ScienceAlert
ପରିବେଶ ପ୍ରଦୂଷଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ପ୍ଲାଷ୍ଟିକ୍। ଅଦରକାରୀ ପ୍ଲାଷ୍ଟିକ୍ ସହଜରେ ମାଟିରେ ମିଶୁ ନଥିବା ଯୋଗୁ ପରବର୍ତ୍ତୀ ସମୟରେ ତାହା ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାଏ। ଫଳସ୍ବରୂପ ଏଥିଯୋଗୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ବର୍ତ୍ତମାନ ଏହି ପ୍ଲାଷ୍ଟିକ୍ ପ୍ରଦୂଷଣ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ସମାଧାନ କରିବାକୁ ଯାଇ ଆମେରିକାସ୍ଥିତ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ କ୍ଷୁଦ୍ର କୃମିକୁ ଖୋଜି ବାହାର କରିଛନ୍ତି, ଯାହା ପ୍ଲାଷ୍ଟିକ୍କୁ ନଷ୍ଟ କରିବାରେ ସାହାଯ୍ୟ କରିବ। ଏହି କୃମି ଶରୀରରେ ଥିବା ଏକ ସୂକ୍ଷ୍ମ ଜୀବାଣୁ ପ୍ଲାଷ୍ଟିକ୍କୁୁ ପଚାଇବାରେ ସାହାଯ୍ୟ କରିବ। ଗବେଷଣା ସମୟରେ ଏହି କୃମିମାନଙ୍କୁ ପ୍ରତିଦିନ ୩୪ରୁ ୩୯ ମିଲିଗ୍ରାମ୍ ଷ୍ଟାଇରୋଫମ୍ ଖାଇବାକୁ ଦିଆଯାଉଥିଲା। ପ୍ରତିଦିନ କୃମିଗୁଡ଼ିକ ଏହାକୁ ଅଙ୍ଗାରକାମ୍ଲରେ ପରିଣତ କରିଦେଉଥିଲେ। ଏହାଦ୍ବାରା ବାୟୁମଣ୍ଡଳରୁ ପ୍ରଦୂଷଣକୁ କିଛି ପରିମାଣରେ କମା ଯାଇପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।
ଭାରତର ପ୍ରଥମ ସେଲ୍ଫି
The Better Indiaଭାରତରେ ପ୍ରଥମଥର ପାଇଁ ଉନ୍ନବିଂଶ ଶତାବ୍ଦୀରେ ସେଲ୍ଫି ନିଆଯାଇଥିଲା। ତ୍ରିପୁରାର ମହାରାଜା ବୀରଚନ୍ଦ୍ର ମାଣିକ୍ୟ ଓ ତାଙ୍କ ମହାରାଣୀ ଖୁମାନ୍ ଚାନୁ ମନମୋହିନୀ ଦେବୀ ସେଲ୍ଫି ଉଠାଇ ଥିଲେ। ଏ ଦୁହିଁଙ୍କୁ ଆର୍ଟ ଓ ଫଟୋଗ୍ରାଫି ଖୁବ୍ ପସନ୍ଦ ଥିଲା। ଏପରି କି ମହାରାଜା ବୀରଚନ୍ଦ୍ର ନିଜ ପାଖରେ କ୍ୟାମେରା ରଖୁଥିଲେ। ୧୮୮୦ ପାଖାପାଖି ତ୍ରିପୁରାର ଅଗରତାଲା ରାଜପ୍ରାସାଦରେ ସେ ପ୍ରଥମ ସେଲ୍ଫି ଉଠାଇଥିବାର କୁହାଯାଏ। ଫଟୋ ଉଠାଇଥିବାବେଳେ ତାଙ୍କ ହାତରେ ଟ୍ରିଗରିଂ ଡିଭାଇସ୍ ଧରିଥିବା ଦେଖାଯାଇଛି। ଡିଭାଇସ୍ରେ ଲିଭର ଯୋଡ଼ାଯାଇଥିଲା ଏବଂ ଏକ ତାର କ୍ୟାମେରାକୁ ସଂଯୋଗ କରାଯାଇଥିଲା। ଏହି ଡିଭାଇସ୍ଟି ଟାଣିବାଦ୍ବାରା ଫଟୋ ଉଠିଥିଲା।
Follow Us