କଥା-ଫରୁଆ : ‘ଜୋକ ମୁହଁରେ ଲୁଣ’

କଥା-ଫରୁଆ : ‘ଜୋକ ମୁହଁରେ ଲୁଣ’

ପ୍ରାକୃତିକ ପରିସ୍ଥିତିର ଅନେକ ଘଟଣାକୁ ନେଇ ମଣିଷ କଥା କହିଲାବେଳେ ନିଜ ବ୍ୟବହାରରେ ଲଗାଏ। ଏବଂ ଏ ସବୁ ସମୟ କ୍ରମେ ଏତେ ଲୋକପ୍ରିୟ ହୋଇଯାଏ ଯେ ତା’କୁ କୁହାଯାଏ ପ୍ରସିଦ୍ଧ-ବଚନ ବା ରୂଢ଼ି-ବଚନ। ସାହିତ୍ୟ‌େର ଯେ ରୂଢ଼ି ପ୍ରୟୋଗ କଥାଟି ଅଛି ତାହା ଏଇ। ‘ଜୋକ’ ଏକ ଜଳଚର ଜୀବ ମାତ୍ର ଦେହରେ ଲାଗିଗଲେ ଏହା ରକ୍ତ ଶୋଷଣ କରେ। ହେଲେ ଏହାର ମଧ୍ୟ ଏକ ଚରମ ଦୁର୍ବଳତା ଅଛି। ପ୍ରାଣୀଟିର ମୁହଁରେ ଟିକେ ଲୁଣ ଦେଇଦେଲେ ତାହା ଶକ୍ତିହୀନ ହୋଇପଡ଼େ। ଅତଏବ ଏ ଅନୁଭବକୁ ନେଇ ପ୍ରସିଦ୍ଧ କଥାଟିଏ ଓଡ଼ିଆ ଭାଷାରେ ଗଢ଼ି ଉଠିଛି କେଉଁ ଅନନ୍ତକାଳରୁ। ‘ଜୋକ ମୁହଁରେ ଲୁଣ’। ଅର୍ଥାତ୍‌ କିଛି ସାମାନ୍ୟ କଥାର ପ୍ରୟୋଗକରି ପ୍ରତିପକ୍ଷକୁ ଶକ୍ତିହୀନ କରିଦେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe