କଥା-ଫରୁଆ : ‘‘ଅମୃତ ହାଣ୍ଡିରେ ବିଷ କଣିକାଏ’’

Advertisment
କଥା-ଫରୁଆ : ‘‘ଅମୃତ ହାଣ୍ଡିରେ ବିଷ କଣିକାଏ’’

ଅତି ଉତ୍ତମ ସୁସ୍ବାଦୁ ଖାଦ୍ୟକୁ ଆମେ ଅମୃତ ତୁଲ୍ୟ ବୋଲି କହିଥାଉ। ଏହା ଏକ କାଳ୍ପନିକ କଥା। ଦେବତା ଓ ଅସୁର ମିଶି ଯେତେବେଳେ ସମୁଦ୍ର ମନ୍ଥନ କଲେ ସେଥିରୁ କୁଆଡ଼େ ଅମୃତ ମିଳିଥିଲା ଯାହାକୁ ଭଗବାନ ବିଷ୍ଣୁ ମୋହିନୀ ନାରୀ ବେଶରେ ଯାଇ ହସ୍ତଗତ କରିଥିଲେ। ଏହା ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ତାହାକୁ ଯେ ଖାଏ ସେ ଅମରତ୍ବ ଲାଭ କରେ। ଅଥଚ ସେଇ ହାଣ୍ଡିରେ ଟୋପାଏ ବିଷ ପଡ଼ିଗଲେ ତା’ର ଅମୃତଗୁଣ ନାଶ ଯାଏ। ତା’ର ଅର୍ଥ ଟିକିଏ ଖରାପ କଥା ପୂରା ଭଲକଥାର ବ୍ୟାପକତାକୁ ନଷ୍ଟ କରିଦେଇପାରେ। ସେଇଥିପାଇଁ କୌଣସି ଗୋଟିଏ ମନ୍ଦ କାମଦ୍ବାରା ସମସ୍ତ ସୁଫଳ ନଷ୍ଟ ହେବାର ଅନୁଭବ ଆସିଲେ ଏ ଭଳି କଥାର ଉପଯୋଗ କରାଯାଏ- ‘‘ଅମୃତ ହାଣ୍ଡିରେ ବିଷ କଣିକାଏ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe