ନୂଆ ସମୟ ନୂଆ କଥା - ତିନି ଫୁଟିଆ କାକୁଡ଼ି

Advertisment
ନୂଆ ସମୟ ନୂଆ କଥା - ତିନି ଫୁଟିଆ କାକୁଡ଼ି

The Sun

ବ୍ରିଟେନ୍‌ ସାଉଥାଂପଟନ୍‌ର ନିବାସୀ ସେବାସ୍‌ଟିଆନ୍‌ ସୁସ୍‌କି ତିନି ଫୁଟ ୮ ଇଞ୍ଚ ଲମ୍ବା କାକୁଡ଼ି ଫଳାଇ ଗିନିଜ୍‌ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। କାକୁଡ଼ିଟିର ଓଜନ ୭.୭ କେଜି। ଏହି କାକୁଡ଼ି ପୂର୍ବରୁ ଥିବା ୬.୪ ସେଣ୍ଟିମିଟର କାକୁଡ଼ିର ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି। ତା’ସହ ଏହାକୁ ଏବେ ବିଶ୍ବର ସବୁଠୁ ଲମ୍ବା କାକୁଡ଼ି ବୋଲି କୁହାଯାଉଛି। ସାଧାରଣତଃ ସୁସ୍‌କି ଲମ୍ବା ଲମ୍ବା କାକୁଡ଼ି ଚାଷ କରନ୍ତି। ତାଙ୍କ ଉତ୍ପନ୍ନ କାକୁଡ଼ି ଗିନିଜ୍‌ ରେକର୍ଡରେ ସ୍ଥାନ ପାଇବ ବୋଲି ‌ସେ କେବେ ଆଶା କରି ନଥିଲେ। ଯଦି ଏହି କାକୁଡ଼ିକୁ କଟାଯାଏ, ତେବେ ଏଥିରେ ୪୦୦ ସ୍ୟାଣ୍ଡୱିଚ୍‌ ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଛନ୍ତି। ଏଭଳି ଲମ୍ବାକୃତି କାକୁଡ଼ି ଫଳାଇବା ପାଇଁ ଠିକ୍‌ ମଞ୍ଜି ଚୟନ ଓ ନିୟମିତ ପାଣି ସିଞ୍ଚନ ଆବଶ୍ୟକ ବୋଲି ସୁସ୍‌କି କହିଛନ୍ତି।

ଦ କୋଡେକ୍ସ ଲିସେଷ୍ଟର

publive-image Wikipedia

ଲିଓ ନାର୍ଡୋ ଦା ଭିନ୍ସିଙ୍କ ଦ୍ବାରା ରଚିତ ଏହି ପୁସ୍ତକ ପୃଥିବୀର ସବୁଠାରୁ ପ୍ରସିଦ୍ଧ ସାଇଣ୍ଟିଫିକ୍‌ ଜର୍ନଲ ଅଟେ। ଏହା ‘କୋଡେକ୍ସ ହାମରସ୍‌’ ନାମରେ ବି ପରିଚିତ। ଏଥିରେ ୭୨ ପୃଷ୍ଠା ଅଛି। ଏହି ଲିଓନାର୍ଡୋ ଦା ଭିନ୍ସିଙ୍କର ହସ୍ତଲିଖିତ ପାଣ୍ଡୁଲିପିକୁ ୧୭୧୭ରେ ଥମାସ୍‌ କୁକ୍‌ କିଣିଥିଲେ, ଯେ କି ପରବର୍ତ୍ତୀ ସମୟରେ ଅର୍ଲ ଅଫ୍‌ ଲିସେଷ୍ଟର ହୋଇଥିଲେ। ତେଣୁ ପରେ ତାଙ୍କ ପଦବୀ ଅନୁସାରେ ଏହି ବହିର ନାମ କୋଡେକ୍ସ ଲିସେଷ୍ଟର୍‌ ରଖାଯାଇଥିଲା। ବର୍ତ୍ତମାନ ଏହି ପୁସ୍ତକ ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ବିଲ୍‌ ଗେଟସ୍‌ଙ୍କ ପାଖରେ ଅଛି। ୧୯୯୪ରେ କ୍ରିଷ୍ଟିସ୍‌ ଅକ୍ସନ ହାଉସ୍‌ରୁ ସେ ଏହାକୁ ୩୦ ମିଲିୟନ୍‌ ବା ୨୦୦ କୋଟିରୁ ଅଧିକରେ କିଣି ୱାର୍ଲଡ ରେକର୍ଡ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe