ନୂଆ ସମୟ ନୂଆ କଥା - ପ୍ରତି ୧୫ ମିନିଟ୍‌ରେ ଫୋନ୍‌ ଯାଞ୍ଚ

ନୂଆ ସମୟ ନୂଆ କଥା - ପ୍ରତି ୧୫ ମିନିଟ୍‌ରେ ଫୋନ୍‌ ଯାଞ୍ଚ

representational - immage The Indian Express

ୱାଟସ୍‌ଅପ୍‌ରେ ଗ୍ରୁପ୍‌ ମେସେଜ୍‌ ହେଉ ଅବା ସପିଂ ଆପ୍‌ର ଅଫର ପ୍ରତ୍ୟେକ ମୁହୁର୍ତ୍ତରେ ଫୋନ୍‌କୁ ଏ ନେଇ ନୋଟିଫିକେସନ୍‌ ଆସିଥାଏ। ବାରମ୍ବାର ଆସୁଥିବା ‌େନାଟିଫିକେସନ୍‌ କାର୍ଯ୍ୟରୁ ଧ୍ୟାନ ବିଚ୍ୟୁତ କରାଏ। ଏକ ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୮୪ ଥର ଫୋନ୍‌ ଚେକ୍‌ କରିଥାନ୍ତି। ଅର୍ଥାତ୍‌ ପ୍ରତି ୧୫ ମିନିଟ୍‌କୁ ଥରେ ସେ ଫୋନ୍‌ ଚେକ୍‌ କରନ୍ତି। ଅଷ୍ଟ୍ରେଲିଆର ଡିକିନ୍‌ ୟୁନିଭର୍ସିଟିର ବରିଷ୍ଠ ମନସ୍ତତ୍ବବିତ୍‌ଙ୍କ ଶାରନ୍‌ ହୋର୍ଡ କୁହନ୍ତି, ଫୋନ୍‌ର ଘଣ୍ଟି ଧ୍ୟାନ ଭଙ୍ଗ କରି ଦୁଇ ପ୍ରକାରର ବ୍ୟାଘାତ ମସ୍ତିଷ୍କକୁ ଦେଇଥାଏ। ପ୍ରଥମଟି ହେଲା, ଏକ୍ସୋଜେନସ୍‌ ବ୍ୟାଘାତ ଓ ଦ୍ବିତୀୟଟି ଏଣ୍ଡୋଜେନସ୍‌ ବ୍ୟାଘାତ। ଏହି ବ୍ୟାଘାତ କାରଣରୁ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ଜାଗ୍ରତ ହୁଏ ନାହିଁ। ଏଥିରୁ ଚାପ ସୃଷ୍ଟି ହୁଏ। ବାରମ୍ବାର ବ୍ୟାଘାତ ହେବାରୁ କଳାତ୍ମକ ଚିନ୍ତାଶକ୍ତି ଓ କାର୍ଯ୍ୟକରିବାର କ୍ଷମତା କମିଥାଏ। ମନରେ ଚିଡ଼ିଚିଡ଼ା ଭାବ ସୃଷ୍ଟି ହୋଇଥାଏ। ଏଥିରୁ ହଁି ଅବସାଦ ସୃଷ୍ଟି ହୁଏ। ସେଥିପାଇଁ ଫୋନ୍‌ରୁ ଅଧିକ ଦୂରେଇ ରହିବା ହିଁ ସମସ୍ତଙ୍କ ପାଇଁ ଭଲ ବୋଲି ମନସ୍ତତ୍ବବିତ୍‌ ଶାରନ୍‌ କହିଛନ୍ତି।

ତାରବିହୀନ ବିଦ୍ୟୁତ୍‌

publive-image representational immage-
Hindustan News Hub

ସାଧାରଣତଃ ବିଦ୍ୟୁତ୍‌ ସଞ୍ଚାରଣ ପାଇଁ ତାରର ଆବଶ୍ୟକତା ପଡ଼ିଥାଏ। ହେଲେ ଏଣିକି ଏଥିପାଇଁ ତାର ଆବଶ୍ୟକ ପଡ଼ିବ ନାହିଁ। ଏ କ୍ଷେତ୍ରରେ ଗ‌ବେଷଣା କରି ସଫଳତା ହାସଲ କରିଥିବା ଜାପାନୀ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ବିଷୟରେ ଗବେଷଣା କରିବା ସମୟରେ ସେମାନେ ମାଇକ୍ରୋୱେଭ୍‌ର ପ୍ରୟୋଗ କରି ୧୦ କିଲୋୱାଟ୍‌ ବିଦ୍ୟୁତ୍‌କୁ ୧,୬୪୦ ଫୁଟ୍‌ ଦୂରରେ ଥିବା ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇଥିଲେ। ସାଧାରଣଭାବରେ ୧୦ କିଲୋୱାଟ୍‌ ବିଦ୍ୟୁତ୍‌ ରୋଷେଇ ଘରେ ବ୍ୟବହୃତ ହେଉଥିବା ସମସ୍ତ ଉପକରଣ ଚଳାଇବାକୁ ଯଥେଷ୍ଟ। ତେବେ ଏପରି ତାରବିହୀନ ବିଦ୍ୟୁତ୍‌ ପଛରେ ଆଉ ଏକ ଲକ୍ଷ୍ୟ ରହିଛି। ମହାକାଶରୁ ମିଳୁଥିବା ସୌରଶକ୍ତିକୁ ପୃଥିବୀ ପୃଷ୍ଠରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଏହାଦ୍ବାରା କେତେକାଂଶରେ ସଫଳତା ମିଳିପାରିବ ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe