ସୁନା ଘୋଡ଼ା

ନୂଆ ସମୟ ନୂଆ କଥା

ସୁନା ଘୋଡ଼ା

ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ବେଶ୍‌ ସୁନ୍ଦର ଲାଗେ। ଠିକ୍‌ ଯେମିତି ଜାପାନ୍‌ରେ ତିଆରି ହୋଇଥିବା ଏକ ସୁନାର ଘୋଡ଼ା। ଏହି ଘୋଡ଼ାଟି ସତସତିକା ଘୋଡ଼ା ପରି ଲାଗେ। ଏହା ଏକ ଲାଇଫ୍‌ ସାଇଜ୍‌ ପ୍ରତିମୂର୍ତ୍ତି। ଜାପାନ୍‌ର ଗହଣା ବ୍ୟବସାୟୀ ତନାକା କିକିନଜୋକୁ ଏହାକୁ ତିଆରି କରିଛନ୍ତି। ବ୍ରୋଞ୍ଜ୍‌ ଉପରେ ସୁନାର ଛାଉଣି ଦେଇ ନିର୍ମାଣ କରାଯାଇଥିବା ଏହି ଘୋଡ଼ାର ପ୍ରତିମୂର୍ତ୍ତିକୁ ୨୦୧୩ ଡିସେମ୍ବର ୨୬ରେ ମଧ୍ୟ ଜାପାନ୍‌ର ନଗୋୟାରେ ଥିବା ତନାକା କିକିନଜୋକୁଙ୍କ ଗହଣା ଦୋକାନରେ ପ୍ରଦର୍ଶିତ କରାଯାଇଥିଲା। ପରେ ଏହାକୁ ବିକ୍ରି ପାଇଁ ରଖାଗଲା। ଯାହାର ମୂଲ୍ୟ ୧୫୦,୦୦୦ ଆମେରିକୀୟ ଡଲାର କରାଯାଇଥିଲା।

ଉଡ଼ି ଉଡ଼ି ପାର ହେଲେ ଇଂଲିଶ ଚ୍ୟାନେଲ୍‌

publive-image

ଆଟଲାଣ୍ଟିକ୍‌ ମହାସାଗରର ଏକ ଶାଖା ହେଉଛି ଇଂଲିଶ୍‌ ଚ୍ୟାନେଲ୍‌। ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସ୍‌ଠାରୁ ପୃଥକ୍‌ କରିଥାଏ। ଏହି ଇଂଲିଶ୍‌ ଚ୍ୟାନେଲ୍‌କୁ ପାର ହେବା ବହୁତ କଷ୍ଟକର। ଯଦିଓ ଅନେକ ଲୋକ ପହଁରିକି ବି ଇଂଲିଶ୍‌ ଚ୍ୟାନେଲ୍‌ ପାର ହୋଇଛନ୍ତି ହେଲେ ପ୍ରଥମ ଥର ପାଇଁ ଜଣେ ୩୫ କି.ମି ଲମ୍ବ ଇଂଲିଶ୍‌ ଚ୍ୟାନେଲ୍‌କୁ ଉଡ଼ି ଉଡ଼ି ପାର ହୋଇଛନ୍ତି। ଫରାସୀ ଆବିଷ୍କାରକ ଜପାଟା ନି‌େଜା ତିଆରି କରିଥିବା ଜେଟ୍‌ ସଞ୍ଚାଳିତ ହୋଭରବୋର୍ଡରେ ଉଡ଼ି ଉଡ଼ି ଇଂଲିଶ୍‌ ଚ୍ୟାନେଲ୍‌ ପାର୍‌ ହେବାରେ ସଫଳ ହୋଇଛନ୍ତି। ୪୦ ବର୍ଷୀୟ ଫ୍ରାଙ୍କି ଜପାଟା ଫ୍ରାନ୍ସ୍‌ର ସଙ୍ଗେଟ୍‌ରୁ ଉଡ଼ାଣ ଆରମ୍ଭ କରିିଥିଲେ। ଇଂଲିଶ୍‌ ଚ୍ୟାନେଲ୍‌ ପାର୍‌ ହୋଇ ଡୋଭର୍‌ର ସେଣ୍ଟ୍‌ ମାର୍ଗାରେଟ୍‌ ବିଚ୍‌ରେ ଓହ୍ଲାଇଥିଲେ। ଉଡ଼ୁଥିବା ସମୟରେ ଘଣ୍ଟାକୁ ୧୭୦ କି.ମି ବେଗ ପର୍ଯ୍ୟନ୍ତ ସେ ପହଞ୍ଚି ଯାଇଥିଲେ। ତାଙ୍କ ସୁରକ୍ଷା ପାଇଁ ଏକ ବଡ଼ ଡଙ୍ଗା ସହ ତିନୋଟି ହେଲିକପ୍ଟର୍‌ ବି ବ୍ୟବହାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe