କଥା ଫରୁଆ : ‘ଆକାଶ କଇଁଆ ଚିଲିକା ମାଛ’

କଥା ଫରୁଆ : ‘ଆକାଶ କଇଁଆ ଚିଲିକା ମାଛ’

Dreamstime.com

ଏ କଥାଟି ଓଡ଼ିଶାର ଗାଁ ଗହଳଠାରୁ ଆରମ୍ଭ କରି ସହର ବଜାରରେ ମଧ୍ୟ ଖୁବ୍‌ ପ୍ରଚଳିତ। ଚିଲିକାର ଲୁଣିମାଛରେ କଇଁଆ ରସ ଦେଇ ରାନ୍ଧିଲେ ତାହା ଖୁବ୍‌ ସ୍ବାଦିଷ୍ଟ ହୋଇଥାଏ। ହେଲେ ଚିଲିକା ଭିତରୁ ମାଛ ମାରିବା ପୋଖରୀ, ଗାଡ଼ିଆ ବା ନଈରୁ ମାଛ ମାରିବା ଭଳି ସହଜସାଧ୍ୟ ନୁହେଁ। ସେମିତି କଇଁଆ ବା ତେନ୍ତୁଳି ଗଛରେ ଚଢ଼ି କାହିଁ ଉଚ୍ଚରେ ଥିବା ପାଚିଲା ତେନ୍ତୁଳି ତୋଳିବା କଷ୍ଟକର। ଏଇ ଉଚ୍ଚତାକୁ ଆକାଶ ସହ ତୁଳନା କରାଯାଇଛି। ଅତଏବ ଚିଲିକାରୁ ମାଛ ଧରି ଉଚ୍ଚ କଇଁଆ ଗଛରୁ ଫଳ ତୋଳି ତରକାରି ଖାଇବା ଏକ ଅତି କଠିନ କାମ। ଦୁଇଟି କଷ୍ଟସାଧ୍ୟ ସମସ୍ୟାର ସମାଧାନ ଉପରେ କୌଣସି କାର୍ଯ୍ୟ ନିର୍ଭର କରୁଥିଲେ କୁହାଯାଏ- ‘‘ଆରେ ଭାଇ ସେ କାମ ‘‘ଆକାଶ କଇଁଆ ଚିଲିକା ମାଛ’’ ଭଳି କଥା। ମୋ ଦ୍ବାରା ହବନି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe