ଲୋଭ ହିଁ ଦୁଃଖର କାରଣ

Advertisment

ତୁମ ଗପ - ରାମଚନ୍ଦ୍ର ବେହେରା

ତୁମ ଗପ - ରାମଚନ୍ଦ୍ର ବେହେରା

ଲୋଭ ହିଁ ଦୁଃଖର କାରଣ

Bibilium

ପୁରୁଣା ଦିନର କଥା। ପାହାଡ଼ ତଳି ଗାଆଁଟିଏ ଗୋବିନ୍ଦପୁର। ଗାଆଁକୁ ଲାଗି ରହିଛି ଏକ ଜଙ୍ଗଲ। ଜଙ୍ଗଲଟି ଛୋଟ ଓ ଜନବସତି ପାଖରେ ଥିବାରୁ ବାଘ, ସିଂହ, ଚିତାବାଘ ଓ ହାତୀ ଭଳି ପ୍ରାଣୀଙ୍କୁ ଦେଖିବାକୁ ମିଳେ ନାହିଁ। ହରିଣ, ଠେକୁଆ,ବାରହା ସଂଖ୍ୟା ଜଙ୍ଗଲରେ ଖୁବ୍ ଅଧିକ ଓ ସେମାନେ ଜଙ୍ଗଲ ପାଖ ବିଲବାଡ଼ିରେ ଲାଗିଥିବା ଫସଲକୁ ନଷ୍ଟ କରିବା ନିତିଦିନିଆ ଘଟଣା। ସେହି ଗାଆଁର ବାସିନ୍ଦା ବସନ୍ତ ପିଲାଟି ଦିନରୁ ଜଙ୍ଗଲର ପଶୁମାନଙ୍କ ସହ ଭଲ ଭାବରେ ପରିଚିତ। ତା’ର ଜମିବାଡ଼ି ନ ଥିବାରୁ, ଜଙ୍ଗଲରୁ ମୃତ ପଶୁପକ୍ଷୀଙ୍କର ଚମଡ଼ା ଓ ଶିଙ୍ଘ ଆଣି ବଜାରରେ ବିକି ନିଜର ଗୁଜୁରାଣ ମେଣ୍ଟାଏ।

ଗୋବିନ୍ଦପୁର ଗାଆଁରେ ମେଳା ପଡ଼େ। ସେଇ ମେଳାକୁ ଆସି ଲୋକମାନେ ଜଙ୍ଗଲଜାତ ଜିନିଷ କିଣନ୍ତି। ଚମଡ଼ା ଓ ଶିଙ୍ଘ ସହିତ ବସନ୍ତ ଜଙ୍ଗଲରୁ ସଂଗ୍ରହ କରିଥିବା ଫଳମୂଳ ଓ ଝୁଣା ଆଦି ମଧ୍ୟ ବିକ୍ରୀ କରେ। ଦିନେ ବନଜାତ ପଦାର୍ଥ ଖୋଜିବା ପାଇଁ ବସନ୍ତ ଜଙ୍ଗଲ ଭିତରେ ଖୁବ୍‌ ଦୂରକୁ ଚାଲିଗଲା। ସେ ଜାଣିପାରିଲା ନାହିଁ ଯେ ଏ ଭିତରେ ସଂଧ୍ୟା ହୋଇଗଲାଣି। ସେ ଜେତିକି ସଂଗ୍ରହ କରିଥିଲା ତାହା ତା’ ପାଇଁ ଥିଲା ଜଥେଷ୍ଟ। ତଥାପି ତା’ର ଲୋଭ ବଢ଼ିବାରୁ ସେ ଖୁବ୍‌ ଭିତରକୁ ପଶିଯାଇ ବାଟବଣା ହୋଇଗଲା।

ଏବେ କ’ଣ କରିବ! ସଂଧ୍ୟା ହୋଇ ରାତି ହେଲା। ଗୋଟିଏ ଗଛରେ ଚଢ଼େଇ କାନ୍ଦିବାକୁ ଲାଗିଲା। ରାତିସାରା ଆଖିକୁ ନିଦ ନଥାଏ। ଭୟ ଲାଗୁଥାଏ କାଳେ ସାପ ହାବୁଡ଼ରେ ପଡ଼ିଯିବ କି?

ସକାଳ ପାହିଲା। ବସନ୍ତ ଗଛରୁ ‌ଓହ୍ଲାଇ ପୁଟୁଳାଟିକୁ ମୁଣ୍ଡରେ ଧରି ବସନ୍ତ ଧୀରେ ଧୀରେ ଗାଁକୁ ଫେରିଲା।
ସେ ପ୍ରଥମଥର ପାଇଁ ବୁଝିଲା ଯେ ଲୋଭ ହିଁ ସବୁ ସମୟରେ ଦୁଃଖର କାରଣ ହୋଇଥାଏ।
ତେନ୍ତୁଳିପଦା,
ଜଗତସିଂହପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe