କଥା-ଫରୁଆ : ‘‘ଘର ଢିଙ୍କି କୁମ୍ଭୀର’’

Advertisment
କଥା-ଫରୁଆ : ‘‘ଘର ଢିଙ୍କି କୁମ୍ଭୀର’’

ଆଗରୁ ଘରେ ଘରେ ଢିଙ୍କି ଏକ ଅତ୍ୟାବଶ୍ୟକ ବ୍ୟବହୃତ ସାମଗ୍ରୀ ଥିଲା। ଢିଙ୍କି ଉପକାରୀ ପୁଣି ସାଧାରଣ। ଢିଙ୍କି ଭଳି ପଦାର୍ଥ କା‌ହାର କ୍ଷତି କରେ ନାହିଁ ଅଥଚ ନିଜର ଜୀବନ ନ ଥିଲେ ମଧ୍ୟ ପରିବାରର ସଦସ୍ୟମାନଙ୍କ ଭଳି ଢିଙ୍କିର ଏକ ଅପରିହାର୍ଯ୍ୟତା ମଧ୍ୟ ଥାଏ। ଅପର ପକ୍ଷରେ କୁମ୍ଭୀର ଭଳି ଜଳଚର ଜୀବଟି ଖୁବ୍‌ ଭୟାନକ। ନଈନାଳ ଆଦି ସଫାକରିବା ଭଳି କାମ କରିଥାଏ କୁମ୍ଭୀର। କାରଣ ସେ ପଚାଶଢ଼ା ମାଂସ ଖାଇ ହଜମ କରେ। ତେବେ ସୁବିଧା ପାଇଲେ ସେ ଜୀବଜନ୍ତୁ ଓ ମଣିଷଙ୍କୁ ବି ମାରି ଖାଇଯାଏ।

ପ୍ରକୃତିର ପରିବେଶଗତ ସଫା କାର୍ଯ୍ୟ କରୁଥିବାରୁ ତା’କୁ ଅବଶ୍ୟ କେହି କେହି ‘‘ପ୍ରକୃତିର ମେହେନ୍ତର’’ ବୋଲି କହିଥାଆନ୍ତି। ମାତ୍ର କୁମ୍ଭୀର ମାତ୍ରେ ହିଂସ୍ର ଓ ଆକ୍ରମଣକାରୀ। ଅତଏବ ଯେତେବେଳେ ପରିବାରର ବା ଅତି ନିକଟ ସମ୍ପର୍କୀୟ କେହି ଛପିରହି ହିଂସାତ୍ମକ ଅପକାରୀ ସାଜେ ତାକୁ କୁହାଯାଏ- ‘‘ଘର ଢିଙ୍କି କୁମ୍ଭୀର’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe