ନୂଆ ସମୟ ନୂଆ କଥା - ପକ୍ଷୀ ହସ୍‌ପିଟାଲ୍‌

Advertisment
ନୂଆ ସମୟ ନୂଆ କଥା - ପକ୍ଷୀ ହସ୍‌ପିଟାଲ୍‌

Justdial

ନୂଆଦିଲ୍ଲୀସ୍ଥିତ ଚାନ୍ଦିନୀ ଚୌକରେ ରହିଛି ‘ଚ୍ୟାରିଟି ବାର୍ଡ ହସ୍‌ପିଟାଲ୍‌’। ଏହି ହସ୍‌ପିଟାଲ୍‌ କେବଳ ପକ୍ଷୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତିନିମହଲା ବିଶିଷ୍ଟ ଏହି ପକ୍ଷୀ ଚିକିତ୍ସାଳୟଟିକୁ ୧୯୨୯ରେ ଜଣେ ଜୈନ ସନ୍ଥ ନିର୍ମାଣ କରିଥିଲେ। ଏଠାରେ ଆହତ ତଥା ରୋଗୀ ପକ୍ଷୀଙ୍କ ଚିକିତ୍ସା ମାଗଣାରେ କରାଯାଇ ସେମାନଙ୍କୁ ନୂତନ ଜୀବନ ପ୍ରଦାନ କରାଯାଏ। କାଉ, ପାରା, ଶୁଆ, କୋଇଲି ଆଦି ସବୁ ପ୍ରକାର ପକ୍ଷୀଙ୍କୁ ଏଠାରେ ଚିକିତ୍ସା କରାଯାଇଥାଏ। ଏହି ହସ୍‌ପିଟାଲ୍‌ ଜୈନ ଧର୍ମର ସିଦ୍ଧାନ୍ତକୁ ପାଳନ କରିଥାଏ। ତେବେ ଏହା ହେଉଛି ଭାରତର ଏକପାତ୍ର ହସ୍‌ପିଟଲ୍‌, ଯେଉଁଠି ଆହତ ପକ୍ଷୀଙ୍କ ଚିକିତ୍ସା ମାଗଣାରେ କରାଯାଏ। ହସ୍‌ପିଟାଲ୍‌ରେ ଅପରେସନ୍‌ ଥିଏଟର, ଓପିଡ଼ି, ଇମରଜେନ୍ସି ୱାର୍ଡ, ରିକଭରି ରୁମ୍‌ ଭଳି ଅନ୍ୟ ସମସ୍ତ ସୁବିଧା ପକ୍ଷୀମାନଙ୍କ ପାଇଁ ଉପଲବ୍ଧ ଅଛି। ସେହିପରି ୨୦୦ରୁ ଅଧିକ ପକ୍ଷୀଙ୍କ ରହିବା ଲାଗି ଘର ଅଛି।

କଞ୍ଚା ଲଙ୍କା କରେ ଦୀର୍ଘାୟୁ

publive-image Seed2Plant

ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ। ଏହା ସମ୍ଭବ ହୋଇପାରିବ ଯଦି ଜଣେ ଅଧିକ କଞ୍ଚା ଲଙ୍କା ଖାଇବେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, କଞ୍ଚା ଲଙ୍କା ଖାଇବା ଦ୍ବାରା ମୃତ୍ୟୁ ୧୩ ପ୍ରତିଶତ କମ୍‌ ହୋଇଯାଏ। ଯେଉଁମାନେ ନିୟମିତ କଞ୍ଚା ଲଙ୍କା ଅଧିକ ଖାଇଥାଆନ୍ତି ସେମାନଙ୍କର କୋଲେଷ୍ଟ୍ରଲ୍‌ କମ୍‌ ଓ ସେମାନଙ୍କୁ ହୃଦ୍‌ରୋଗରୁ ମୁକ୍ତି ମିଳିଥାଏ। କଞ୍ଚା ଲଙ୍କା ବା କ୍ୟାପ୍ସିକମ୍‌ର ମୋଟାପଣ କମାଇବାରେ ଏବଂ ଧମନୀରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe