ନୂଆ ସମୟ ନୂଆ କଥା - ବିଶ୍ବର ବୃହତ୍ତମ ରବର

Advertisment
ନୂଆ ସମୟ ନୂଆ କଥା - ବିଶ୍ବର ବୃହତ୍ତମ ରବର

Oddity Central

ଜାପାନ୍‌ର ‘ରାଡାର୍‌’ ନାମକ ଏକ ଇରେଜର୍‌ କମ୍ପାନି ବଜାରକୁ ଏକ ବୃହତ୍ତମ ରବର ପ୍ରବେଶ କରାଇଛି। ଯାହା ବିଶ୍ବର ସବୁଠୁ ବଡ଼ ପେନ୍‌ସିଲ୍‌ଲିଭା ରବର ବୋଲି ଦାବି କରାଯାଇଛି। ହେଲେ ସେହି ରବରକୁ ସରକାରଙ୍କ ତରଫରୁ ବୃହତ୍ତମ ରବରର ମାନ୍ୟତା ମିଳିନି। ରବର ନାମ ‘ରାଡର୍‌ ଏସ୍‌-୧୦୦୦୦’ ରଖାଯାଇଛି। ଏହି ଆକାର ବ୍ୟତୀତ ଏହାର ଓଜନ ୨ କିଲୋଗ୍ରାମ୍‌।

ଏକ ସାଧାରଣ ରବରର ମୂଲ୍ୟ ୫ ଟଙ୍କା ରୁ ୨୦ ଟଙ୍କା ହୋଇଥିବା ବେଳେ, ଏହି ରବର ମୂଲ୍ୟ ୮ ହଜାର ଟଙ୍କାରୁ ଅଧିକ ରହିଛି। ପ୍ରତିବର୍ଷ କମ୍ପାନି ‘ଇରେଜର୍‌ କୁଇଜ୍‌ ଇରେଜ୍‌’ ନାମକ ଏକ ପ୍ରତିଯୋଗିତା କରିଆସୁଛି। ଏହି ପ୍ରତିଯୋଗିତାର ବିଜେତାଙ୍କୁ ଉପହାର ସ୍ବରୂପ ବଡ଼ ରବର ଦିଆଯାଇଥିଲା। କିନ୍ତୁ ଲୋକମାନେ ଏହାକୁ ଏତେ ପସନ୍ଦ କଲେ ଯେ ସେମାନେ ଏହାକୁ କିଣିବାକୁ ଦାବି କରିବା ଆରମ୍ଭ କ‌ଲେ। ସେହିଦିନଠାରୁ କମ୍ପାନି ଏହାକୁ ବ୍ୟବସାୟ ଭାବେ ଆରମ୍ଭ କଲା। ଏହାଛଡ଼ା କମ୍ପାନି ଆଉ ରବର ବାହାର କରିଛି ଯାହାର ନାମ ‘ରାଡର ଏସ୍‌-୮୦’ ରହିଛି।

ଉପଗ୍ରହ ସଂଯୋଗ କରିବ ଉତ୍ତୋଳକ

publive-image NBC News

ଜାପାନ୍‌ର ବୈଜ୍ଞାନିକମାନେ ଖୁବ୍‌ଶୀଘ୍ର ଏକ ପ୍ରକାର ଏଲିଭେଟର୍‌ ବା ଉତ୍ତୋଳକ ତିଆରି ପାଇଁ କାମ କରୁଛନ୍ତି। ଜାପାନ୍‌ର ମହାକାଶ ଏଜେନ୍ସି ତାନାନ୍ନଗସିମା ଏହା ଜରିଆରେ ଏଚ୍‌-୨ବି ରକେଟ୍‌ ଉତ୍‌କ୍ଷେପଣ କରିପାରିବ। ଏବେ ନମୁନା ଭାବରେ ଏକ ଛୋଟ ଆକାରର ଏଲିଭେଟର୍‌ର ବ୍ୟବହାର କରାଯାଉଛି। ଏଥିରେ ଏକ ବାକ୍ସ ରହିବ। ମାତ୍ର ୬ ସେଣ୍ଟି‌ମିଟର ଲମ୍ବା, ତିନି ସେଣ୍ଟିମିଟର ଉଚ୍ଚ। ଯଦି ସବୁକିଛି ଠିକ୍‌ ରହିଲା ତେବେ ଭବିଷ୍ୟତରେ ମଧ୍ୟ ମହାକାଶରେ ଦୁଇଟି ଛୋଟ ଉପଗ୍ରହକୁ ଏହା ମାଧ୍ୟମରେ କେବୁଲ୍‌ ଦ୍ବାରା ସଂଯୋଗ କରାଯାଇପାରିବ, ଯାହା ଦୁଇଟି ଉପଗ୍ରହକୁ ପରସ୍ପର ସହ ସମ୍ପର୍କିତ ରଖିବ। ଏହା ବିଶ୍ବର ଏକ ନିଆରା ପ୍ରୟୋଗ, ଯେଉଁଥିରେ ମହାକାଶରେ ଏଲିଭେଟର୍‌ ବ୍ୟବହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe