କଥା-ଫରୁଆ : ‘‘ଅନ୍ଧ ଦେଶରେ ଦର୍ପଣ ବିକିବା’’

Advertisment
କଥା-ଫରୁଆ : ‘‘ଅନ୍ଧ ଦେଶରେ ଦର୍ପଣ ବିକିବା’’

ଦର୍ପଣରେ ଆମେ ନିଜକୁ ଦେଖୁ। ଏବେ କାଚରେ ତିଆରି ଦର୍ପଣ ସୁଲଭ। ମାତ୍ର ପ୍ରାଚୀନକାଳରେ ଯେତେବେଳେ କାଚ ଉଦ୍ଭାବିତ ହୋଇ ନଥିଲା ଧନୀ ଲୋକେ ମସୃଣ ଧାତୁରେ ସେତେବେଳେ ନିଜକୁ ଦେଖୁଥିଲେ। ଏବେ ସୁଦ୍ଧା ଶ୍ରୀଜଗନ୍ନାଥଙ୍କଠାରେ ଦୈନଦିନ କାର୍ଯ୍ୟବିଧି ସକାଶେ ଯେଉଁ ଦର୍ପଣ ଲାଗି କରାଯାଏ ତାହା ମଧ୍ୟ ଧାତୁରେ ତିଆରି। ଆଜିକାଲି ଦର୍ପଣର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଘରେ ଘରେ ଦର୍ପଣ। ନିଜର ପ୍ରସାଧନ ଲାଗି ମହିଳାମାନେ ନିଜର ହାତ-ବ୍ୟାଗ୍‌ରେ ମଧ୍ୟ ଦର୍ପଣ ରଖୁଛନ୍ତି। ହେଲେ ଦର୍ପଣର ବ୍ୟବହାର ସକାଶେ ଯେଉଁ କଥାଟି ମୌଳିକ ଭାବେ ଲୋଡ଼ା ତାହା ହେଉଛି ଆଖି। ଆଖି ନ ଥିଲେ ଜଣେ ଦର୍ପଣରେ ଦେଖିବ କେମିତି? ତେଣୁ ଆଖି ନ ଥିବା ଅନ୍ଧ ଲାଗି ଦର୍ପଣର ଆବଶ୍ୟକତା ନାହିଁ। ଅତଏବ ଜଣେ ଅନ୍ଧ ବ୍ୟକ୍ତି ଦର୍ପଣ କିଣିବେ ନାହିଁ। ଯେଉଁଠାରେ ସମସ୍ତେ ଅନ୍ଧ ସେଠାରେ ଦର୍ପଣ ବିକ୍ରି କରିବା ନିରର୍ଥକ। ଏଇ କଥାକୁ ଉପଲକ୍ଷ୍ୟ କରି କୁହାଯାଇଛି ଯେ ଯେଉଁ ସ୍ଥାନରେ ନିର୍ଦ୍ଧିଷ୍ଟ କଥାର ଗ୍ରହଣୀୟତା ବା ଗ୍ରାହକତା ନାହିଁ ସେଠାରେ ସେଇ ବିଷୟ ଉତ୍‌ଥାପନ କରିବା ଠିକ୍‌ ଅନ୍ଧ ଦେଶରେ ଦର୍ପଣ ବିକିବା ଭଳି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe