ନୂଆ ସମୟ ନୂଆ କଥା - ଗ୍ରୀନ୍‌ ଲାଇଟ୍‌ ଥେରାପି

Advertisment
ନୂଆ ସମୟ ନୂଆ କଥା - ଗ୍ରୀନ୍‌ ଲାଇଟ୍‌ ଥେରାପି

Green light therapy

ଆମେରିକାରେ ପାଞ୍ଚ କୋଟିରୁ ଅଧିକ ଲୋକ କୌଣସି ନା କୌଣସି ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି। ଔଷଧ, ଆକ୍ୟୁପଙ୍କଚର୍‌, ମସାଜ୍‌ ଆଦି ସେମାନଙ୍କ ଯନ୍ତ୍ରଣା ହ୍ରାସ କରିପାରୁ ନାହିଁ। ଅନେକ ଯନ୍ତ୍ରଣା ଲାଘବ ପାଇଁ ନେଉଥିବା ଔଷଧକୁ ଏକ ଅଭ୍ୟାସରେ ପରିଣତ କରିଦେଲେଣି ବୋଲି ନିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ଡ୍ୟୁକ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ କିଛି ସମୟ ଗ୍ରୀନ୍‌ ଲାଇଟ୍‌ ବା ସବୁଜ ରଶ୍ମିରେ ରହିବା ଯେ କୌଣସି ଯନ୍ତ୍ରଣାକୁ କମ୍‌ କରିଥାଏ ବୋଲି ପ୍ରକାଶ ପାଇଛି। ଏହାକୁ ଗ୍ରୀନ୍‌ ଲାଇଟ୍‌ ଥେରାପି କୁହାଯାଉଛି। ସବୁଠୁ ବଡ଼ କଥା ହେଲା, ଏହି ପଦ୍ଧତିରେ କୌଣସି କୁପ୍ରଭାବ ପଡ଼ି ନଥାଏ। ଏଥିପାଇଁ କିଛି ଲୋକଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ପ୍ରତ୍ୟେକ ଦିନ ସେମାନଙ୍କୁ ୪ ଘଣ୍ଟା ଅଲଗା ଅଲଗା ରଙ୍ଗର ଚଷମା ପିନ୍ଧିବାକୁ ଦିଅ‌ାଯାଇଥିଲା। ଯେଉଁ ଲୋକମାନେ ସବୁଜ ରଙ୍ଗର ଚଷମା ପିନ୍ଧିଥିଲେ ସେମାନେ କମ୍‌ ଯନ୍ତ୍ରଣା ଅନୁଭବ କରିବା ସହ ପେନ୍‌କିଲର୍ ନେବା ଛାଡ଼ି ଦେଇଥିଲେ। ସବୁଜ ରଶ୍ମି ସ୍ନାୟୁଗୁଡ଼ିକଦ୍ବାରା ଚକ୍ଷୁରୁ ମସ୍ତିଷ୍କ ପର୍ଯ୍ୟନ୍ତ ଯାଇଥାଏ। ଏହାଦ୍ବାରା ଯନ୍ତ୍ରଣା ଉପଶମ ହୋଇଥାଏ। ଏଥିଯୋଗୁଁ ମାଇଗ୍ରେନ୍‌ ସମସ୍ୟା ୬୦% ହ୍ରାସ ପାଇଥବା ଏହି ଅଧ୍ୟୟନରୁ ଜଣାପଡ଼ିଥିଲା।

ଭାସମାନ ଟ୍ରେନ୍

publive-image The Economic Times

ବ୍ୟାକଂକ୍‌ର ଏକ ଟ୍ରେନ୍‌ ଭାସମାନ ବା ଫ୍ଲୋଟିଂ ଟ୍ରେନ୍‌ ଭାବେ ବେଶ୍‌ ଲୋକପ୍ରିୟ। ଏହି ଟ୍ରେନ୍‌ଟି ବ୍ୟାକଂକ୍‌ସ୍ଥିତ ହୁଆ ଲ୍ୟାମ୍ପଙ୍ଗ୍‌ ଷ୍ଟେସନ୍‌ରୁ ଯାତ୍ରା ଅ‌ାରମ୍ଭ କରେ। ପା ସାକ ଜୋଲାସିଦ୍‌ ଡ୍ୟାମ୍‌ ବାଟ ଦେଇ ଟ୍ରେନ୍‌ଟି ଯାଏ। ଡ୍ୟାମ୍‌ର ଜଳସ୍ତର ଏତେ ବେଶି ଯେ, ଟ୍ରେନ୍‌ଟି ଏହି ବାଟ ଦେଇ ଯିବାବେଳେ ତାହା ଭାସମାନ ଟ୍ରେନ୍‌ ପରି ଭ୍ରମ ସୃଷ୍ଟି କରେ। ଏହି ସ୍ବତନ୍ତ୍ରତା ଯୋଗଁୁ ଲୋକମାନେ ଏହି ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ସେହିପରି ଯାତ୍ରା ସମୟରେ ସୁନ୍ଦର ପ୍ରାକୃତିକ ପରିବେଶକୁ ଯାତ୍ରୀମାନେ ଅତିପାଖରେ ଅନୁଭବ କରନ୍ତି। ଏହି ଡ୍ୟାମ୍‌ରେ ମୌସୁମୀ ବର୍ଷା ପରେ ପାଣି ଅଚାନକ ବଢ଼ିଯାଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୁଏ। ଯେଉଁଥିପାଇଁ ଟ୍ରେନ୍‌ଟି ପାଣିରେ ଯାଉଥିବା ଭଳି ମନେ ହୁଏ। ଏହି ଟ୍ରେନ୍‌ ନଭେମ୍ବରରୁ ଫେବ୍ରୁ୍ଆରି ମାସ ମଧ୍ୟରେ ସପ୍ତାହନ୍ତରେ ଚାଲିଥାଏ। ଅନ୍ୟପଟେ ଭାସମାନ ଟ୍ରେନ୍‌ ହୁଆ ଲାମ୍ପଙ୍ଗ୍‌ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରେ ଓ ଡ୍ୟାମ୍‌ରେ ପହଞ୍ଚିବା ପାଇଁ ୫ ଘଣ୍ଟା ଲାଗିଥାଏ। ଟ୍ରେନ୍‌ଟି ଡ୍ୟାମ୍‌ ଉପର ଦେଇ ଯିବା ସମୟରେ ୨୦ ମିନିଟ୍‌ ବ୍ରେକ୍‌ ଦିଅ‌ାଯାଏ। ଯାହାଫଳରେ ଯାତ୍ରୀମାନେ ଫଟୋ ଉଠାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe