ଡିଜ୍‌

Facebook

ବଲିଭିଆ ଏବଂ ପେରୁ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩୨୦୦ରୁ ୪୮୦୦ ମିଟର ଉଚ୍ଚ ବିଶିଷ୍ଟ ଆଣ୍ଡିଜ୍‌ ପାହାଡ଼ରେ ଦେଖିବାକୁ ମିଳୁଥିବା ବିରଳ ଫୁଲ ହେଉଛି କୁଇନ୍‌ ଅଫ୍‌ ଦ ଆଣ୍ଡିଜ୍‌ ଫ୍ଲାୱାର୍‌। ଏହି ଗଛ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ କିନ୍ତୁ ଏଥିରେ ଥରେମାତ୍ର ଫୁଲ ଫୁଟିଥାଏ। ଏହାର ଜୀବନ କାଳ ମଧ୍ୟରେ ଏକାଥରକରେ ହଜାରରୁ ଉର୍ଦ୍ଧ୍ବ ଫୁଲ ଫୁଟିଥାଏ। ଗଛ ପ୍ରାୟ ୪୦ ଫୁଟ ଉଚ୍ଚ ବିଶିଷ୍ଟ ହୋଇଥାଏ। ଫୁଲ ବଡ଼ ଆକାରର ହେବା ପାଇଁ ପୋଷକ ତତ୍ତ୍ବ ସଂଗ୍ରହ କରି ରଖିଥାଏ ଗଛଟି । ଫୁଲ ହେବା ପରେ କିନ୍ତୁ ଗଛ ମରିଯାଏ।

ପ୍ୟାରିସ୍‌ ଅଫ୍‌ ଗୁଜୁରାଟ୍‌

ଗୁଜୁରାଟର ପାଟନ ଜିଲ୍ଲାରେ ଏକ ସହର ଅଛି, ଯାହାର ନାମ ହେଉଛି ସିଦ୍ଧପୁର। ସିଦ୍ଧପୁର ସହରର ବୋହରାୱାଡ୍‌ ଗଳିର ‌େସୗନ୍ଦର୍ଯ୍ୟ ସମ୍ପର୍କରେ ବିଶ୍ବସ୍ତରରେ ଏବେ ଚର୍ଚ୍ଚା ‌େହଉଛି। କାରଣ ଏହି ଗଳିକୁ ପ୍ୟାରିସ୍‌ ଅଫ୍‌ ଗୁଜୁରାଟ କୁହାଯାଉଛି। ଏଠାକୁ ଆସିଲେ ପ୍ୟାରିସ୍‌ କିମ୍ବା ଜର୍ମାନୀକୁ ବୁଲିଯିବାର ଅନୁଭବ ହୋଇଥାଏ। ଗଳିର ଇତିହାସ ପ୍ରାୟ ୨୦୦ ବର୍ଷ ପୁରୁଣା। ଏଠାରେ ମୋଟ ୧୭୦୦ଟି ଘର ଅଛି, ଯେଉଁଠି କିଛି ବର୍ଷ ପୂର୍ବରୁ ଅନେକ ଲୋକ ରହୁଥିଲେ। କିନ୍ତୁ ଏବେ କେବଳ ୩୦୦ ଲୋକ ରହୁଛନ୍ତି, ଯେଉଁମାନେ ଏହାର ସୌନ୍ଦର୍ଯ୍ୟକୁ ସଂରକ୍ଷିତ କରି ରଖିଛନ୍ତି। ଏହିସବୁ ଘର କାଠରେ ନିର୍ମିତ ଓ ଘରର କାରୁକାର୍ଯ୍ୟ ହାତରେ କରାଯାଇଛି। ଘରଗୁଡ଼ିକ ଦାଉଦି ବୋହରା ସମାଜ ଦ୍ବାରା ନିର୍ମାଣ କରାଯାଇଥିଲା। ତେଣୁ ଏହି ଗଳିକୁ ବୋହରାୱାର୍ଡ ନାମରେ ନାମିତ କରାଯାଇଛି। ସାଉଥ୍‌ ଫିଲ୍ମ୍‌ ‘ଆର୍‌ଆର୍‌ଆର୍‌’ର ଏଠାରେ ସୁଟିଂ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe