ନୂଆ ସମୟ ନୂଆ କଥା - କୁମାରଙ୍କ ଗାଁ

ନୂଆ ସମୟ ନୂଆ କଥା - କୁମାରଙ୍କ ଗାଁ

Filming Indo

ବିଶ୍ବର ବିଭିନ୍ନ ଗାଁର ବି‌େଶଷତା ଭିନ୍ନ ଭିନ୍ନ। କିଛି ଗ୍ରାମର ଜୀବନଶୈଳୀ, ପ୍ରଥା ଓ ପରମ୍ପରା ସମ୍ପୂର୍ଣ୍ଣ ନିଆରା। ଏହି କ୍ରମରେ ବିହାରର କୈମୁର ଜିଲ୍ଲାସ୍ଥିତ ଅଘୋରା ଉପଖଣ୍ଡରେ ଥିବା ବରୱାନକଲା ଗ୍ରାମକୁ କୁମାରମାନଙ୍କର ଗାଁ ବୋଲି କୁହାଯାଉଛି। କାରଣ ଏଠାରେ କେହି ଯୁବକ ବିବାହ କରିନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି ଗାଁର ଅନୁନ୍ନତ ଅବସ୍ଥା।

ସେହି ଗାଁକୁ ଯିବାପାଇଁ ରାସ୍ତା ନାହିଁ, ବିଜୁଳି ପାଣି ଓ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ନାହିଁ। ତେଣୁ ସେହି ଗାଁରେ କେହି ଝିଅ ବିବାହ ଦେବାକୁ ଚାହଁୁ ନାହାନ୍ତି। ବିଗତ ୫୦ ବର୍ଷ ପରେ ୨୦୧୭ରେ ଏହି ଗାଁ‌େର ଗୋଟିଏ ବିବାହ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଗ୍ରାମବାସୀମାନେ ପାହାଡ଼ ଓ ଜଙ୍ଗଲ ଭିତରେ ୧୦ କିଲୋମିଟର୍‌ ରାସ୍ତା ନିର୍ମାଣ କରିଥିଲେ।

ହେଡ୍‌ଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହ୍ରାସ

publive-image Pinterest

ଗୀତ ଶୁଣିବାକୁ କାହାକୁ ବା ଭଲ ନ ଲାଗେ । ଅବଶ୍ୟ ସମସ୍ତଙ୍କ ଶୁଣିବା ଶୈଳୀ ଓ ଗୀତର ପସନ୍ଦ ଭିନ୍ନ ହୋଇଥାଏ। କେହି କେହି କମ୍ ସାଉଣ୍ଡ୍ ଦେଇ ଗୀତ ଶୁଣିଥାନ୍ତି ତ ପୁଣି କେହି ହେଡ୍‌ଫୋନ୍ ଲଗାଇ ଜୋର୍ ଭଲ୍ୟୁମ୍ ଦେଇ ଲାଉଡ୍ ମ୍ୟୁଜିକ୍ ଶୁଣିଥାନ୍ତି। ଗୀତ ଶୁଣିବା ଉଭୟ ମନ ଓ ଶରୀର ପାଇଁ ଭଲ, ଏଥିରେ ସନ୍ଦେହ ନାହିଁ। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହେଡ୍‌ଫୋନ୍ ଦେଇ ଶୁଣିଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଜୋର୍ ଶବ୍ଦରେ ଗୀତ ଶୁଣିଲେ ଶୁଣିବା ଶକ୍ତି ଅପେକ୍ଷାକୃତ ହ୍ରାସ ପାଇଥାଏ। ଅଧିକ ସାଉଣ୍ଡ୍‌ରେ ଗୀତ ଶୁଣିବା ଏକ ପ୍ରକାରର ଶବ୍ଦ ପ୍ରଦୂଷଣ । ଗବେଷଣାରୁ ଜାଣିବାକୁ ମିଳିଛି ପାଖାପାଖି ଦେଢ଼ କୋଟି ଲୋକ ସଂପୂର୍ଣ୍ଣ ଭାବେ ଅଥବା ଆପେକ୍ଷିକ ଭାବେ ଏହି କାରଣରୁ ଶ୍ରବଣ ଶକ୍ତି ହରାଉଛନ୍ତି। ବିଶେଷ କରି ୧୨ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଏହି ସମସ୍ୟା ଦେଖା ଦେଉଛି। ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଶ୍ରବଣ ଶକ୍ତି ଗୀତ ପାଇଁ ପ୍ରଭାବିତ ହେଉଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe