କଥା-ଫରୁଆ : ‘‘ବାହାବେଳେ ବାଇଗଣ ରୁଆ’’

Advertisment
କଥା-ଫରୁଆ : ‘‘ବାହାବେଳେ ବାଇଗଣ ରୁଆ’’

ବାହାଘର କହିଲେ ସାଧାରଣରେ ଆମେ ଭୋଜିଭାତର କଥା ବୁଝୁ। ବେଦିରେ ବର କନ୍ୟାଙ୍କ ବିବାହ ଉପଚାର ସଙ୍ଗକୁ ଏଇ ଭୋଜିଭାତ ହିଁ ସବୁଠାରୁ ଅଧିକ ଯୋଗାଡ଼ଯନ୍ତ୍ରର ଆବଶ୍ୟକତା ରଖେ। ବାହାଘର ଲାଗି ସଂଖ୍ୟାଧିକ ଲୋକଙ୍କର ସମାଗମ ହୁଏ। ବନ୍ଧୁବାନ୍ଧବ ଆସନ୍ତି। ଖିଆପିଆ ଚାଲେ। ଅତଏବ ବାହାଘର ସହ ଆମ ସଂସ୍କୃତିରେ ଖିଆପିଆଟା ଜୋର୍‌ ଧରେ। ଏଇ ଖିଆପିଆ ହିଁ ଭୋଜିଭାତ। ସେଥିପାଇଁ ବିଭାଘର ଆଗରୁ ସବୁ ଆୟୋଜନ କରି ରଖିବାକୁ ହୁଏ। ପରିବାପତ୍ର, ଡାଲିଚାଉଳ, ତେଲ ଘିଅ, ମସଲା ମସଲି, ଜାଳେଣି, ହାଣ୍ଡିକୁଣ୍ଡି ସବୁକିଛି। ପରିବାପତ୍ର ଭିତରେ ଆମ ଓଡ଼ିଶାରେ ବାଇଗଣ ଏକ ସାଧାରଣ ପରିବା। ତେଣୁ ତା’ର ଉପସ୍ଥିତି ସାଧାରଣ ଖିଆପିଆଠାରୁ ଭୋଜିଭାତ ଯାଏ ପରିବ୍ୟାପ୍ତ।

ବାଇଗଣ ଗଛ ଆଜି ଲଗେଇଲେ ବା ରୋଇଲେ କାଲିକୁ ତ ଫଳିବ ନାହିଁ, ଅତଏବ ଆଗରୁ ଲଗାହୋଇ ସେ ଫଳ ଫଳିବା ଦରକାର। ସେମିତି ଅନେକ କାମ ଅଛି ଯାହା ଲାଗି ଆଗରୁ ପଦକ୍ଷେପ ନେବା ଦରକାର। ପରୀକ୍ଷା ପୂର୍ବଦିନ ପାଠପଢ଼ା ବିଷୟ ଆରମ୍ଭ କଲେ କ’ଣ ସଫଳତା ମିଳିବ? ତେଣୁ କୌଣସି କାମପାଇଁ ପୂର୍ବ ପ୍ରସ୍ତୁତି ନ କରି ଠିକ୍‌ ଆବଶ୍ୟକତାବେଳେ କାମ ଆରମ୍ଭ କଲେ କୁହାଯାଏ- ‘‘ବାହାବେଳେ ବାଇଗଣ ରୁଆ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe