ନୂଆ ସମୟ ନୂଆ କଥା: ମିଷ୍ଟର୍‌ ଇଟ୍‌ ଅଲ୍‌

Advertisment
ନୂଆ ସମୟ ନୂଆ କଥା: ମିଷ୍ଟର୍‌ ଇଟ୍‌ ଅଲ୍‌

Ripley's Believe It or Not!

୧୯୫୦ରେ ଜନ୍ମିତ ଫ୍ରାନ୍ସ୍‌ର ମାଇକେଲ ଲୋତିତୋ ପରିଚିତ ଥିଲେ ‘ମିଷ୍ଟର ଇଟ୍‌ ଅଲ୍‌’ ନାମରେ। କାରଣ ସାଇକେଲ, ଟିଭି, ଖଟଠାରୁ ଆରମ୍ଭ କରି ଶପିଂ କାର୍ଟ, କାଚ ଜିନିଷ, ରବର ଏମିତି କି ଏରୋପ୍ଲେନ୍‌ର ପାର୍ଟ ଖାଇ ବେଶ୍‌ ଆରାମରେ ହଜମ କରିଦେଇପାରୁଥିଲେ ସେ। ତାଙ୍କର ଏଭଳି ଖାଇବା ଅଭ୍ୟାସ ମାତ୍ର ୯ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ୧୬ ବର୍ଷ ବୟସ ବେଳକୁ ସେ ଏଭଳି ଅଜବ ଖାଦ୍ୟ ଖାଇବାର ଶୋ’ କରିବା ଆରମ୍ଭ କରିଦେଇଥିଲେ।

ଏରୋପ୍ଲେନକୁ ଛୋଟ ଛୋଟ ଖଣ୍ଡ କରି ମିନେରାଲ ଅଏଲ୍‌ ଓ ପ୍ରଚୁର ପାଣି ପିଇ ପିଇ ଖାଉଥିଲେ। ଯେମିତିକି ସେହି ଧାତୁଗୁଡ଼ିକ ତଣ୍ଟିରେ ଓ ଅନ୍ତନଳୀରେ ସହଜରେ ଯାଇପାରିବ। ପ୍ରକୃତରେ ସେ ପିକା ନାମକ ଏକ ଅଜବ ରୋଗରେ ଆକ୍ରାନ୍ତ ଥିଲେ। ଯାହାକି ଏକ ମାନସିକ ରୋଗ। ଏଥିରେ ତାଙ୍କୁ ଅଖାଦ୍ୟ ଦେଖିଲେ ଖାଇବାକୁ ଲୋଭ ହେଉଥିଲା। ଡାକ୍ତରଙ୍କ କହିବାନୁସାରେ ତାଙ୍କ ଅନ୍ତନଳୀ ଓ ପେଟରେ ମୋଟା ଆସ୍ତରଣ ଥିବା ସହ ହଜମ ପାଇଁ କ୍ଷରଣ ହେଉଥିବା ରସାୟନ ବି ଶକ୍ତ ଥିଲା। ତେଣୁ ସେ ଧାରୁଆ, ଶକ୍ତ ଧାତୁ ଖାଇଲେ ବି ତାହା ହଜମ ହେଇଯାଉଥିଲା। ତେବେ ଆଶ୍ଚର୍ଯ୍ୟର କଥା ସେ ଯଦି କଦଳୀ, ସିଝା ଅଣ୍ଡା ପରି ସରଳ ଖାଦ୍ୟ ଖାଉଥିଲେ ତାଙ୍କ ଦେହ ଖରାପ ହେଉଥିଲା। ୧୯୫୯ରୁ ୧୯୯୭ ମଧ୍ୟରେ ସେ ପ୍ରାୟ ୯ ଟନ୍‌ ଧାତୁ ଖାଇଥିଲେ। ଏଭଳି ଅଜବ ଖାଦ୍ୟ ଲାଗି ତାଙ୍କ ନାମ ଗିନିଜ୍‌ ୱାର୍ଲ‌୍ଡ ରେକର୍ଡସ୍‌ରେ ବି ସ୍ଥାନ ପାଇଥିଲା।

କୁକୁରଙ୍କ ପାଇଁ ରେଷ୍ଟୁରାଣ୍ଟ୍‌

publive-image Discover Los Angeles

ଯେଉଁମାନେ ଘରେ ପେଟ୍‌ ରଖିଥାନ୍ତି, ସେମାନଙ୍କ ପାଇଁ ତାଙ୍କ ପେଟ୍‌ ପରିବାରର ସଦସ୍ୟ ଭଳି ହୋଇଥାନ୍ତି। ସେମାନେ ତାଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଦେବାକୁ ଚାହାନ୍ତି। କିନ୍ତୁ ଯେତେବେଳେ କୌଣସି ରେଷ୍ଟୁରାଣ୍ଟ୍‌କୁ ଯିବାକୁ ହୁଏ, ସେତେବେଳେ ସେମାନଙ୍କୁ ନେବା ସମ୍ଭବ ହୁଏନା। କାରଣ ଅଧିକାଂଶ ସ୍ଥାନରେ ପେଟ୍‌ଙ୍କୁ ନେବା ମନା ଥାଏ। ଏହାକୁ ଦୃଷ୍ଟିରେ ରଖି ଆମେରିକାର ସାନଫ୍ରାନ୍ସିସ୍କୋରେ ଏକ ଖାସ୍‌ ରେଷ୍ଟୁରାଣ୍ଟ୍‌ ଖୋଲା ଯାଇଛି। ଏଠାରେ କେବଳ ପେଟ୍‌ ଡଗ୍‌ଙ୍କ ପାଇଁ ସ୍ବାଦିଷ୍ଟ ବ୍ୟଞ୍ଜନ ପରଷା ଯାଇଥାଏ। ଉକ୍ତ ରେଷ୍ଟୁରାଣ୍ଟ୍‌ର ନାମ ହେଉଛି ‘ଡଗ୍ୟୁ’। ଏଠି କୁକୁରଙ୍କ ମନପସନ୍ଦର ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଯେଉଁଥିରେ ପେଷ୍ଟ୍ରିଜ୍‌ ଓ ଚାରକୋଲ୍‌ ସହ ମିଶ୍ରିତ କ୍ରିମି ଡ୍ରିଙ୍କ୍‌ ଡଗୋଚିନୋ ଅନ୍ୟତମ। ରବିବାର ଦିନ ଏହା ‘ବୋନ ଆପେଟାଇଟ୍‌ କାଫେ’ରେ ପରିବର୍ତ୍ତିତ ହୋଇଯାଏ। ଆଉ ୩ କୋର୍ସ ମେନ୍ୟୁ ମିଳେ। ସେ ପୁଣି ସୁନ୍ଦରଭାବେ ଗାର୍ନିଶ କରାଯାଇ। ତେଣୁ ଏହି ରେଷ୍ଟୁରାଣ୍ଟକୁ ପେଟ୍‌ ମାଲିକମାନେ ବେଶ୍‌ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe