କଥା-ଫରୁଆ : ‘‘ମାଳିକି ଛେଳି ଅଡ଼ୁଆ’’

କଥା-ଫରୁଆ : ‘‘ମାଳିକି ଛେଳି ଅଡ଼ୁଆ’’

OnMilwaukee

କେତେ କେତେ ପୁରୁଣା ଅନୁଭବକୁ ନେଇ ଓଡ଼ିଆ ଭାଷାରେ ଗଢ଼ି ଉଠିଛି ବିଶେଷ-କଥନ ବା ରୁଢ଼ି ପ୍ରୟୋଗ। ‘ମାଳିକି ଛେଳି ଅଡ଼ୁଆ’ କଥାଟି ମଧ୍ୟ ସେଇଭଳି ଏକ ପାରମ୍ପରିକ ଅନୁଭବର କଥା। ମାଳିମାନଙ୍କର କାମ ହେଲା ଫୁଲଗଛ ଲଗାଇବା, ବଗିଚା କରିବା ଓ ଫୁଲର କାରବାର କରିବା। ଫୁଲମାଳରୁ ମାଳି। ଅତୀତରେ ଏ କାମ କରୁଥିବା ପୁରୁଷକୁ ମାଳି ଓ ନାରୀକୁ ମାଳିନୀ ବା ମାଲୁଣୀ କୁହାଯାଉଥିଲା।

ଅପରପକ୍ଷରେ ଗାଈଗୋରୁଙ୍କ ପରି ଛେଳି ମଧ୍ୟ ଏକ ବହୁପରିଚିତ ଗୃହପାଳିତ ଜୀବ। ଗାଁ ଗହଳରେ ଛେଳିପାଳିବା ଥିଲା ଏକ ସାଧାରଣ କଥା। ଛେଳିର ଖାଦ୍ୟ ହେଲା ଗଛପତ୍ର ଖାଇବା। ଅତଏବ ମାଳି ଯଦି ନିଜ ଘରେ ଛେଳିପାଳେ ତେବେ ତା’ର ଫୁଲଗଛ ଛେଳିମାନେ ଖାଇ ନଷ୍ଟ କରିଦେବା ସ୍ୱଭାବିକ। ସେଇଥିପାଇଁ କୌଣସି କଥା କାହାରି ଜୀବିକା ପ୍ରତି ଅନ୍ତରାୟ ବା ପ୍ରତିବନ୍ଧକ ହେଲେ କୁହାଯାଏ- ‘‘ମାଳିକି ଛେଳି ଅଡ଼ୁଆ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe