ନୂଆ ସମୟ ନୂଆ କଥା - ଦ ରାଜ୍‌ ପ୍ୟାଲେସ୍‌

Advertisment
ନୂଆ ସମୟ ନୂଆ କଥା - ଦ ରାଜ୍‌ ପ୍ୟାଲେସ୍‌

Small Luxury Hotels

ଦାମୀ ହୋଟେଲ୍ ବିଶ୍ବରେ କେତେକ ଜାଗାରେ ରହିଅଛି। ଏହି ଧାରାରେ ଭାରତରେ ଏମିତି ଏକ ହୋଟେଲ୍‌ ଅଛି ଯାହା କେବଳ ଭାରତରେ ନୁହେଁ, ଏସିଆର ସବୁଠାରୁ ଦାମୀ ହୋଟେଲ୍‌ ବୋଲି କୁହାଯାଉଛି। ଏହି ହୋଟେଲ୍ ରାଜସ୍ଥାନ୍‌ର ଜୟପୁରରେ ଅଛି। ଏହାର ନାମ ‘ଦ ରାଜ୍‌ ପ୍ୟାଲେସ୍‌’। ଏହି ହୋଟେଲ୍‌ରେ ମୋଟ ୭୮ଟି ବିଳାସପୂର୍ଣ୍ଣ କୋଠରି ରହିଛି। ଏଠାରେ କାନ୍ଥଗୁଡ଼ିକ ମାର୍ବଲ୍‌ରେ ତିଆରି ହୋଇଥିବାବେଳେ ନିଖୁଣ ଚିତ୍ରକଳାରେ ସଜାଇ ହୋଇଛି। ଅତିଥିମାନେ ରୁପା ପଲଙ୍କରେ ଶୋଇବା ସହିତ ସୁନା ଥାଳିରେ ଖାଇଥାନ୍ତି। ହୋଟେଲ୍‌ରେ ଥିବା ଦରବାର୍‌ ସୁଇଟ୍‌ରେ ଶୋଇବା ପାଇଁ ୧୮ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। କିଛି ବଲିଉଡ୍‌ ଚଳଚ୍ଚିତ୍ର ମଧ୍ୟ ଏଠାରେ ସୁଟିଂ ହୋଇଛି। ୨୦୦୭ରେ ଏହି ରାଜକୀୟ ହୋଟେଲ୍‌କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ଶ୍ରେଣୀରେ ‘ସର୍ବଶ୍ରେଷ୍ଠ ଐତିହ୍ୟ’ ହୋଟେଲ୍‌ ପୁରସ୍କାର ମିଳିଥିଲା।

ମରୁଭୂମିରେ ପୋଷ୍ଟ୍‌ ଅଫିସ୍‌

publive-image Oddity Central

ଦୁନିଆରେ ଏମିତି ବି କିଛି ଜିନିଷ ଅଛି ଯାହାକୁ ନିରୋଳା ସ୍ଥାନରେ ତିଆରି କରାଯାଇଛି। ସେମିତି ଏକ ଛୋଟ ପୋଷ୍ଟ୍‌ ଅଫିସ୍‌ ରହିଛି ଚାଇନାର ଇନର୍‌ ମଙ୍ଗୋଲିଆରେ। ସେଠାକାର ଡେଙ୍ଗର୍‌ ମରୁଭୂମିରେ ଗଢ଼ି ଉଠିଥିବା ଏହି ପୋଷ୍ଟ୍‌ ଅଫିସ୍‌କୁ ଦୁନିଆର ସବୁଠୁ ଏକଲା ପୋଷ୍ଟ୍‌ ଅଫିସ୍‌ କୁହାଯାଇଥାଏ। ଏହି ପୋଷ୍ଟ୍‌ ଅଫିସ୍‌ଟି ମରୁଭୂମି ଅଞ୍ଚଳରେ ଥିବାରୁ ଏଠାକୁ କେହି ଆସନ୍ତି ନାହିଁ। ସେଥିପାଇଁ ଏହି ସ୍ଥାନରେ ଘର କି ଅଫିସ୍‌ କିମ୍ବା ଆଉ କିଛି ବି ଥିବାର ଦେଖିବାକୁ ମିଳେନାହିଁ। ସୂଚନାନୁଯାୟୀ ଏହି ପୋଷ୍ଟ୍‌ ଅଫିସ୍‌ଟି କୁଆଡ଼େ ସେଠାରେ ୩୫ ବର୍ଷ ହେବ ତିଆରି ହେଲାଣି କିନ୍ତୁ ଆଜିଯାଏ ତାହା ଲୋକଲୋଚନକୁ ଆସି ପାରୁ ନଥିଲା। ହେଲେ ୨୦୨୧ ଡିସେମ୍ବର ମାସରେ ମିସ୍‌ ଜାଙ୍ଗ୍‌ ନାମକ ଜଣେ ମହିଳା ଏ ସମ୍ପର୍କିତ ଖବର ପାଇବା ପରେ ଏହି ପୋଷ୍ଟ୍‌ ଅଫିସ୍‌କୁ ଲୋକଙ୍କ ସାମନାକୁ ଆଣିବାକୁ ଚେଷ୍ଟା କରିଥିଲେ। ଏହାପରେ ଧୀରେ ଧୀରେ ପୋଷ୍ଟ୍‌ ଅଫିସ୍‌ଟି କାର୍ଯ୍ୟକାରୀ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe