ନୂଆ ସମୟ ନୂଆ କଥା - ଘରଜ୍ବାଇଁଆ ଗାଁ

ନୂଆ ସମୟ ନୂଆ କଥା - ଘରଜ୍ବାଇଁଆ ଗାଁ

ଭାରତର ପତ୍ୟେକ ରାଜ୍ୟ, ଜିଲ୍ଲା ଓ ଗାଁର ନିଜ ପରିଚୟ ରହିଛି। ଏହି କ୍ରମରେ ଝାଡ଼ଖଣ୍ଡର ଷଢେଇକଳା-ଖରସୁଆଁ ଜିଲ୍ଲାର ଜମାଇପଡ଼ା ଗାଁର ରହିଛି ସ୍ବତନ୍ତ୍ରତା। ଏହି ଗ୍ରାମର ପରିଚୟ ହେଉଛନ୍ତି ଏଠାକାର ଜ୍ବାଇଁ। ଗାଁର ଜୋଇଁମାନେ ଏଠାକାର ବାସିନ୍ଦା ହୋଇଯାଇଛନ୍ତି। ତେଣୁ ଗାଁଟିର ନାମ ଆସଙ୍ଗୀରୁ ଜମାଇପଡ଼ା ହୋଇଛି।

ଏଠିକାର ବାସିନ୍ଦାମାନେ ଓଡ଼ିଆ ଭାଷାରେ ମଧ୍ୟ କଥା ହୁଅନ୍ତି। ୩୦ ବର୍ଷ ପୂର୍ବେ ଏଠାରେ ଔଦ୍ୟୋଗିକ ବିକାଶ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ତେଣୁ ରୋଜଗାର ଲକ୍ଷ୍ୟରେ ହଜାର ହଜାର ଏଠାକୁ ଆସି ବସତି ସ୍ଥାପନ କଲେ। ଶିଳ୍ପାଞ୍ଚଳ ନିକଟରେ ଥିବା ଏହି ଗାଁର ଲୋକେ ନିଜ ଝିଅମାନଙ୍କୁ କାରଖାନାରେ କାର୍ଯ୍ୟ କରୁଥିବା ଯୁବକମାନଙ୍କ ସହ ବିବାହ କରାଇଲେ। ସେତେବେଳେ ଗାଁ ଲୋକେ ଚାହଁୁଥିଲେ ଯେ, ସେମାନଙ୍କର ଝିଅ ଓ ଜ୍ବାଇଁ ପାଖରେ ରହନ୍ତୁ। ତେଣୁ ଆସଙ୍ଗୀ ଗ୍ରାମ ନିକଟରେ ଝିଅ ଓ ଜ୍ବାଇଁଙ୍କ ପାଇଁ ଘର ତିଆରି କଲେ। ଫଳରେ ଗାଁର ନାମ ଜମାଇପଡ଼ା ହୋଇଗଲା। ୧୯୬୭ ମସିହାରେ ଯେବେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା, ସେହି ସମୟରେ ଭଲ ବର୍ଷା ଓ ସମୃଦ୍ଧି ପାଇଁ ଜଣେ ପୂଜାରୀ ଗାଁର ଜ୍ବାଇଁମାନଙ୍କୁ ଜମି ଦାନ ପାଇଁ ପରାମର୍ଶ ଦେଇଥିଲେ। ତେଣୁ କିଛି ଲୋକ ଜ୍ବାଇଁମାନଙ୍କୁ ଜମି ଦାନ ସହ ଘର ତିଆରି କରିଥିଲେ। ଶେଷରେ ଏହା ପରମ୍ପରାରେ ପରିଣତ ହୋଇଗଲା।

ଆକାଶି ଜାଇ‌େକା ବ୍ରିଜ୍‌

publive-image Encyclopedia Britannica

ଜାପାନ୍‌ର ଏହି ବ୍ରିଜ୍‌ଟି ବିଶ୍ବର ସବୁଠାରୁ ଲମ୍ବା ବ୍ରିଜ୍‌। ଏହାର ଲମ୍ବ ୧୯୯୧ ମିଟର। ବ୍ରିଜ୍‌ଟି କୋବ୍‌ ସହରକୁ ଆୱାଜି ଦ୍ବୀପ ସହ ସଂଯୋଗ କରୁଛି। ଏହାର ନିର୍ମାଣ ୧୯୮୮ରେ ହୋଇଥିବାବେଳେ ଶେଷ ହେବାକୁ ପ୍ରାୟ ଦଶବର୍ଷ ସମୟ ଲାଗିଥିଲା। ଏଥିପାଇଁ ୧୮ ଲକ୍ଷ ଟନ୍‌ରୁ ଅଧିକ ଷ୍ଟିଲ୍‌ ବ୍ୟବହୃତ ହୋଇଥିଲା। ୧୯୯୮ରେ ସର୍ବସାଧାରଣଙ୍କ ପାଇଁ ଖୋଲଯିବା ସହ ଏଥିରେ ୬ଲାଇନ୍‌ ଟ୍ରାଫିକ୍ ବ୍ୟବସ୍ଥା ରହିଛି। ସମ୍ପୂର୍ଣ୍ଣ ବ୍ରିଜ୍‌ଟି ଦେଖିବାକୁ ଯେମିତି ଆକର୍ଷଣୀୟ ସେମିତି ଉପଯୋଗୀ ମଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe